ଆତଙ୍କବାଦୀଙ୍କୁ ଧରାଇବାରେ ସାହାଯ୍ୟ କରିଥିଲା ଭାଏଗ୍ରା

ନୂଆଦିଲ୍ଲୀ: ଭାଏଗ୍ରା ଫିକା ବାଇଗଣୀ ରଙ୍ଗର ଏକ ବଟିକା। ଆସନ୍ତୁ ଜାଣିବା ଏହି ବିଷୟରେ କିଛି ରୋଚକ ତଥ୍ୟ।
ଆତଙ୍କବାଦୀ ସଂଗଠନ ତାଲିବାନର ମୂଳପୋଛ କରିବା ପାଇଁ ଆମେରିକା ଯୁଦ୍ଧରେ ଭାଏଗ୍ରାର ସହାୟତା ଲୋଡିଥିଲା । ତାଲିବାନ ବିରୁଦ୍ଧରେ ଗୁଇନ୍ଦାଗିରି କରାଇବା ପାଇଁ ସିଆଇଏ ଅନେକ ଆଫଗାନୀଙ୍କୁ ଭାଏଗ୍ରାର ଲାଞ୍ଚ ଦେଉଥିଲେ । ଯଦ୍ୱାରା ସେମାନେ ଖୁସି ହୋଇ ଆତଙ୍କବାଦୀଙ୍କୁ ଧରାଇବା ପାଇଁ ସାହାଯ୍ୟ କରିଥିଲେ।

ଭାଏଗ୍ରା ଫୁଲ ଓ ଗଛଗୁଡିକୁ ସତେଜ ରଖିବା ପାଇଁ ସହାୟତା କରେ । ଏହାକୁ ପାଣିରେ ଗୋଳେଇକି ଗଛରେ ବା ଫୁଲଦାନୀରେ ଦେବା ଦ୍ୱାରା ଫୁଲ ଓ ଗଛ ସତେଜ ରହେ ।

ଭାଏଗ୍ରା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ବେଶି ନକଲି ତିଆରି ହେଉଥିବା ବଟିକା । ଏହାର ଅସଲି ଥିବାର ପରିଚୟ ଏହା ଯେ ଏହାର ଚାରିଟି ବଟିକାର ଫାଇଲ ଥାଏ । ଏହାର ଆକାର ହୀରା ଭଳି।

ଡାଇବେଟିସରେ ପୀଡିତ ଲୋକଙ୍କଠାରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । କେତେକ ଗବେଷଣାରୁ ଜଣାପଡିଛି ଯେ ଏହା ପୁରୁଷଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ । ଏହି ବଟିକା କ୍ୟାନସରର ଉପଚାରରେ ବି ସହାୟକ ହୁଏ ।

ସମ୍ବନ୍ଧିତ ଖବର