ବୋଟିଂ କରୁଥିବା ସମୟରେ ସମୁଦ୍ର ପାଣିକୁ ଖସି ପଡ଼ିଲା ଫୋନ, ଭିଡିଓରେ ଦେଖନ୍ତୁ କିଭଳି କିଛି ସମୟ ପରେ ମହିଳାଙ୍କୁ ଫୋନ ଫେରାଇଲା ତିମି ମାଛ

ନୂଆଦିଲ୍ଲୀ : ନରୱେରେ ଏକ ବେଲୁଗା ପ୍ରଜାତିର ତିମି ମାଛ ଜଣେ ମହିଳାଙ୍କୁ ପାଣିରେ ପଡ଼ି ଯାଇଥିବା ଫୋନ ଫେରାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫୋନ ଫେରାଇବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଇଶା ନାମ୍ନୀ ଜଣେ ମହିଳା ନିଜ ସାଙ୍ଗମାନଙ୍କ ସହ ନରୱେରେ ଥିବା ହାମରଫେଷ୍ଟ ହାର୍‌ବରରେ ଯାଇ ପହଞ୍ଚିଥିଲେ । ସେଠାରେ ବୋଟିଂ କରିବା ସମୟରେ ଇଶାଙ୍କ ଫୋନ ପାଣିରେ ପଡ଼ି ଯାଇଥିଲା । ଫୋନ ପଡ଼ିବା ପରେ ନିଜ ସାଙ୍ଗମାନଙ୍କୁ ଫୋନ ଆଣିବା ପାଇଁ କହିବା ପୂର୍ବରୁ ତିମି ମାଛଟି ପାଣି ଭିତରୁ ଇଶାଙ୍କ ଫୋନ ପାଟିରେ ଧରି ଉପରକୁ ଉଠିଥିଲା । ଫୋନ ଖରାପ ହୋଇ ଯାଇଥିଲେ ମଧ୍ୟ ତିମି ମାଛର ଏଭଳି କାମକୁ ଇଶା ପ୍ରଶଂସା କରିବା ସହ ଭିଡିଓ ତିଆରି କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର