ପର ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖି ସକାଳୁ ଉଠିବା ପରେ ଏପରି ହୋଇଗଲେ ଯୁବକ! ଅସଲ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକଙ୍କ ହାତ ଗୋଡ଼ ହୋଇ ଯାଇଥିବା ବେଳେ ଗୋଡ଼ ହାତ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ ଜଣଙ୍କ ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖି ସକାଳୁ ଉଠିବା ପରେ ଯୁବକ ଜଣଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଜଣେ ଲୋକ ଏହି ଫଟୋ ସେୟାର କରି ଲେଖିଥିବା ଦେଖିବାକୁ ମିଳିଛି । ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଯୁବକଙ୍କୁ ସମାଲୋଚିତ କରିବା ସହ ଯିଏ ଯେମିତି କରେ ତା’କୁ ସେମିତି ଫଳ ଭୋଗିବାକୁ ପଡ଼େ ବୋଲି କମେଣ୍ଟ କରିଛନ୍ତି ।

rochakpost.com

ଏହି ଫଟୋରେ କିଛି ସତ୍ୟତା ଅଛି କି ନାହିଁ ନ ଜାଣି ଲୋକମାନେ ଏହି ଫଟୋକୁ ସେୟାର କରିବା ସହ ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇଲେ ଭଗବାନ ଏପରି ଶାସ୍ତି ଦିଅନ୍ତି ବୋଲି ଲେଖିଛନ୍ତି । ଏହି ଫଟୋକୁ ଅବ୍‌ଦୁଲ ନାମକ ଜଣେ ଯୁବକ ଫେସ୍‌ବୁକ୍‌ରେ ସେୟାର କରିଥିବା ବେଳେ ଭାଇରାଲ ହୋଇଥିବା ଫଟୋରେ ଥିବା ଯୁବକଙ୍କ ଅବସ୍ଥା ଦେଖି କିଛି ଲୋକ ଏହା ସତ ବୋଲି ଭରସା କରି ପାରୁ ନାହାନ୍ତି ।

rochakpost.com

ଅନ୍ୟ ପକ୍ଷରେ ଫଟୋ ଭାଇରାଲ ହେବାର କିଛି ସମୟ ପରେ ଫଟୋରେ ନଜର ଆସୁଥିବା ଯୁବକ ଜଣଙ୍କ ନାଇଜେରିଆର ଜଣେ କଳାକାର ବୋଲି ଜଣା ପଡ଼ିଛି । ଫିଲ୍ମରେ ଥିବା ଗୋଟେ ଦୃଶ୍ୟ ପାଇଁ ତାଙ୍କର ଏଭଳି ମେକ୍‌ଓଭର କରାଯାଇଛି ବୋଲି ସ୍ପଷ୍ଟ ହୋଇଛି । ନାଇଜେରିଆର ପ୍ରସିଦ୍ଧ ମେକ୍‌ଅପ୍‌ ଆର୍ଟିଷ୍ଟ ହକିମ୍‌ ଓନିଲୋଗୋବୋ ଏହାକୁ ସମ୍ଭବ କରି ଦେଖାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର