ଭାରତୀୟ ସଂବିଧାନରେ ପଶୁପକ୍ଷୀଙ୍କୁ ବି ମିଳିଥାଏ ମଣିଷ ଭଳି ଅଧିକାର !

ଭାରତୀୟ ସଂବିଧାନ ପ୍ରତିଟି ନାଗରିକକୁ ବଞ୍ଚିବାର ଅଧିକାର ଦେଇଥିବା କଥା ତ ଆପଣମାନେ ଅନେକ ଥର ଶୁଣିଥିବେ। କିନ୍ତୁ ଭାରତୀୟ ସଂବିଧାନ ପଶୁ ପକ୍ଷୀମାନଙ୍କୁ ମଧ୍ୟ ବଞ୍ଚିବାର ହକ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ଜୀବମାନଙ୍କ ପ୍ରତି ଅତ୍ୟାଚାର କରେ ତେବେ ସମ୍ବିଧାନର ନିୟମ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ। ଏପରି ଅନେକ ଜୀବ ଅଛନ୍ତି ଯାହାଙ୍କୁ ମାରିଲେ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ।

ପଶୁପକ୍ଷୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଭାରତ ସରକାର ୧୯୭୨ରେ ଭାରତୀୟ ବନ୍ୟ ଜୀବନ ସଂରକ୍ଷଣ ଅଧିନିୟମ ପାରିତ କରିଥିଲେ। ଏହାର ପ୍ରକୃତ ଉଦେଶ୍ୟ ଥିଲା ଜଙ୍ଗଲି ଜୀବମାନଙ୍କ ଅବୈଧ ଶିକାର, ମାଂସ ଏବଂ ଚମଡା ବ୍ୟାପାର ଉପରେ ରୋକ ଲଗାଇବା। ପରେ ୨୦୦୩ରେ ଏହି ନିୟମକୁ ସଂଶୋଧନ କରାଯାଇ ଏହାର ନାମ ଭାରତୀୟ ବନ୍ୟ ଜୀବ ସଂରକ୍ଷଣ ଅଧିନିୟମ ୨୦୦୨ ରଖିଦିଆଗଲା। ଏଥିସହିତ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଦଣ୍ଡ ଏବଂ ଜୋରିମାନାକୁ ଅଧିକରୁ ଅଧିକ ବୃଦ୍ଧି କରି ଦିଆଯାଇଥିଲା।

ଅନୁସୁଚି-୧ ଧାରା ଅନୁଯାୟୀ, ଘୁଷୁରି, ହରିଣ, ମାଙ୍କଡ, ଭାଲୁ, ଚିଙ୍ଗାରା, କଲରା ପତ୍ରିଆ ବାଘ, ବିଲୁଆ, କୋକିସିଆଳି, ଡଲଫିନ, ଜଙ୍ଗଲି ବିଲେଇ, ବାରାସିଂଘା, ଜଙ୍ଗଲି କୁକୁର ଆଦି ଜୀବଙ୍କୁ ମାରିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ସମ୍ବନ୍ଧିତ ଖବର