୪ ବର୍ଷର କଲରାପତରିଆ କୂଅରୁ ଉଦ୍ଧାର ହେଲା, ଭାଇରାଲ୍‌ ହେଲା ଭିିଡିଓ

ପୁଣେ: ପୁଣେର ଏକ ୪ ବର୍ଷର କଲରାପତରିଆ କୂଅ ଭିତରକୁ ଖସିପଡ଼ିବା ପରେ ସୌଭାଗ୍ୟକୁ ବନଜୀବ ଟିମ୍‌ ବାଘଟିକୁ ଉଦ୍ଧାର କରିଛନ୍ତି। ଚାରି ବର୍ଷର ଏହି ବାଘଟି ୨୦ ଫୁଟ୍‌ ଭିତରର ଏକ କୂଅ ଭିତରେ ଖସିପଡ଼ିବା ପରେ ସ୍ଥାନୀୟ ଗାଆଁ ଳୋକମାନେ ବାଘଟିକୁ ପାଣିରେ ବୁଡ଼ି ଯାଉଥିବାର ଦେଖି ବନ୍ୟଜୀବ ଟିମ୍‌କୁ ସୂଚନା ଦେଇଥିଲେ। ଖବର୍‌ ପାଇ ଟିମ୍‌ ଆସି ତୁରନ୍ତ ବାଘଟିକୁ ଉଦ୍ଧାର କରିଥିବା ଜାଣିବାକୁ ମିଳିଛି।

ଏହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଘଟି ପାଣିରେ ବୁଡ଼ିବା ପରିସ୍ଥିତିରେ ଏପଟ ସେପଟ ହେଉଛି। ପାଣିରେ ପଡ଼ିଥିବା ଏକ ବତା ସହାୟତାରେ ସେ ନିଜକୁ ଜୀବନ୍ତ ରଖିବାକୁ ଚେଷ୍ଟା କରୁଛି। ସେହି ସମୟରେ କୂଅ ଭିତରକୁ ଏକ ବକ୍ସ ପରି ଯନ୍ତା ପଠାଯାଉଛି। ବାଘଟି ଯନ୍ତାଟିର ଦ୍ୱାର ଦେଇ ଭିତରକୁ ପଶିଯାଉଛି। ଠିକ୍‌ ସେହି ସମୟରେ ଯନ୍ତାର ଦ୍ୱାର ବନ୍ଦ କରି ବାଘଟିକୁ ଉପରକୁ ଟେକି ନିଆଯାଉଛି।

ସମ୍ବନ୍ଧିତ ଖବର