ନିୟମ ଭାଙ୍ଗିଲେ ବି ରାତିରେ ଅଟକାଇ ପାରିବେନି କୌଣସି ବି ପୁଲିସ୍‌ ! ଜାଣନ୍ତୁ କଣ ରହିଛି ଚାଳକଙ୍କ ଅଧିକାର

ଅନେକ ସମୟରେ ଗାଡି ଚେକିଂ ଆଳରେ ପୁଲିସକର୍ମୀମାନେ ଗାଡି ରୋକିବାକୁ ବହୁ ପ୍ରକାରର ଚେଷ୍ଟା କରୁଛନ୍ତି। ଏପରିକି ଦେଖିବାକୁ ମିଳୁଛି ଯେ, ଗାଡି ଚେକିଂ ସମୟରେ ପୁଲିସକର୍ମୀମାନେ ହଠାତ୍‌ ଗାଡି ସାମ୍ନାକୁ ଆସି ଚାଳକଙ୍କୁ ହାତକୁ ଧରିପକାଇଥିବେ ତ ପୁଣି କେତେବେଳେ ବାଇକ୍‌ର ପଛକୁ ଭିଡି ଧରିଥିବେ କିମ୍ବା ଚଳନ୍ତା ଗାଡିରୁ ଚାବି ଛଡାଇ ନେବାକୁ ପ୍ରୟାସ କରିଥିବେ। ହେଲେ ଏଭଳି କରିବା ସଂପୂର୍ଣ୍ଣ ରୂପେ ଭୁଲ୍‌ ଅଟେ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ବି ଆସିପାରେ। ଏପରି ଘଟଣାର ଅଭିଯୋଗ ମଧ୍ୟ ଆପଣ କରିପାରିବେ। ତେଣୁ ଏଭଳି କିଛି ନିୟମ ତଥା ଅପରାଧ ସଂପର୍କରେ ଜାଣିରଖିବା ନିହାତି ଦରକାର। ତେବେ ଆସନ୍ତୁ ଜାଣିବା ଏସଂପର୍କରେ..

ସାମାନ୍ୟ ପରିସ୍ଥିତିରେ ଟ୍ରାଫିକ୍‌ ପୁଲିସକୁ କେବଳ ଏତିହି ହିଁ ଅଧିକାର ଦିଆଯାଇଛି, ଯେଉଁଥିରେ ସେ କେବଳ ଆପଣଙ୍କୁ ଇସାରା କରି ରୋକି ପାରିବେ। କିନ୍ତୁ ସେ ଆପଣଙ୍କ ସହ କୌଣସି ବି ପ୍ରକାରର ଜୋରଜବରଦସ୍ତି କରିପାରିବେ ନାହିଁ। ଏହାଛଡା ବିନା ବର୍ଦ୍ଦିରେ କୌଣସି ବି ପୁଲିସ ଅଧିକାରୀ ରାତିରେ ଆପଣଙ୍କୁ ଏଭଳି ବିଚ୍‌ ରାସ୍ତାରେ ରୋକି ପାରିବେ ନାହିଁ, କି ଚାଲାଣ କାଟିପାରିବେ ନାହିଁ।

ସେହିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ବି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଇଥାଏ। କିନ୍ତୁ କିଛି ନିୟମ ଏଭଳି ବି ରହିଛି , ଯାହା ଗାଡି ଚାଳକଙ୍କ ଭଲ ପାଇଁ ପ୍ରଣୟନ କରାଯାଇଛି। ଏହି ନିୟମ ଗୁଡିକର ସୂଚନା ବି ଗାଡି ଚାଳକଙ୍କ ପାଇଁ ବହୁତ ଜରୁରୀ ।

ଏଠାରେ ଆମେ କହି ରଖୁଛୁ କି, ଏଭଳି ପରିସ୍ଥିତିରେ ସବୁଠାରୁ ବେଶି ଝଗଡା ରାସ୍ତାରେ ଗାଡି ଚଳାଉଥିବା ସମୟରେ ପୁଲିସ ଚଳନ୍ତା ଗାଡିରୁ ଜୋର ଜବରଦସ୍ତି ଚାବି କାଢିନେବା କିମ୍ବା ହାତକୁ ଧରି ରୋକିବା ଭଳି ଘଟଣା ପାଇଁ ହିଁ ହୋଇଥାଏ। ଯାହାଦ୍ୱାରା ଗାଡି ଚାଳକ ଦୁର୍ଘଟଣାର ଶିକାର ମଧ୍ୟ ହୋଇପାରନ୍ତି।

କଣ କରିପାରିବେନି ପୁୁଲିସ

ଚଳନ୍ତା ଗାଡିରୁ ଚାବି ଛଡାଇପାରିବେ ନାହିଁ ପୁଲିସ୍‌।

ସାମ୍ନାରୁ ଆସୁଥିବା ଗାଡିକୁ ରୋକିବା ପାଇଁ ଚଳନ୍ତା ଗାଡିରୁ ଚାଳକଙ୍କ ହାତ ଟାଣିପାରିବେନି ପୁଲିସ।

ସେହିପରି ଚାରି ଚକିଆ ଗାଡି ସାମ୍ନାରେ ଅଚାନକ୍‌ ବେରିକେଡ ଲଗାଇପାରିବେ ନାହିଁ ପୁଲିସ୍‌।

କେଉଁଠି କରିବେ ଅଭିଯୋଗ

ଯଦି ରାସ୍ତା ଉପର ଚାବି ଛଡାଇ କିମ୍ବା ଚାପ ପକାଇ ପୁୁଲିସ କର୍ମୀ କିମ୍ବା ଟ୍ରାଫିକ୍‌ ପୁଲିସ୍‌ ଆପଣଙ୍କୁ ରୋକିବାକୁ ଚେଷ୍ଟା କରନ୍ତି ତେବେ ଗାଡି ଚାଳକଙ୍କ ନିକଟରେ ଅଧିକାର ରହିଛି କି, ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଏନେଇ ଅଭିଯୋଗ କରିପାରିବେ। ପୁଲିସ କର୍ତ୍ତବ୍ୟ ତଥା ଦାୟିତ୍ୱ ହେଲା ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକଙ୍କୁ ଧରି ଚାଲାଣ କାଟିବା ଯ ତେବେ କିଛି ନିୟମ ଭାଙ୍ଗିବା ଦ୍ୱାରା ଚାଳକଙ୍କଠାରୁ ୧୦୦ଟଙ୍କାରୁ ଅଧିକ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିଥାଏ। ଯେପରିକି, ଓଭର ସ୍ପିଡରେ ଡ୍ରାଇଭିଂ ଉପରେ ୪୦୦ଟଙ୍କା, ବିନା ଲାଇସେନ୍‌ସରେ ଡ୍ରାଇଭିଂ କଲେ ୫୦୦ଟଙ୍କା, ନାବାଳକ ଗାଡି ଚଲାଇବା ଉପରେ ୫୦୦ଟଙ୍କା, ଡ୍ରାଇଭିଂସମୟରେ ମୋବାଇଲରେ କଥା ହେଉଥିଲେ ୧୦୦୦ଟଙ୍କା, ବିନା ଇନସ୍ୟୁରାନ୍‌ସ ବାଲା ଗାଡି ଚଲାଇବା ଉପରେ ୧୦୦୦ଟଙ୍କା ଏବଂ ବିନ ରେଜିଷ୍ଟ୍ରେସନ ବାଲା ଗାଡି ଚଲାଇବା ଉପରେ ୨୦୦୦ଟଙ୍କାର ଜରିମାନା ବାବଦକୁ ଭରିବାକୁ ପଡିଥାଏ। ଯଦି ଏହାଠୁ ଅଧିକ ଟଙ୍କା ଆପଣଙ୍କଠାରୁ ଆଦାୟ କରାଯାଉଛି ତେବେ ଏନେଇ ଆପଣ ତତକ୍ଷଣାତ୍‌ ବରିଷ୍ଠ ଅଧିକାରୀଙ୍କୁ ସୂଚିତ କରିପାରିବେ।

ସମ୍ବନ୍ଧିତ ଖବର