ଭୁବନେଶ୍ୱରର ଏହି ଡ୍ୟାନ୍‌ସିଙ୍ଗ ଟ୍ରାଫିକ୍‌ ପୁଲିସକୁ ନେଇ ଚର୍ଚ୍ଚା, ଭାଇରାଲ ହେବାରେ ଲାଗିଛି ଭିଡ଼ିଓ

ଭୁବନେଶ୍ୱର: କିଛି ଦିନ ତଳେ ହୋମ ଗାର୍ଡ଼ରୁ ଟ୍ରାଫିକ ପୁଲିସ ସାଜିଥିବା ପ୍ରତାପ ଚନ୍ଦ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବାର ଶୈଳୀ ତାଙ୍କୁ ଆଜି ଚର୍ଚ୍ଚାର ପରିସରକୁ ଆଣିଛି । ପ୍ରତାପ ନିଜ ଡ୍ୟୁଟି କରିବା ସହ ନିଜ ନୃତ୍ୟ ଦ୍ୱାରା ପଥଚାରୀମାନଙ୍କର ମନୋରଞ୍ଜନ ମଧ୍ୟ କରୁଥିବା ଦେଖା ଯାଇଛି । ନୃତ୍ୟ ପ୍ରତି ଥିବା ତାଙ୍କର ଗଭୀର ଇଚ୍ଛାକୁ ସେ ନିଜ କାର୍ଯ୍ୟରେ ଲଗାଇବା ସହ ପଥଚାରୀମାନଙ୍କର ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିଥାନ୍ତି । ଯାହାଦ୍ୱାରା ଲୋକମାନଙ୍କ ଧ୍ୟାନ ତାଙ୍କ ଉପରେ ରହିବା ସହ ଲୋକମାନେ ତାଙ୍କ ନିର୍ଦ୍ଦେଶକୁ ପାଳନ କରି ପାରିବେ । ଟ୍ରାଫିକ୍‌ ନିୟମକୁ ସେ ନିଜ ନୃତ୍ୟ ଦ୍ୱାରା ଲୋକମାନଙ୍କ ପାଖରେ ପହଞ୍ଚାଉଥିବା ବେଳେ ନୃତ୍ୟ ପ୍ରତି ତାଙ୍କର ଥିବା ଇଚ୍ଛା ତାଙ୍କ କାମକୁ ଅତି ସହଜ କରି ପାରିଛି ବୋଲି ପ୍ରତାପ କହିଛନ୍ତି । ସାଧାରଣତଃ ଲୋକମାନେ ଟ୍ରାଫିକ୍‌ ନିୟମକୁ ମାନନ୍ତି ନାହିଁ । କିନ୍ତୁ ମୋ ନୃତ୍ୟ ଶୈଳୀକୁ ଦେଖି ସେମାନେ ମୋ ଆଡ଼କୁ ଆକର୍ଷିତ ହେବା ସହ ଟ୍ରାଫିକ୍‌ ନିୟମ ମାନନ୍ତି ବୋଲି କହିଛନ୍ତି ପ୍ରତାପ ।

ଏହା ପୂର୍ବରୁ ମଧ୍ୟପ୍ରଦେଶର ଟ୍ରାଫିକ୍‌ ପୁଲିସ ରଣଜିତ୍‌ ସିଂହଙ୍କ ମାଇକେଲ ଜାକ୍‌ସନ୍‌ ଷ୍ଟାଇଲକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାଇକେଲ ଜାକ୍‌ସନ୍‌ଙ୍କ ମୁନ୍‌ ଓ୍ଵାକ୍‌ ଷ୍ଟାଇଲ ଦ୍ୱାରା ସେ ଟ୍ରାଫିକକୁ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କର ଏହି ଭିନ୍ନ ଶୈଳୀ ପାଇଁ ସେ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ପାରିଥିଲେ ।

ସମ୍ବନ୍ଧିତ ଖବର