ଟ୍ରାଏଲ ରୁମ୍‌ରେ ଲାଗିଥିବା ହିଡେନ କ୍ୟାମେରାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ଲୋକମାନେ ଖାସ୍‌ କରି ଯୁବତୀମାନେ କୌଣସି ବି ଜିନିଷ କିଣିବା ପୂର୍ବରୁ ଟ୍ରାଏଲ ରୁମ୍‌ ଯାଇ ତାହାର ଫିଟ୍‌ ଠିକ୍‌ ହେଉଛି ନାହିଁ ଦେଖିଥାନ୍ତି । କିନ୍ତୁ ଆଜିକାଲି ପୋଷାକ ଦୋକାନରେ ଲାଗୁଥିବା ହିଡ଼େନ୍‌ କ୍ୟାମେରା ପାଇଁ କିଛି ଲୋକ ଡ଼ରରେ ଟ୍ରାଏଲ ରୁମ୍‌କୁ ଯାଆନ୍ତି ନାହିଁ । ଏ ନେଇ ଆପଣମାନଙ୍କୁ ସତର୍କ ହେବା ଅତ୍ୟନ୍ତ ଜରୁରୀ । କୌଣସି ବି ସ୍ଥାନକୁ ପୋଷାକ କିଣିବାକୁ ଯାଉଥିଲେ ଟ୍ରାଏଲ ରୁମ୍‌ର ଭଲ ଭାବରେ ତଦାରଖ କରନ୍ତୁ । ବେଳେ ବେଳେ ଟ୍ରାଏଲ ରୁମ୍‌ରେ କ୍ୟାମେରାଗୁଡ଼ିକୁ କବାଟର ହ୍ୟାଣ୍ଡେଲ ବା ହୁକ୍‌ରେ ଲୁଚାଇ ରଖା ଯାଇଥାଏ । ଯଦି ଟ୍ରାଏଲ ରୁମ୍‌ରେ ଲାଗିଥିବା କବାଟର ତଳ ପଟୁ କିଛି ଫାଙ୍କ ରହିଛି । ତେବେ ତଳୁ କେହି ଭିଡ଼ିଓ ବନାଉଛି କି ନାହିଁ ତାହା ଦେଖିବା ଦରାକାର । ଆସନ୍ତୁ ଜାଣିବା ଏଭଳି ସମସ୍ୟାରୁ ବଞ୍ଚିବାର ଉପାୟ..

Social Awareness

୧. ନିଜ ସ୍ମାର୍ଟ ଫୋନରେ ବଡ଼ିଗାର୍ଡ଼ ଆପ୍‌ ଡ଼ାଉନ୍‌ଲୋଡ଼ କରି ନିଅନ୍ତୁ । ଏହି ଆପ୍‌କୁ ଖୋଲି ଟ୍ରାଏଲ ରୁମ୍‌ରେ ଫୋନକୁ ବୁଲାନ୍ତୁ । ଏହି ସମୟରେ ଯଦି କୌଣସି କୋଣରେ ଲାଲ ରଙ୍ଗର ଲାଇଟ୍‌ ଦିଶୁଛି ତେବେ କ୍ୟାମେରା ଲଗାଯାଇଛି ବୋଲି ଜାଣି ନିଅନ୍ତୁ ।
୨. ଯଦି ଟ୍ରାଏଲ ରୁମ୍‌ ଭିତରେ ଫୋନରେ ନେଟ୍‌ଓ୍ଵାର୍କ ନ ଆସେ ବା କାହାର କଲ୍‌ ନ ଆସେ ତେବେ ଟ୍ରାଏଲ ରୁମ୍‌ରେ କ୍ୟାମେରା ଲାଗିଛି ବୋଲି ଜାଣି ନିଅନ୍ତୁ । ଟ୍ରାଏଲ ରୁମ୍‌ର ଲାଇଟ ବନ୍ଦ କରି କପଡ଼ା ବଦଳିବାକୁ ଚେଷ୍ଟା କରନ୍ତୁ ।
୩. ନିଜ ଫୋନରେ ଫଟୋ ଉଠାନ୍ତୁ । ଯଦି ଫଟୋ ଉଠାଇବା ସମୟରେ କିଛି ଅଜବ ଶବ୍ଦ ଶୁଣୁଛନ୍ତି ତେବେ କ୍ୟାମେରା ଲାଗିଛି ବୋଲି ଜାଣି ନିଅନ୍ତୁ ।

ସମ୍ବନ୍ଧିତ ଖବର