ଶୁଦ୍ଧ ପାଣିର ବ୍ୟବସାୟ ପାଇଁ ସୁଯୋଗ ଆଣିଛି ‘ୱାଟର ଏଟିଏମ୍‌’

ବର୍ତ୍ତମାନ ତାତି ବଢ଼ିବା ଆରମ୍ଭ ହୋଇଗଲାଣି। ଏଭଳି ସ୍ଥିତିରେ ଏବେ ପାଣି ବିକ୍ରି ବଢ଼ିବାରେ ଲାଗିଛି। ଏହି ସମୟରେ ଲୋକମାନେ ଘର ବ୍ୟତୀତ ବାହାରେ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ଏଥିପାଇଁ ପାଣି ବୋତଲ କିଣିଥାନ୍ତି। କିନ୍ତୁ ଅନେକ ଥର ବୋତଲ ପାଣି ମହଙ୍ଗା ପଡିଥାଏ। ତେବେ ଶୁଦ୍ଧ ପାଣିର ଆବଶ୍ୟକତା ଆପଣଙ୍କ ପାଇଁ ସୁନ୍ଦର ବ୍ୟବସାୟ ସୁଯୋଗ ଆଣିଦେଇଛି। ଏବେ ଭାରତୀୟ ରେଲୱେ, ମେଟ୍ରୋ, ରୋଡ ଟ୍ରାଂସପୋର୍ଟ ଭଳି ପ୍ରାଇଭେଟ କମ୍ପାନୀଗୁଡ଼ିକ ମଧ୍ୟ ୱାଟର ଏଟିଏମ ଇନଷ୍ଟଲ କରୁଛନ୍ତି। ତେବେ ଆପଣ ଚାହିଁଲେ ୱାଟର ଏଟିଏମ୍‌ ଲଗାଇ ବ୍ୟବସାୟ କରିପାରିବେ।

ୱାଟର ଏଟିଏମ କ’ଣ ?

ଏବେ ପର୍ଯ୍ୟନ୍ତ ଆପଣ ଯେଭଳି ଏଟିଏମରୁ ଟଙ୍କା ବାହାର କରୁଥିଲେ, ଏପରି ହିଁ ଏବେ ଏଟିଏମରୁ ପାଣି ବି ବାହାର କରିପାରିବେ। ଆଜିକାଲିକା ଲୋକ ଏଭଳି ବ୍ୟବସାୟୀ କରିବାକୁ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରି ଆପଣ ବି ୱାଟର ଏଟିଏମ ଲଗାଇ ପାରିବେ। ଯାହା ଦ୍ୱାରା ଆଖପାଖର ଲୋକଙ୍କୁ ସହଜରେ ଶୁଦ୍ଧ ପାଣି ମିଳି ପାରିବ। ପାଣି ଦରକାର କରୁଥବା ଲୋକେ କଏନ୍‌ ଓ ନୋଟ ଦେଇ ପାଣି ଗ୍ଲାସ ଠାରୁ ଆରମ୍ଭ କରି ୨୦ ଲିଟର ପର୍ଯ୍ୟନ୍ତ ପାଣି ଜାରରେ ନେଇ ପାରିବେ। ଏହି ପ୍ରକାର ଏଟିଏମରେ ଇନବିଲ୍‌ଟ ଆରୋ ସିଷ୍ଟମ ଥାଏ। ତେବେ ଆରୋ ସିଷ୍ଟମ ଯୋଗୁଁ ପାଣି ନଷ୍ଟ ହୁଏ ନାହିଁ। ଯାହାଦ୍ୱରା ଯେତେ ଇଚ୍ଛା ପାଣି ପିଇ ପାରିବେ।

ତେବେ ଆପଣମାନେ ଚାହିଁଲେ ଏପରି ଏଟିଏମ ଲଗାଇ ବ୍ୟବସାୟୀ ଆରମ୍ଭ କରିପାରିବେ। ୱାଟର ଏଟିଏମ ଏବେ ବହୁତ କମ ସ୍ଥାନରେ ଲାଗିଛି। ଆଉ ଆପଣଙ୍କ ପାଇଁ ଅଫର ବହୁତ ରହିଛି । ଏହା ବ୍ୟତୀତ ଆପଣ କମ୍ପାନୀ ପାଇଁ ୱାଟର ସପ୍ଲାଇର ବ୍ୟବସାୟୀ କରିପାରିବେ। ୱାଟର ଏଟିଏମ ବନାଉଥିବା କମ୍ପାନୀଙ୍କ ଠାରୁ ଆପଣ ମଧ୍ୟ ପାଇ ପାରିବେ।

– ମହାରାଷ୍ଟ୍ର, ଗୁଜରାଟରେ ଅନେକ କମ୍ପାନୀ ରହିଛି, ଯେଉଁଠାରେ ୱାଟର ଏଟିଏମ ତିଆରି କରାଯାଏ।
– ଆକାର ଆଧାରରେ ୱାଟର ଏଟିଏମର ଦାମ ୨୫ ହଜାର ଟଙ୍କାରୁ ୬ ଲକ୍ଷ ଟଙ୍କା।
– ଏହା ବ୍ୟତୀତ ୱାଟର ଏଟିଏମ ଲଗାତାର ଶୁଦ୍ଧ ପାଣିର ସପ୍ଲାଇ ଘରେ ବସି କରିପାରିବେ।
– ସ୍କୁଲରେ ବି ଆପଣ ୱାଟର ଏଟିଏମ୍‌ ଇଂଷ୍ଟଲେସନ କରି ପାରିବେ।

ସମ୍ବନ୍ଧିତ ଖବର