ମାନବିକତାର ମୃତ୍ୟୁ ! ଲୋକଙ୍କ ପଥର ମାଡ଼ରେ ପାହାଡ଼ରୁ ନଦୀକୁ ଖସି ପଡ଼ି ଭାଲୁର ଜୀବନ ଗଲା, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କାରଗିଲର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ଲୋକ ଏକ ଭାଲୁକୁ ଟେକା ପଥର ଫିଙ୍ଗୁଥିବା ଦେଖିବାକୁ ମିଳିଛି । ପାହାଡ଼ କଡ଼ରେ ଠିଆ ହୋଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ଭାଲୁଟି ପାଖ ନଦୀକୁ ଖସି ପଡ଼ୁଛି । ଏହା ପରେ ତା’ର ମୃତ୍ୟୁ ଘଟୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
A bear cub is caught in a razor wire after villagers chase it in Drass area. It finally managed out and finds itself on a mountain where again people chase it, pelt stones and it finally falls into a river. Probably dead https://t.co/YULNZz75Z1 pic.twitter.com/BnWsx8SNe1
— Shuja (@ShujaUH) May 10, 2019
ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଅନୁଯାୟୀ, ଭାଲୁକୁ ଦେଖି କିଛି ଲୋକ ଟେକା ପଥର ମାରିବାରୁ ଭାଲୁଟି ପ୍ରଥମେ ଏକ ଲୁହା ତାର ଲଗା ବାଡ଼ରେ ଫସି ଯାଇଥିଲା । ଏହା ପରେ ବହୁ କଷ୍ଟରେ ସେଠାରୁ ବାହାରି ନିଜକୁ ବଞ୍ଚାଇବା ପାଇଁ ସେ ଏକ ପାହାଡ଼ ପାଖକୁ ଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ତା’ର ପିଛା ଛାଡ଼ି ନଥିଲେ ଲୋକେ । ବାରମ୍ବାର ଟେକା ମାଡ଼ କରିବାରୁ ଭାଲୁଟି ପାହାଡ଼ ତଳେ ଯାଇଥିବା ନଦୀରେ ଖସି ପଡ଼ିଥିଲା । ତେବେ ତଳକୁ ଖସିବା ପରେ ପାଣିରୁ ଉଠିବାର ଅନେକ ଚେଷ୍ଟା କରି ମଧ୍ୟ ସେ ଉଠି ପାରି ନଥିଲା । କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।