ଫ୍ରିଜ ସହ ଲୋକଙ୍କ ଆଚରଣରେ କଣ ସମ୍ପର୍କ ରହିଛି ?

ମୁମ୍ବାଇ : ଲୋକମାନଙ୍କର ବ୍ୟକ୍ତିତ୍ୱ ଓ ଫ୍ରିଜ୍‌ର ବ୍ୟବହାର ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଗୋଦରେଜ୍‌ ଆପ୍ଳାଏନ୍‌ସେସ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ନୂଆ ପିଢ଼ି (୧୭-୩୦ ବର୍ଷ) ବୟସର ଭାରତୀୟମାନେ ରାତି ଅଧରେ ଫ୍ରିଜ୍‌ ଖୋଲିଥାନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।
ବିଶିଷ୍ଟ ଡାଏଟିସିଆନ୍‌ ଇନ୍ଦ୍ରାୟନି ପାୱାର, ହିନ୍ଦୁଜା ହେଲଥକେୟାର ସର୍ଜିକାଲ୍‌ କହିଛନ୍ତି ଯେ, ‘ଫ୍ରିଜ୍‌ ରାଇଡର୍‌ମାନେ ଫ୍ରିଜ୍‌ରେ ଥିବା ଖାଦ୍ୟ ସନ୍ଧାନରେ ଥାଆନ୍ତି । ସେମାନେ ସବୁ ବେଳେ କିଛି ଆକର୍ଷଣୀୟ ଜିିିନିଷକୁ ଫ୍ରିଜ୍‌ ଭିତରେ ଖୋଜିଥାନ୍ତି । ତେଣୁ ସେମାନେ ଫ୍ରିଜ୍‌ ଭିତରେ ଚକୋଲେଟ୍‌, ପେଷ୍ଟ୍ରିଜ୍‌, ନଟସ୍‌, ରେଡି ଟୁ ଡ୍ରିଙ୍କ ଫ୍ରୁଟ୍‌ ଜୁସ୍‌, ଫ୍ଲେଭରଡ୍‌ ଦହି, ବିଭିନ୍ନ ପ୍ରକାର ଚିଜ୍‌ ଓ ଆଇସକ୍ରିମ୍‌ ଆଦି ରଖିଥାନ୍ତି ।

ସେହିପରି ଫ୍ରିଜ୍‌ ଅବ୍‌ସେସିଭସ୍‌ମାନେ ନିଜ ଫ୍ରି୍‌ଜକୁ ସଂଗଠିତ ଓ ସମ୍ପୂର୍ଣ୍ଣ ସଫା ସୁତୁରା ରଖିଥାନ୍ତି । ୩୦-୪୦ ଓ ୪୦-୬୦ ବୟସ ବର୍ଗର ଏହି ଲୋକମାନେ ଫ୍ରିଜ୍‌ରେ ରଖାଯାଇଥିବା ସବୁ ଜିନିଷକୁ ମନେ ରଖିଥାନ୍ତି । ସର୍ଭେର ୩୫% ଲୋକ କହିଛନ୍ତି ଯେ ସେମାନେ ନିତିଦିନ ଫ୍ରିଜ୍‌ରେ ଥିବା ଜିନିଷ ନବଦଳାଇଲେ ତାଙ୍କୁ ଭଲଲାଗେ ନାହିଁ।’’ ୩୭% ଲୋକଙ୍କୁ ଫ୍ରିଜ୍‌ ହେଡୋନିଷ୍ଟ କୁହାଯାଏ। ଏମାନେ ପାର୍ଟି କରିବାକୁ ଭଲ ପାଆନ୍ତି । ପାର୍ଟି ପାଇଁ ଦରକାର ସବୁ ଜିନିଷ ଫ୍ରିଜ୍‌ରେ ରଖିଥାନ୍ତି । ସେମାନେ ବିୟର, ମଦ ଓ ଆଇସକ୍ରିମ୍‌ ଫ୍ରିଜ୍‌ରେ ରଖିବାକୁ ଭୁଲନ୍ତି ନାହିଁ। ସେହିପରି କେତେକ ଲୋକ କିଛି ନୂଆ ଜିନିଷ ରଖିବା ପୂର୍ବରୁ ଫ୍ରିଜ୍‌କୁ ସଫା କରନ୍ତି ନାହିଁ। ଫ୍ରିଜ୍‌ ସ୍ପାର୍ଟାନ୍‌ମାନେ ଫ୍ରିଜ୍‌ରେ ବହୁତ କମ ଦରକାରୀ ଜିନିଷ ରଖ‘ି। ଛୁଟିରେ ବାହାରକୁ ଯିବା ପୂର୍ବରୁ ଫ୍ରିଜ୍‌କୁ ସମ୍ପୂର୍ଣ୍ଣ ଖାଲି କରିଦିଅନ୍ତି ବୋଲି ହିନ୍ଦୁଜା ହେଲଥକେୟାର ସର୍ଜିକାଲ୍‌ର କନସଲଟାଣ୍ଟ ଫିଜିସିଆନ୍‌ ଓ କାର୍ଡିଓଲୋଜିଷ୍ଟ୍‌ ଡକ୍ଟର ଅନୀଲ ବଲାନି କହିଛନ୍ତି ।

ସମ୍ବନ୍ଧିତ ଖବର