ସୋସିଆଲ ମିଡିଆରେ ଭାଇରାଲ ସାଜିଛିି ଏପରି ଏକ ଭିଡିଓ, ଯେଉଁଥିରେ ଜଣେ ୭ ବର୍ଷୀୟ ପିଲା କରୁଛନ୍ତି ଜିନିଷ ଡେଲିଭରି କାମ!

ଯେଉଁ ବୟସରେ ପିଲାମାନେ ଖେଳକୁଦ କରିବା କଥା ସେହି ବୟସରେ ଜଣେ ଡେଲିଭରି ବଏ ସାଜିବା ନିଶ୍ଚିତ ଭାବେ ସମସ୍ତଙ୍କୁ ବିସ୍ମିତ କରୁଥିବ। କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ସାଜିଛିି ଏପରି ଏକ ଭିଡିଓ। ଯେଉଁଥିରେ ଜଣେ ୭ ବର୍ଷୀୟ ପିଲା କରୁଛନ୍ତି ଜିନିଷ ଡେଲିଭରି କାମ। ଏହି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଚୀନର ଏହି ଦୃଶ୍ୟ ଚୀନରେ ଗରିବୀ ବଢୁଥିବାର ସମସ୍ତଙ୍କ ଧ୍ୟାନକେନ୍ଦ୍ରିତ କରିଛି। ପୂର୍ବ ଚୀନର ଶିଙ୍ଗଦାଓ ପ୍ରାନ୍ତରେ ରହୁଥିବା ଏହି ୭ ବର୍ଷୀୟ ପିଲା ଘରେ ଘରେ ଯାଇ ଜିନିଷ ଡେଲିଭର କରୁଛନ୍ତି। ଏହି ପିଲାଟି ନିଜେ ଏକ ସାକ୍ଷାତକାରରେ କହିଛି ଯେ, ସେ ପ୍ରତିଦିନ ୩୦ଟି ପାର୍ସଲ ଡେଲିଭର କରୁଛନ୍ତି।

ସୋସିଆଲ୍‌ ମିଡିଆ ୟୁଜସ ପିଲାକୁ ‘ଲିଟିଲି ଲି’ ନାମ ଦେଇଛନ୍ତି। ଚୀନର ସୋସିଆଲ ମିଡିଆ ସାଇଟ୍‌ ୱିବୋରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ଅନୁସାରେ, ପିଲାଟିର ପିତାଙ୍କ ୪ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ପିଲାର ମା’ ଦ୍ୱିତୀୟ ଥର ବିବାହ କରିଛନ୍ତି ଏବଂ ସେଦିନ ଠାରୁ ଏହି ପିଲାଟି ଅନାଥ। ଲିଟିଲି ଲି ଯେତେବେଳେ ୩ ବର୍ଷର ହୋଇଥିଲେ , ସେଦିନ ଠାରୁ ୟାନ୍‌ ଶିଫାଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କର ଦେଖାଶୁଣା କରୁଥିଲେ। ୟାନ୍‌ ଶିଫାଙ୍ଗ ଲି ଙ୍କ ପିତାଙ୍କ ସହ କାମ କରୁଥିଲେ ଏବଂ ସେ ନିଜେ ମଧ୍ୟ ଜଣେ ଡେଲିଭରି ବୟ। ଲିଟିଲ ଲି ମଧ୍ୟ ଏବେ ଶିଙ୍ଗ ଦାଓ ର ଶାଇବେ ଜିଲ୍ଲାରେ ପ୍ରତିଦିନ ୩୦ଟି ପାର୍ସଲ ଡେଲିଭର କରି ସେଲିବ୍ରେଟି ହୋଇଯାଇଛି। ଲିଟିଲି ଲି ମିଡିଆ ରିପୋର୍ଟରଙ୍କୁ କହିଛନ୍ତି କି ସେ ନିଜର କାମରେ ବହୁତ ଖୁସି ଏବଂ ବଡ ହୋଇ ମଧ୍ୟ ଏହି କାମ କରିବାକୁ ଚାହୁଁଛି।

ଶିଙ୍ଗଦାଓ ଚେସ୍‌ ଆସୋସିଏସନର ଡାଇରେକ୍ଟର ୱାଙ୍ଗ ଶିଙ୍ଗ ଦାଓ, ଲିଙ୍କୁ ଭେଟିବା ପରେ ପ୍ରଥମେ ତାଙ୍କ କାହାଣୀ ପୋଷ୍ଟ କରିଥିଲେ। ୱାଙ୍ଗ ଚୀନର ଏକ ମିଡିଆକୁ ପରେ କହିଥିଲେ କି କେମିତି ଲି ତାଙ୍କୁ ଏକ ବଡ ପାର୍ସଲ ମୁସ୍କିଲରେ ପକାଇଥିଲା ଏବଂ କନଫର୍ମେସନ ସ୍ଲିପ୍‌ରେ ସାଇନ୍‌ କରିବାକୁ କହିଥିଲେ। ଏବେ ଏଇ ଛୋଟ ପିଲାକୁ ନେଇ ବଡ ଡିବେଟ୍‌ ଆରମ୍ଭ ହୋଇଯାଇଛି। ସେ ସ୍କୁଲ ଯିବା ପାଇଁ ଅନେକ ସୋସିଆଲ ମିଡିଆ ୟୁଜର ପିଲାଙ୍କ ପାଇଁ ଟଙ୍କା ବି ଡୋନେଟ୍‌ କରିଛନ୍ତି। ଏବେ ଶିଙ୍ଗଦାଓର ଶାଇବେ ଜିଲ୍ଲାର ସରକାର ଏହି ପିଲାର ମା’କୁ ଖୋଜିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର