ଏହି ସବୁ କାମ କରିବା ପୂର୍ବରୁ ପାଦ ନିଶ୍ଚୟ ଧୁଅନ୍ତୁ

ସବୁ ମଣିଷ ସୁଖୀ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି । ସେଥିପାଇଁ ସେମାନେ ଧନ ଅର୍ଜନ କରିବାରେ ଲାଗି ପଡ଼ିଥାନ୍ତି । ନିଜକୁ ଧନୀ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ଲୋକେ କଠିନ ପରିଶ୍ରମ କରିବା ସହ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ପ୍ରତିଦିନର କାମରେ ଲୋକମାନେ କିଛି ଏପରି ଭୁଲ କରିଥାନ୍ତି, ଯାହା ସେମାନଙ୍କୁ ସଫଳତା ପାଇବାରୁ ରୋକିଥାଏ । ସଫଳ ହେବା ପାଇଁ ମସ୍ତିଷ୍କ ଶାନ୍ତ ରହିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ମଣିଷ ନିଜର କାମ ଠିକ୍‌ ଭାବରେ କରି ପାରିବ । ତେବେ ସଫଳ ହେବା ପଛରେ ପାଦ ଧୋଇବାର କ’ଣ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା ।

୧. ଭୋଜନ କରିବା ସମୟରେ ହାତ ଧୋଇବା ସହ ପାଦ ମଧ୍ୟ ଧୋଇବା ଆବଶ୍ୟକ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ,ପାଦ ତଳ ଯେତେ ସଫା ରହିଥାଏ,ଖାଦ୍ୟ ସେତିକି ଭଲ ଭାବରେ ହଜମ ହୋଇଥାଏ । ଯାହାଦ୍ୱାରା ପେଟ ଜନିତ ସମସ୍ୟା ଦେଖା ନ ଯିବା ସହ ଆପଣ ଆପଣଙ୍କ କାମରେ ମନ ଦେଇ ପାରିଥାନ୍ତି ।
୨.ବାହାରକୁ ଯାଇଥିଲେ ଘରକୁ ପ୍ରବେଶ କରିବା ପୂର୍ବରୁ ପାଦ ନିଶ୍ଚୟ ଧୁଅନ୍ତୁ । ଏପରି କରିବା ଦ୍ୱାରା ବାହାରର ଜୀବାଣୁ ଭିତରକୁ ଆସି ନଥାଏ ଏବଂ ଆପଣଙ୍କ ପରିବାର ରୋଗମୁକ୍ତ ରହିଥାଏ ।

HealthMDS

୩.ନିଜର କାମକୁ ନେଇ ଏକାଗ୍ରତା ବଢ଼ାଇବା ପାଇଁ ପୂଜା କରିବା ପୂର୍ବରୁ ଏବଂ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପାଦ ନିଶ୍ଚୟ ଧୁଅନ୍ତୁ ।
୪.ଭଲ ଏବଂ ଗଭୀର ନିଦ ପାଇଁ ଶୋଇବା ପୂର୍ବରୁ ପାଦ ଭଲ କରି ଧୋଇବା ପରେ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଭଲ ନିଦ ହେବା ସହ ଆପଣ ଅବସାଦ ମୁକ୍ତ ରହିବେ ।

ସମ୍ବନ୍ଧିତ ଖବର