publive-image

ସ୍ୱପ୍ନ ଆସିବା ଏକ ଜୈବିକ ଓ ମନସ୍ତାତ୍ତ୍ୱିକ ପ୍ରକ୍ରିୟା। ସ୍ୱପ୍ନ ଆସିବା ସମୟରେ ମସ୍ତିଷ୍କରେ କିଛି ବୈଦ୍ୟୁତିକ ଗତିବିଧି ହୋଇଥାଏ, ଯେଉଁଥିରୁ ଜଣାପଡ଼ିଥାଏ କି ଆପଣ ସ୍ୱପ୍ନ ଦେଖୁଛନ୍ତି। ଶୋଇଥିବା ସମୟରେ ସ୍ୱପ୍ନ ଦେଖିବାର ଅନେକ ଫାଇଦା ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେ ଫାଇଦା ସବୁ କ’ଣ?

Advertisment

publive-image

publive-image

ସୃଜନଶୀଳତା ବଢ଼େ: ଯାହା ବି ଆପଣ ସ୍ୱପ୍ନରେ ଦେଖନ୍ତି ଓ ଭାବନ୍ତି ତା’କୁ ଆପଣ ଏକ ସୃଜନଶୀଳ କ୍ରିୟା କହିପାରନ୍ତି। ଏହା ଦ୍ୱାରା ମସ୍ତିଷ୍କର ସୃଜନୀ ଶକ୍ତି ବଢ଼ିଥାଏ।

publive-image

ସଂକଟ ଉପଶମକାରୀ ଶକ୍ତି: ଯଦି ଦିନ ବେଳେ ଆପଣ ଇମୋସନାଲ୍‌ ଟ୍ରମା ବା ଆବଗିକ ସଂକଟର ଶିକାର ହୋଇଥାଆନ୍ତି, ତେବେ ତାହା ସ୍ୱପ୍ନରେ ମଧ୍ୟ ହୋଇପାରେ। ସ୍ୱପ୍ନ ଦେଖି ନିଦରୁ ଉଠିଲା ପରେ ସେ ସମସ୍ୟା ଜନିତ କଷ୍ଟରୁ ମୁକ୍ତି ମିଳିଥାଏ।

publive-image

ସମସ୍ୟାର ସମାଧାନ: ଯଦି ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି ଓ ତା’ର ପ୍ରତିକାର ବିଷୟରେ ଚିନ୍ତା କରି ଶୋଉଛନ୍ତି। ତା’ହେଲେ ବେଳେ ବେଳେ ସ୍ୱପ୍ନରେ ଏହାର ପ୍ରତିକାର ବା ସମାଧାନ ମିଳିଯାଇଥାଏ।