ସବୁବେଳେ ହିଂସ୍ର ନୁହେଁ ସାପ ! କୁନି ଝିଅକୁ ଅଜଗର ଗେହ୍ଲା କରୁଥିବା ବେଳର ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ: ସାପକୁ କିଏ ବା ଭୟ ନ କରେ ! ତାହା ପୁଣି କୌଣସି ସାଧାରଣ ସାପ ନୁହେଁ, ଅଜଗର। ମାତ୍ର ଏହି ସାପମାନେ ଯେ ସବୁବେଳେ ଯେ ହଂସ୍ର ନୁହନ୍ତି ତାହା ଆପଣ ଏହି ଭିଡିଓଟିକୁ ଦେଖି ଜାଣିପାରିବେ।

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅଜଗରଟି କୁନି ଝିଅର ମଥାରେ ଚୁମ୍ବନ ଦେଉଛି। କୁନି ଝିଅଟି ମଧ୍ୟ ସାପଟି ସହ ଖୁବ୍‌ ଖୁସିର ସହ ଖେଳିବାରେ ଲାଗିଛି।

 

ଏହି ଭିଡିଓଟିର ଏବେ ସୁଦ୍ଧା ୩ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ୨୯ ହଜାର ଲୋକ ଏହାକୁ ଲାଇକ୍‌ କରିଥିବା ବେଳେ ୮ ହଜାର ଥର ଏହା ରି-ଟ୍ଵିଟ୍‌ ହୋଇ ସାରିଲାଣି।

 


ଭିଡିଓଟିକୁ ନେଇ ଅନେକ ଟ୍ଵିଟରିୟାନ ମଜା ମଜା ଟ୍ଵିଟ୍‌ ସବୁ କରିଛନ୍ତି। କେହି କେହି ଏହାକୁ ସାପଟି ତା’ ଭୋଜନ ପୂର୍ବରୁ ଖାଦ୍ୟ ଚାଖୁଚି ବୋଲି ଲେଖିଥିବା ବେଳେ ଆଉ କେହି ଏହି ଭିିଡିଓର ଶେଷ ଦୃଶ୍ୟ ଦେଖିବାକୁ ମନ ବଳେଇଛନ୍ତି।

ସମ୍ବନ୍ଧିତ ଖବର