ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ବିବାହ କଲେ ଦମ୍ପତି

କୋଭାଲମ୍‌: ମହାରାଷ୍ଟ୍ରର ନିଖିଲ ପାଓ୍ଵର ଏବଂ ସ୍ଲୋଭାକିଆର ୟୁନିକ୍କା ପୋଗାନ ଭାରତରେ ପ୍ରଥମ ଥର ପାଇଁ ସମୁଦ୍ର ଭିତରେ ବିବାହ କରି ଇତିହାସ ଲେଖିଛନ୍ତି । ଦୁହେଁ ତିରୁଭାନନ୍ତପୁରମର କୋଭାଲମଠାରେ ଥିବା ସମୁଦ୍ରର ୪ ମିଟର ମଧ୍ୟକୁ ଯାଇ ବିବାହ କରିଛନ୍ତି । ନିଖିଲ ପାଣି ମଧ୍ୟରେ ୟୁନିକ୍କାଙ୍କୁ ମୁଦି ପିନ୍ଧାଇ ବିବାହ କରିଛନ୍ତି । ତେବେ ନିଖିଲ ୟୁନିକ୍କାଙ୍କୁ ୨୦୧୬ ମସିହାରେ ସମୁଦ୍ର ମଧ୍ୟରେ ହିଁ ପ୍ରେମ ପ୍ରସ୍ତାବ ଦେଇଥିଲେ ।

rochakpost

ଜୁଲାଇ ୨୦୧୬ ମସିହାରେ କୋଭଲମର ସମୁଦ୍ରକୂଳରେ ପ୍ରଥମ ଥର ପାଇଁ ୟୁନିକ୍କାଙ୍କର ନିଖିଲଙ୍କ ସହିତ ଦେଖା ହୋଇଥିଲା । ନିଖିଲ କୋଭଲମ ସମୁଦ୍ର କୂଳରେ ଓ୍ଵାଟର ଡ଼୍ରାଇଭିଂ ଟ୍ରେନର ଭାବେ କାମ କରନ୍ତି । ନିଖିଲ କହିଛନ୍ତି “ମୋ ଜୀବନରେ ଡାଇଭିଂ ହିଁ ସବୁକିଛି। ଏଣୁ ମୁଁ ପାଣି ଭିତରେ ବିବାହ କରିବା ପାଇଁ ନିର୍ଣ୍ଣୟ ନେଇଥିଲି। ବିବାହର ସମସ୍ତ ଦାୟିତ୍ୱ ନିଖିଲଙ୍କ ଇମ୍ପୋୟର ବଡ଼ି ସଫାରିର ମ୍ୟାନେଜର ଜ୍ୟାକସନ ନେଇଥିଲେ ।

rochakpost

“ଭାରତରେ ଏହା ପ୍ରଥମ ସମୁଦ୍ର ମଧ୍ୟରେ ହୋଇଥିବା ବିବାହ । ଏହି ଉତ୍ସବ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏଥିପାଇଁ ଆମେ ପାଣି ମଧ୍ୟରେ ନଡ଼ିଆ ଗଛ ଏବଂ ଫୁଲର ସାଜସଜ୍ଜା କରିଥିଲୁ । କିନ୍ତୁ ବାକି ସମସ୍ତ ଜିନିଷ ଏଠାରେ ପ୍ରାକୃତିକ ଥିଲା । ଏହି ବିବାହ ପାଇଁ ନିଖିଲ ଏବଂ ୟୁନିକ୍କା ଦୁଇ ଦିନ ପୂର୍ବରୁ ଅଭ୍ୟାସ କରିଥିଲେ ବୋଲି କହିଛନ୍ତି ଇମ୍ପୋୟର ବଡ଼ି ସଫାରୀରମ୍ୟାନେଜର ଜ୍ୟାକସନ୍‌।

ସମ୍ବନ୍ଧିତ ଖବର