ଜାଣନ୍ତୁ , କାହିଁକି ମନିପର୍ସରେ ଟଙ୍କା ରଖିଲେ ବି ରହେ ନାହିଁ ?

ଆଜିକାଲି ଊଣା ଅଧିକେ ସମସ୍ତେ ନିଜର ପର୍ସରେ ଟଙ୍କା ରଖି ଥାଆନ୍ତି। କେତେକ ଲୋକ ଅଭିଯୋଗ କରନ୍ତି ଯେ ଯେତେ ଟଙ୍କା ରଖିଲେ ବି ସେମାନଙ୍କର ପର୍ସରେ ତାହା ରହୁ ନାହିଁ। ଅର୍ଥାତ୍‌ ସେମାନଙ୍କର ଟଙ୍କା ଖର୍ଚ୍ଚ ହୋଇଯାଉଛି। ଆସନ୍ତୁ ଜାଣିବା, କାହିଁକି ଏମିତି ହୁଏ? ଆମେ କେଉଁ ଭୁଲ୍‌ ତ୍ରୁଟି କରୁ, ଯେଉଁଥିପାଇଁ ଆମ ପକେଟରେ ଥିବା ପର୍ସରେ ଟଙ୍କା ରହେ ନାହିଁ।

ପ୍ରଥମ କଥା ହେଲା ପର୍ସ ଫଟା ନ ହେବା ଦରକାର। ଯଦି ଫଟା ବା ଚିରା ବା କଣା ପର୍ସରେ ଟଙ୍କା ରଖିବେ, ତେବେ ଆର୍ଥିକ କ୍ଷତି ହୋଇଥାଏ। ଏଣୁ ତାକୁ ତୁରନ୍ତ ବଦଳାଇ ଦେବା ଉଚିତ୍‌।
ପୁରୁଣା କାଗଜ, ବିଲ୍‌ ବା ଅନ୍ୟ କାଗଜ ପର୍ସରେ ରଖନ୍ତୁ ନାହିଁ। ଏସବୁ ରଖିଲେ, ନିଜର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ।
ତୃତୀୟ କଥା ହେଲା ପର୍ସରେ କେବେ ବି ପାନ ମସଲା, ଟଫି, ଚକଲେଟ୍‌ ରଖନ୍ତୁ ନାହିଁ।


ଚତୁର୍ଥ କଥା ହେଲା ମନି ପର୍ସ ଭିତରେ ଔଷଧ ବଟିକା ବା କ୍ୟାପସୁଲ୍‌ ମଧ୍ୟ ରଖିବା ଉଚିତ ନୁହେଁ।
ଠିକ୍‌ ସେହିପରି ମନିପର୍ସରେ ଛୁରି, ବ୍ଲେଡ୍‌ ବା ଲୁହା ଜିନିଷ ରଖିବା ମଧ୍ୟ ଅନୁଚିତ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର