ବସ୍‌ରେ ବସିଥିବା ପର୍ଯ୍ୟଟକଙ୍କ ପୋଷାକକୁ ଦାନ୍ତରେ କାମୁଡ଼ି ବାହାରକୁ ଟାଣିବା ବେଳେ ବାଘ ଭିଡିଓ ଭାଇରାଲ୍‌

ରାୟପୁର: ଛତିଶଗଡ଼ର ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଦୃଶ୍ୟ। ଏକ ପର୍ଯ୍ୟଟନ ବସ୍‌ରେ ଜଣେ ପର୍ଯ୍ୟଟକଙ୍କ ପୋଷାକକୁ ଏକ ବାଘଟି ବାହାରେ ରହି କାମୁଡ଼ି କାମୁଡ଼ି ଯାଉଥିବାର ଦେଖିବାକୁ ମିଳିଛି। ଏହି ଘଟଣା ବନ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ପରେ ସରକାରଙ୍କ ପକ୍ଷରୁ  ଦୁଇ ଜଣ ବନ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ଘଟଣାଟି ଫେବ୍ରୁଆରି ୧୪ର ବୋଲି ଜାଣିବାକୁ ମିଳିଛି। ଜଙ୍ଗଲରେ ପର୍ଯ୍ୟଟନ ବସ୍‌ଟି ଯାଉଥିବା ବେଳେ ସେଠାରେ ଥିବା ଦୁଇଟି ବାଘ ପରସ୍ପର ସହ ଲଢ଼େଇ କରୁଥିଲେ। ସେମାନଙ୍କ ଭିତରୁ ଗୋଟାଏ ବାଘ ବସ୍‌ ଭିତରେ ବସିଥିବା ଜଣେ ପର୍ଯ୍ୟଟକଙ୍କ ପୋଷାକକୁ କାମୁଡ଼ି ଧରି ପର୍ଯ୍ୟଟକଙ୍କୁ ବାହାରକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ପର୍ଯ୍ୟଟକ ଜଣକ ପୋଷାକ ବାହାରକୁ ବାହାରି ଥିବାରୁ ବାଘଟି ତାକୁ କାମୁଡ଼ି ଧରିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର