ଦୀପାବଳିରେ ବ୍ୟବହାର ପାଇଁ ସୁପ୍ରିମ୍‌ କୋର୍ଟ୍‌ ଆଦେଶ ଦେଇଥିବା ସବୁଜ ବାଣ କ’ଣ?

ଦୀପାବଳି ଓ ଅନ୍ୟ ପର୍ବରେ ଲୋକେ ବାଣ ଫୁଟାଇ ପାରିବେ, କିନ୍ତୁ ସୁପ୍ରିମ୍‌ କୋର୍ଟ୍‌ଙ୍କ ନିୟମ ଅନୁସାରେ କେବଳ ଗ୍ରିନ୍‌ କ୍ରାକର୍ସ୍‌ ବା ସବୁଜ ବାଣର ବ୍ୟବହାର କରିପାରିବେ। ସବୁଜ ବାଣ ଅନ୍ୟ ବାଣ ଅପେକ୍ଷା ସେତେ କ୍ଷତିକାରକ ନ ହେବା ସହ ସେଥିରେ ରାସାୟନିକ ପଦାର୍ଥର ମିଶ୍ରଣର ପରିମାଣ ମଧ୍ୟ ବହୁତ କମ୍‌ ରହିଛି। ସେହିପରି ସୁପ୍ରିମ୍‌ କୋର୍ଟ୍‌ଙ୍କ ଅନୁମତି ହିସାବରେ ଦୀପାବଳିରେ କେବଳ ୨ ଘଣ୍ଟା (ରାତି ୮ରୁ ୧୦ ପର୍ଯ୍ୟନ୍ତ) ବାଣ ଫୁଟାଇ ପାରିବେ। ଜାଣନ୍ତୁ ଗ୍ରିନ୍‌ କ୍ରାକର୍ସ୍‌ ବା ସବୁଜ ବାଣ ବିଷୟରେ…

 

ସବୁଜ ବାଣ କ’ଣ
ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍‌ କ୍ଷତିକାରକ ଓ ଏଥିରେ ବହୁତ୍‌ କମ୍‌ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଛି।

କାହିଁକି କୁହାଯାଉଛି ଗ୍ରିନ୍‌ (ସବୁଜ)
ଏଥିରେ କେମିକାଲ୍‌ସ ଫର୍ମୁଲେସନ୍‌ ଏମିତି ହୋଇଛି ଯାହା ପାଣିର ମଲିକ୍ୟୁଲ୍‌ ବା ଅତି ସୂକ୍ଷ୍ମ କଣିକା ସୃଷ୍ଟି କରିଥାଏ।
ଏହା କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣ ସ୍ତରକୁ କମ୍‌ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ।
ମୁଖ୍ୟତଃ ଏହା ଲାଇଟ୍‌ ଓ ସାଉଣ୍ଡ୍‌ ସୋ ହୋଇଥାଏ, ଯାହା କମ୍‌ ପ୍ରଦୂଷଣ କରିଥାଏ।
ପାର୍ଟିକୁଲେଟ୍‌ ମେଟର୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ ଓ ସଲ୍‌ଫର୍‌ ଅକ୍ସାଇଡ୍‌ ଭଳି ପ୍ରଦୂଷକ ୩୦-୩୫ ପ୍ରତିଶତ କମ୍‌ କରିଥାଏ।

୪-୫ ବର୍ଷ ଭିତରେ ବଜାରକୁ ଆସିବାର ସମ୍ଭାବନା

 

ସିଏସ୍‌ଆଇଆର୍‌ ର ନେସ୍‌ନାଲ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ଇଞ୍ଜିନିୟରିଂ ରିସର୍ଚ୍‌ ଏହାକୁ ତିଆରି କରୁଛି।
ପେଟ୍ରୋଲିୟମ୍‌ ଓ ଏକ୍ସ୍‍ପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ୍‌ରୁ ମଞ୍ଜୁରି ମିଳିବା ପରେ ଏହାର ଉତ୍ପାଦନ ଆରମ୍ଭ ହୋଇଯିବ।

ଅନ୍ୟାନ୍ୟ ନିରାପଦ ବାଣ
କମ୍‌ ଆଲ୍‌ମିନିୟମ୍‌ ଥିବା ବାଣ, ଯାହା କମ୍‌ ପ୍ରଦୂଷଣ କରିଥାଏ।
ବିଜ୍‌ଲି ବାଣ, ଯେଉଁଥିରେ ବାରୁଦର ବ୍ୟବହାର ହୋଇ ନ ଥାଏ।
ଏମିତି ସବୁ ବାଣ ଯେଉଁଥିରେ ଆଣ୍ଟିମନି, ଲିଥିୟମ୍‌, ମର୍‌କ୍ୟୁରି, ଆର୍ସେନିକ୍‌ ଆଦି କ୍ଷତିକାରକ ଜିନିଷର ମିଶ୍ରଣ ହୋଇ ନ ଥିବ।

ସମ୍ବନ୍ଧିତ ଖବର