ଗଣିକାକୁ ଖୁସି କରାଇବାଲାଗି କ’ଣ କରିଥିଲେ ବ୍ରାହ୍ମଣ ବେଦନିଧି ?

0 500

ପୁରାଣ କାଳରେ ବେଦନିଧି ନାମକ ଜଣେ ବ୍ରାହ୍ମଣ ଥିଲେ । ସେ ଏକ ଗଣିକାକୁ ଦେଖି ନିଜର ହିତାହିତ ଜ୍ଞାନ ଭୁଲିଗଲେ। ଗଣିକାକୁ ଖୁସି କରାଇବାଲାଗି ସେ ଉପାୟ ଚିନ୍ତା କଲେ। ରାଜନବର ମଧ୍ୟରୁ ବାହୁଡ଼ି ଦୀକ୍ଷିତ ବ୍ରାହ୍ମଣ କିପରି ଅମୂଲ୍ୟ ପଦାର୍ଥ ସବୁ ରାଜାଙ୍କ ପାଖରୁ ଦାନସ୍ୱରୂପ ପାଇଅଛି ବୋଲି ପଡ଼ୋଶୀମାନେ ପରସ୍ପର କଥାବାର୍ତ୍ତା ହେଉ ହେଉ ବେଦନିଧି ଜାଣିପାରିଲେ। କିପରି ସେହିରତ୍ନ ଅଳଙ୍କାର ସବୁକୁ ହସ୍ତଗତ କରିନେଇ ଗଣିକାକୁ ଦେବ ବୋଲି କେଉଁଠାରେ ଅଛି ସନ୍ଧାନ ନେବାକୁ ଲାଗିପଡ଼ିଲା। ଗୃହର କୌଣସିଠାରେ ନ ପାଇ ହତାଶ ହେଲେ ମଧ୍ୟ ପୁଣି ଚେଷ୍ଟା ଜାରି ରଖିଲା। ଦିନେ ଦେଖିଲା ମାତା ସର୍ବଦା ଏକ ପେଡି ନିଜ ଶୟନ କକ୍ଷରେ ରଖି ଦ୍ୱାର ଜଗି ବସିଅଛନ୍ତି। ମନରେ ଉପାୟ ଚିନ୍ତା କଲେ।କେଉଁଆଡେ ମାତା ଗଲେ,ସେ ପେଡ଼ି ମଧ୍ୟରେ ଥିବା ପଦାର୍ଥ ସମସ୍ତ ନେଇ ପଳାୟନ କରିବି। ଦୈବାତ୍‌ ମାତାଙ୍କର ଦିନେ ଅନୁପସ୍ଥିତି ସମୟରେ ସେ ବେଦନିଧି ମା’ ଶୟନ କକ୍ଷରେ ପ୍ରବେଶ କରି,ସେହି ପେଡ଼ିିକୁ ଫିଟାଇ ସେ ସମସ୍ତ ଆଭୂଷଣ ସହିତ ପେଟବସ୍ତ୍ରକୁ ପୁଟୁଳା କରି ନିଜ ବସ୍ତ୍ର ମଧ୍ୟରେ ଲୁଚାଇ ସମସ୍ତଙ୍କ ଅଲକ୍ଷ୍ୟରେ ଗୃହ ମଧ୍ୟରୁ ପଳାୟନ କଲା। ସେ ବାରନାରୀପୁରରେ ଉପସ୍ଥିତ ହୋଇ ତାକୁ ସମସ୍ତ ଦ୍ରବ୍ୟ ପ୍ରଦାନ କଲା। ସେ ଗଣିକା ଏହି ଅମୂଲ୍ୟ ଦ୍ରବ୍ୟ ଦେଖି ଆନନ୍ଦ ମନରେ ଗ୍ରହଣ କରି ସେ ବ୍ରାହ୍ମଣ ପୁତ୍ରକୁ ଅତ୍ୟନ୍ତ ପ୍ରୀତି ପଣରେ ନିଜ ଗୃହ ମଧ୍ୟରେ ବାନ୍ଧି ରଖିଲା।


ସେ ଗଣିକା ରୂପରେ ଯେପରି,ଚତୁରୀ ପଣରେ ତା’ ଠାରୁ ଦ୍ୱିଗୁଣ ଥିଲା। ନୃତ୍ୟ ଗୀତ କରି ଅନେକ ଲୋକଙ୍କର ମନୋରଞ୍ଜନ କରିପାରୁଥିଲା। ବେଦନିଧ ସେହି ଗଣିକାପାଖରେ ରହି ନିଜର କାମ ଭୁୁଲିଗଲେ ଏବେ କେବଳ ଶରୀର ସୁଖରେ ମଜ୍ଜି ରହିଲେ। ଗଣିକା ବି ଏଥିରେ ତାଙ୍କୁ ସହଯୋଗ କରିଲା। ଏହାପରେ ସେ ଦୁହେଁ ବେଶ କିଛି କାଳ ସୁଖରେ କାଳାତିପାତ କରିବାରେ ଲାଗିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.