ଭାଇରାଲ୍‌ ହେଲା ଦୁଇଟି ବିଶାଳ ପଥର ହାତ ଧରିଥିବା ଭିଏତ୍‌ନାମ୍‌ର ସୁବର୍ଣ୍ଣ ସେତୁ

କେନ୍ଦ୍ରୀୟ ଭିଏତ୍‌ନାମ୍‌ର ଅରଣ୍ୟଘେରା ପାବର୍ତ୍ୟାଞ୍ଚଳରେ ଗଛବୃଚ୍ଛ ମଧ୍ୟରୁ ଦୁଇଟି ବିଶାଳ ପଥର ହାତ ବାହାରି ଧରିଥିବା ଚକଚକିଆ ସୁନା ରଙ୍ଗର ପୋଲ, ଯାହା ଉପରେ ଖିଲି ଖିଲି ହସି ଦର୍ଶକଗଣ ସେଲ୍‌ଫି ଉଠାଉଛନ୍ତି, ସେଇଟି ଏବେ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ ହୋଇ ଉଠିଛି।
ଜୁନ୍‌ ମାସରେ ଦାନାଙ୍ଗ ନିକଟବର୍ତ୍ତର ବା’ ନା’ ପର୍ବତମାଳାରେ ‘ସୁବର୍ଣ୍ଣ ସେତୁ’ ଉଦ୍‌ଘାଟିତ ହେବା ଦିନୁଁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

ସୁଉଚ୍ଚ ପର୍ବତମାଳାରେ ସାପେଇ ଯାଇଥିବା ୪୯୦ ଫୁଟ୍‌ ଲମ୍ବବିଶିଷ୍ଟ ଏହି ପୋଲ ପ୍ରଥମେ ଫରାସୀ ଔପନିବେଶଙ୍କ ଦ୍ୱାରା ହିଲ୍‌ଷ୍ଟେସନ୍‌ ଭାବେ ୧୯୧୯ରେ ବିକଶିତ ହୋଇଥିଲା। ଏବେ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି। ଏଠରେ ରହିଛି କେବଲ୍‌ କାର୍‌, ଫକ୍ସ କ୍ୟାସେଲ୍‌ ଏବଂ କାଥେଡ୍ରଲ୍‌, ମେନିକ୍ୟୋର୍‌ଡ୍‌ ଗାର୍ଡେନ୍‌ ଓ ମହମ ଜାଦୁଘର ଥାଇ ମଧ୍ୟ ଯୁଗୀୟ ଫରାସୀ ଗାଁର ପ୍ରତିଛବି।

କିନ୍ତୁ ଦର୍ଶକମାନେ ବିଶେଷ ଭାବେ ‘ସୁବର୍ଣ୍ଣ ସେତୁ’ ଯାହାକୁ ଭିଏତ୍‌ନାମୀ ଭାଷାରେ ‘କାଉ ଭାଙ୍ଗ୍‌’ କୁହାଯାଉଛି, ସେଥି ପ୍ରତି ଖୁବ୍‌ ଆକୃଷ୍ଟ ହେଉଛନ୍ତି।

ଗୋଲ୍‌ଡେନ୍‌ ବ୍ରିଜ୍‌ର ନକ୍ସାକାର ଆନ୍‌ହ କହନ୍ତି: ଈଶ୍ୱରଙ୍କ କେଶ କେରା ପରି ଦିଶୁଥିବା ଅନ୍ୟ ଏକ ରୁପେଲୀ ସେତୁ ସେ ଏଠାରେ ଗଢ଼ିବା କାମ ପାଇସାରିଛନ୍ତି।

ସମ୍ବନ୍ଧିତ ଖବର