ଅଭିଶପ୍ତ କୁମାରୀଙ୍କ ଘର କାମତିପୁର

ରେଖା ବୋଲି ଝିଅଟିଏ ସବୁ ରାତିରେ ୮ ରୁ ୧୦ ଜଣ ଗରାଖଙ୍କୁ ଆପ୍ୟାୟିତ କରେ। ଯେବେ ସେ ଘର କଥା ଉଠାଏ, ମାଡ଼ ଖାଏ। ୫ ଭାଇଭଉଣୀଙ୍କ ଭିତରେ ସବା ବଡ଼ ରେଖାକୁ ‘ଦେବ ବାଳିକା’ ଭାବେ ୧୨ ବର୍ଷ ବୟସରେ ନିଜ ଗାଁ’ କର୍ଣ୍ଣାଟକରୁ ପଠାଯାଇଥିଲା। ଏହା ହେଉଛି ଗଣିକା ବୃତ୍ତିର ଗୋଟିଏ ରୂପ ଯାହା ଭାରତୀୟ ସିନେମାରେ ରୂପାୟିତ ହୋଇଛି।

ସେ ଭଳି ଗୋଟିଏ କାହାଣୀ ହେଉଛି ଭାଷା ଓ ଆଞ୍ଚଳିକ ଭିତ୍ତିରେ ବିଭକ୍ତ ହୋଇଥିବା କାମତିପୁର ଅନ୍ତର୍ଗତ ୧୪ ଲେନ୍‌ର ଯୌନକର୍ମୀମାନଙ୍କର। ଶିଶୁ ଚାଲାଣ ଏବଂ ନିର୍ମମ କୋଠି ମାଲିକାଣୀଙ୍କ କାହାଣୀ ଏଠାରେ ଭିନ୍ନ ମନେହୁଏ- କୁମାରୀତ୍ୱ ସେମାନଙ୍କ ପାଇଁ ଅଭିଶାପ। ଲଢ଼ିବା ମନୋବଳ ଭାଙ୍ଗିବା ପାଇଁ ଏଠାରେ ଝିଅମାନଙ୍କୁ ମାରଧର କରାଯାଇ ଦିନ ଦିନ ଧରି ଅନ୍ଧକାର ବାକ୍ସ ମଧ୍ୟରେ ରଖାଯାଏ।

କୁମାରୀ ଝିଅମାନଙ୍କୁ କିଣା ଯାଇ ଆନନ୍ଦ ପାଇଁ ନିଶା ଦିଆଯାଏ ଓ ଆକର୍ଷଣୀୟ ଦିଶିବା ପାଇଁ ସେମାନଙ୍କୁ ଗାଈମାନଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟେରୋଏଡ୍‌ ଖୁଆଯାଏ। ଏଠାକାର ଅଧିକାଂଶ ପୀଡ଼ିତା ଦେବଦାସୀ ସଂସ୍କୃତିର। ଉତ୍କଟ ଦାରିଦ୍ର୍ୟ ଯୋଗୁଁ ପିତାମାତା ସେମାନଙ୍କର କୁମାରୀ ଝିଅମାନଙ୍କୁ ଗଣିକାଳୟ ମାଲିକମାନଙ୍କୁ ବିକ୍ରୟ କରି ଦିଅନ୍ତି।

ଏହାପରେ ସେ ଝିଅମାନେ ଲାଖି ଯାଆନ୍ତି ନିର୍ଦ୍ଦୟ ଯୌନ ବଳୟ ମଧ୍ୟରେ। ସେମାନେ ହୁଅନ୍ତି ସମାଜରୁ ବାସନ୍ଦ। ସେମାନଙ୍କ ପାଇଁ ଘର କହିଲେ କେବଳ କାମତିପୁର।

ସମ୍ବନ୍ଧିତ ଖବର