ଗଛରେ ବେଲୁନ ଏବଂ କଣ୍ଡୋମ ଲଗାଇ ଭାଲେଣ୍ଟାଇନ ଡେ’ ପାଳିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ନୁଆଦିଲ୍ଲୀ: ପ୍ରେମ ଦିବସ, ଭାଲେଣ୍ଟାଇନ ଡେ’କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରେ ପାଳନ କରା ଯାଉଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହାକୁ ନିଆରା ଭାବେ ପାଳନ କରିଥାନ୍ତି। ଏଠାର ଶିଖିତ ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନ ସାଥୀ କିମ୍ବା ପ୍ରେମିକ-ପ୍ରେମିକାଙ୍କୁ ପାଇବା ଆଶାରେ କ୍ୟାମ୍ପସ ମଧ୍ୟରେ ଥିବା ଏକ ଗଛରେ ‘କଣ୍ଡୋମ’ ଏବଂ ‘ବେଲୁନ’ ବାନ୍ଧିଥାନ୍ତି । ଆଜ୍ଞା ହଁ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ! ତେବେ ଆସନ୍ତୁ ଜାଣିବା କଣ ଅଛି ଏହା ପଛର ସତ୍ୟତା ।

ଘଟଣା କ’ଣ କି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏକ ଗଛ ରହିଛି। ଏହା ‘ଭର୍ଜିନ ଟ୍ରି’ ନାମରେ ପରିଚିତ। ଏଠାକାର ଛାତ୍ରଛାତ୍ରୀଙ୍କର ଏପରି ବିଶ୍ୱାସ ଅଛି ଯଦି ଭାଲେଣ୍ଟାଇନ ଡେ’ ଦିନ ଏହି ଗଛରେ କଣ୍ଡୋମ କିମ୍ବା ବେଲୁନ ବନ୍ଧା ଯାଏ ତେବେ ଆଗାମୀ ୬ ମାସ ମଧ୍ୟରେ ମନ ପସନ୍ଦ ପ୍ରେମିକା- ପ୍ରେମିକ ମିଳିଥାନ୍ତି । ଏହି ଗଛ ତଳେ ପ୍ରତିବର୍ଷ ୧୪ ଫେବ୍ରୁଆରି ଦିନ ‘ଦମଦମୀ ମାଇ’ଙ୍କର ପୂଜା କରାଯାଇଥାଏ। ଛାତ୍ରଛାତ୍ରୀମାନେ ଏହି ଗଛରେ ଅଭିନେତା-ଅଭିନେତ୍ରୀଙ୍କର ଫଟୋ ଲଗାଇ ତାଙ୍କୁ ପାଇବାର କାମନା କରିଥାନ୍ତି । ଏତେ ଶିକ୍ଷିତ ହୋଇ ଆଜି ବି ଛାତ୍ରଛାତ୍ରୀ ଏହାକୁ ପାଳନ କରିଥାନ୍ତି ।

ସମ୍ବନ୍ଧିତ ଖବର