ଏହି େଓ୍ଵଟରଙ୍କୁ ଏଭଳି ଭାବେ ମିଳିଲା ଗ୍ରାହକଙ୍କ ୨୫ଲକ୍ଷ ଟଙ୍କା, କଲେ ଏମିତି କାମ କି ସମସ୍ତେ କରୁଛନ୍ତି ପ୍ରଶଂସା

ମୁମ୍ବାଇ: ଚେନ୍ନାଇର ଏକ ରେସ୍ତୋରାଁରେ େଓ୍ଵଟରକୁ ୨୫ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ ମଳିଥିଲା। ସେ ଏତେଗୁଡ଼ିକ ଟଙ୍କା ଦେଖି କିଛି ନଭାବି ସିଧା ନେଇ ନିଜ ମ୍ୟାନେଜରକୁ ଦେଇ ଦେଇଥିଲେ। ଏହାପରେ ଟଙ୍କାର ମାଲିକଙ୍କୁ ଅପେକ୍ଷା କରାଯାଇଥିଲା। ପୂରାଦିନ ବିତି ଯାଇଥିଲେ ବି ମାଲିକ ତାଙ୍କ ଟଙ୍କା ନେବାକୁ ପହଞ୍ଚି ନଥିଲେ। ତେଣୁ ଏହି ଟଙ୍କାକୁ ପୁଲିସକୁ ହସ୍ତାନ୍ତର କରି ଦିଆଯାଇଥିଲା। ଏହି ଘଟଣା ପରେ ରେସ୍ତୋରାଁ ମାଲିକ ଓ ପୁଲିସ ସମେତ ସମସ୍ତେ େଓ୍ଵଟରଙ୍କ ସ୍ୱଚ୍ଚୋଟତାର ପ୍ରଶଂସା କରୁଛନ୍ତି। ପୁଲିସ ରବିଙ୍କ ସ୍ୱଚ୍ଚୋଟତା ବିଷୟରେ ଜାଣି ତାଙ୍କୁ ଏକ ଟାଇଟନ୍‌ର ଘଣ୍ଟା ଉପହାର ଦେଇଥିଲେ।

ଏହି ମାମଲା ଚେନ୍ନାଇର ନାମୀ ଶ୍ରବଣ ଭବନ ରୋସ୍ତୋରାଁରେ ଘଟିଛି। ଯେଉଁଠାରେ ଶୁକ୍ରବାରକୁ ଅନ୍ନାନଗରସ୍ଥିତ ବ୍ରାଞ୍ଚରେ କେତେକ ଗ୍ରାହକ ସକାଳ ୧୧ରେ ଖାଦ୍ୟ ଖାଇବାକୁ ଆସିଥିଲେ। ଖାଇ ସାରିବା ପରେ ପ୍ୟାକେଟକୁ ସୋଫାରେ ରଖି ଦେଇ ପଳାଇ ଯାଇଥିଲେ। ଏହାପରେ ରୋସ୍ତୋରାଁରେ େଓ୍ଵଟରର କାମ କରୁଥିବା ରବିଙ୍କ ନଜର ଏହା ଉପରେ ପଡ଼ିଥିଲା। ସେ ଏହି ପ୍ୟାକେଟକୁ ଉଠାଇ ଏହା ଭିତରେ କ’ଣ ଅଛି ନଦେଖି ନିଜ ମ୍ୟାନେଜରକୁ ଦେଇ ଦେଇଥିଲେ। ଯେତେବେଳେ ମ୍ୟାନେଜର ପ୍ୟାକେଟ ଖୋଲି ଦେଖିଥିଲେ , ସେଥିରେ ୨୫ଲକ୍ଷ ଟଙ୍କା ଥିବା ଜାଣିବାକୁ ପାଇଥିଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର