ବିବାହ ଉତ୍ସବରେ ଗୋବିନ୍ଦାଙ୍କ ନାଚକୁ ନକଲ କରି ଦର୍ଶକଙ୍କ ମନଜିଣିଲେ ଅଧ୍ୟାପକ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଭାରତରେ ବିବାହ ଉତ୍ସବରେ ମନମତାଣିଆ କୌତୁକିଆ ଶୈଳୀର ନାଚ ଦେଖିବାକୁ ମିଳିଥାଏ । ଆଜିକାଲି ଏଭଳି ବିଭିନ୍ନ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ନିକଟରେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ସୃଷ୍ଟି କରିଛି ଏକ ବାହାଘର ଉତ୍ସବରେ ଜଣେ ବ୍ୟକ୍ତିଙ୍କ ବଲିଉଡ୍‌ ଗୀତ ‘ଆପ୍‌ କେ ଆ ଜାନେ ସେ’ରେ ଧମାକେଦାର ନାଚ । ଶେୟାର ହେଉଥିବା ୧.୩୬ ମିନିଟର ଭିଡ଼ିଓରେ ଜଣେ ମଧ୍ୟମ ବୟସର ବ୍ୟକ୍ତି ଅଭିନେତା ଗୋବିନ୍ଦାଙ୍କ ଅଭିନୀତ ଲୋକପ୍ରିୟ ଗୀତ ‘ଆପ୍‌ କେ ଆ ଜାନେ ସେ’ ରେ ତାଙ୍କ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଗୋବିନ୍ଦାଙ୍କୁ ନକଲ କରୁଥିବା ଦୃଶ୍ୟ ଉପସ୍ଥିତ ସମସସ୍ତଙ୍କୁ ହସର ଖୋରାକ ଯୋଗାଉଛି।

ଭିଡ଼ିଓରେ ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ମଧ୍ୟପ୍ରଦେଶ ବିଦିଶାର ୪୬ ବର୍ଷିୟ ସଞ୍ଜୟ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି । ସେ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ହୋଇଥିବା ବେଳେ ନିଜର ଶାଳକର ବାହାଘରରେ ଏହି ନୃତ୍ୟ କରୁଥିବାର ଜଣାପଡ଼ିଛି। ଶ୍ରୀବାସ୍ତବ କହିଛନ୍ତି “ ମୁଁ କେବେ ମଧ୍ୟ ଭାବିନଥିଲି ମୋର ଏହି ନୃତ୍ୟଟି ଏତେ ମାତ୍ରାରେ ଭାଇରାଲ ହୋଇଯିବ । ଏ ଭିଡ଼ିଓ ପାଇଁ ସମସ୍ତେ ବର୍ତ୍ତମାନ ମତେ ଡ଼୍ୟାସିଂ ଅଙ୍କଲ୍‌ ବୋଲି ଡ଼ାକୁଛନ୍ତି । ତେବେ ମତେ ପିଲାଟି ବେଳୁ ନୃତ୍ୟର ବହୁ ଆଗ୍ରହ ରହିଥିଲା କିନ୍ତୁ ପରିବାର ପୋଷଣ ପାଇଁ ମୁଁ ଏଥିପ୍ରତି ଧ୍ୟାନ ହେଇପାରିନଥିଲି ।”

ସମ୍ବନ୍ଧିତ ଖବର