ଆଧାର ଅଥେଣ୍ଟିକେସନ୍‌ ଲାଗି ଭର୍‌ଚୁଆଲ୍‌ ଆଇଡି ୧ ଜୁଲାଇରୁ ଲାଗୁ ହେବ, ବନାଇ ନିଅନ୍ତୁ ଆପଣ ବି ଆଧାର ଭି-ଆଇଡି

ମୋବାଇଲ୍‌ ସିମ୍‌ ନେବାରେ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବାରେ ଓ ପେନ୍‌ସନ୍‌ କିମ୍ବା ସ୍କୋଲର୍‌ସିପ୍‌ ଆଣିବା ପାଇଁ ଗଲାବେଳେ ଏବେ ଆଧାର ନମ୍ବର ସ୍ଥାନରେ ୧୬ ଅଙ୍କର ଏହି ଭର୍‌ଚୁଆଲ୍‌ ଆଇଡି (V ID) ଦାଖଲ କରି ପାରିବେ। ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ୧ ଜୁଲାଇରୁ ଏହାକୁ ଲାଗୁ କରିବା ପାଇଁ ଯାଉଛି। ଏହା କେବଳ ଆଧାର ଅଥେଣ୍ଟିକେସନ୍‌ ପାଇଁ କରାଯାଇଛି।

ସର୍ବପ୍ରଥମେ ବ୍ରାଉଜର୍‌ ଖୋଲି uidai.gov.in ଲିଙ୍କ୍‌ ଖୋଲନ୍ତୁ।

ପ୍ରଥମ ପେଜ୍‌ରେ ଥିବା Virtual ID (VID) Generatorରେ କ୍ଲିକ୍‌ କରି ଖୋଲନ୍ତୁ।

ନୂଆ ପେଜ୍‌ ଖୋଲିଲା ପରେ ଏଥିରେ ନିଜର ଆଧାର ନମ୍ବର ଦିଅନ୍ତୁ। ଏହା ପରେ ସିକ୍ୟୁରିଟି କୋଡ୍‌ ଦେଇ Send OTPରେ କ୍ଲିକ୍‌ କରନ୍ତୁ।

ଏହାପରେ ଆପଣଙ୍କ ମୋବାଇଲ୍‌କୁ OTP ଆସିବ ଏହାକୁ ଲେଖିଲା ପରେ ଆପଣଙ୍କ ମୋବାଇଲ୍‌କୁ ୧୬ ଅଙ୍କ ବିଶିଷ୍ଟ ଭିଆଇଡି ଆସିଯିବ।

ସମ୍ବନ୍ଧିତ ଖବର