ଦୀର୍ଘ ୭ ବର୍ଷ ପରେ ନିିଉଜିଲାଣ୍ଡରୁ ମିଳିଲା ଜର୍ମାନ ଚିଠିର ଉତ୍ତର

ବନ୍‌ : ପୂର୍ବରୁ ବି ଅନେକ ଥର ଏପରି ଘଟିଛି, ଚିଠି ଥିବା ବୋତଲ୍‌ ଅନେକ ସମୟରେ ସମୁଦ୍ରକୂଳରୁ ମିଳିଛି। ଏଥର ଘଟଣାଟି ଟିକେ ନିଆରା, ଜର୍ମାନର ଏକ ଚିଠିକୁ ନିଉଜିଲାଣ୍ଡରୁ ଉତ୍ତର ମିଳିଛି। ଅନେକ ଲୋକ ସମୁଦ୍ରକୂଳକୁ ଗଲେ ଏପରି କାମ କରିଥାନ୍ତିି। ମାତ୍ର ଭାଗ୍ୟର କଥା ହେଉଛି ଯେତେବେଳେ ଚିଠିଟି ଅପରଲୋକ ହାତରେ ଅକ୍ଷତ ଅବସ୍ଥାରେ ପଡ଼ିବା ସହ ଉତ୍ତର ବି ମିଳେ। ସେପରି ଏକ ଘଟଣା ନିକଟରେ ଘଟିବା ପରେ ବେଶ୍‌ ଚର୍ଚ୍ଚା ପାଲଟିଛି।

ଜାଣିବାକୁ ମିଳିଛି ଯେ ଜର୍ମାନର ଏକ ପରିବାର ଲୋକ ୭ ବର୍ଷ ତଳେ ଏକ ଚିଠି ଲେଖି ତାହାକୁ ବୋତଲରେ ପୂରାଇ ସମୁଦ୍ରକୁ ପିଙ୍ଗି ଦେଇଥିଲେ। ସେହି ବୋତଲ୍‌ଟି ନିଉଜିଲାଣ୍ଡ୍‌ର ସମୁଦ୍ରକୂଳରୁ ମିଳିବା ପରେ ତାହାର ଉତ୍ତର ବି ଆସିଛି । ଜର୍ମାନର ଜୁଲିଆ ଓ ତାଙ୍କ ପିଲାମାନେ ମିଶି ଚିଠିଟିକୁ ଲେଖିଥିଲେ। ଚିଠିଟିକୁ ଲେଖିବା ପରେ ରିନେ ନଦୀକୁ ଫିଙ୍ଗି ଦେଇଥିଲେ। ବୋତଲ୍‌ଟି ୧୮ ହଜାର କିଲୋମିଟର ଯିବା ପରେ ଯାଇ ନିଉଜିଲାଣ୍ଡ୍‌ର ଅକ୍‌ଲାଣ୍ଡ୍‌ଠାରେ ଲାଗିଥିଲା।

ଚିଠିଟି ଥିଲା ୨୦୧୨ କିମ୍ବା ୨୦୧୩ ମସିହାର। ସେଥିରେ ଲେଖାଥିଲା, ‘ବୋତଲ ଭିତରେ ବାର୍ତ୍ତା ପାଇବା ପରେ ଦୟାକରି ଆପଣ ବି ଉତ୍ତର ଦେବେ’।

ଲୁଲିଆଙ୍କ ସ୍ବାମୀ ନିକଟରେ ଏକ ଫେସବୁକ୍‌ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ୭ ବର୍ଷ ତଳେ ତାଙ୍କ ପତ୍ନୀ ଓ ପିଲାମାନେ ପଠାଇଥିବା ଚିଠିର ଉତ୍ତର ମିଳିଛି। ସେ ଫେସବୁକରେ ଉତ୍ତର ଲେଖାଥିବା ଚିଠିଟିକୁ ସେୟାର୍‌ କରିଛନ୍ତି। ହେଲେ ‌ବୋତଲ୍‌ଟିକୁ କିଏ ପାଇଛନ୍ତି ସେଥିରେ ସେପରି କିଛି ଲେଖା ହୋଇନାହିଁ। ସେ ଫେସ୍‌ବୁକ୍‌ରେ ଫଟୋ ଦେଇ ଚିଠି ପାଇଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର