କଶ୍ମୀରକୁ ନେଇ ବିତର୍କ ଜାରି ରହିଥିବା ବେଳେ କଶ୍ମୀରର ସ୍କୁଲ ଛାତ୍ରୀମାନେ ଗାଇଲେ ହିନ୍ଦୁସ୍ତାନ ହୈ ହମାରା ବତନ, ଭାଇରାଲ ହେଲା ଭିଡିଓ

ଶ୍ରୀନଗର : ଦେଶରେ ଗୋଟେ ପଟେ ନିର୍ବାଚନୀ ଚର୍ଚ୍ଚା ଲାଗି ରହିଥିବା ବେଳେ ଅନ୍ୟ ପଟେ କଶ୍ମୀରକୁ ନେଇ ବିତର୍କ ଜାରି ରହିଛି । ଏ ମଧ୍ୟରେ କଶ୍ମୀର ସ୍କୁଲ ଛାତ୍ରୀମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ବିତର୍କ କରୁଥିବା ଲୋକମାନଙ୍କୁ ଅନେକ କିଛି ଶିଖାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଭିଡିଓକୁ ଭାରତୀୟ ସେନାର ନର୍ଥ କମାଣ୍ଡର  ଜଣେ ଯବାନ  ନିଜ ଟୁଇଟ୍‌ର ଆକାଉଣ୍ଟରେ ଟୁଇଟ୍‌ କରିବା ପରେ ଭିଡିଓଟି ଭାଇରାଲ ହୋଇଥିଲା ।

ଭିଡିଓଟି କଶ୍ମୀରର କେଉଁ ସ୍ଥାନର ବୋଲି ସ୍ପଷ୍ଟ ହୋଇ ନ ଥିବା ବେଳେ ଭିଡିଓରେ କିଛି ସ୍କୁଲ ଛାତ୍ରୀ ହାତରେ ଭାରତୀୟ ଜାତୀୟ ପତାକା ଧରି ଗୀତ ଗାଉଥିବା ଦେଖା ଯାଇଛି । “ହିନ୍ଦୋସ୍ତାନ ହୈ ହମାରା ବତନ । ମୋହବତ୍‌ ଭି ଅଖୋଁ କା ତାରା ବତନ । ହମାରା ବତନ । ଦିଲ୍‌ ସେ ପ୍ୟାରା ବତନ । ହିନ୍ଦୋସ୍ତାନ ହୈ ହମାରା ବତନ” ବୋଲି ଗାଉଥିବା ଭିଡିଓରେ ଦେଖାଯାଇଛି ।

ଏହାକୁ ଟୁଇଟ୍‌ କରି ଭାରତୀୟ ସେନାର ନର୍ଥ କମାଣ୍ଡ, “କୁଛ୍‌ ନଶା ତିରଙ୍ଗା କା ଆନ୍‌ କା ହୈ । କୁଛ୍‌ ନଶା ମାତୃଭୂମି କା ଶାନ୍‌ କା ହୈ । ହମ୍‌ ଲହରାଏଙ୍ଗେ ହର୍‌ ଜଗା ୟେ ତିରଙ୍ଗା, ନଶା ୟେ ହିନ୍ଦୋସ୍ତାନ କି ଶାନ କା ହୈ” ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର