ନାକରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଅଧ୍ୟୟନରୁ ଜଣାପଡ଼ିଛି ଯେ ନାକରୁ ମଧ୍ୟ ଜଣେ ବ୍ୟକ୍ତିର ଚରିତ୍ର ବା ସ୍ୱଭାବ ଜଣାପଡ଼େ। ଅର୍ଥାତ୍‌ ନାକର ଆକାର ଦେଖିଲେ ବୁଝି ହେବ ସେ ବ୍ୟକ୍ତିର ସ୍ୱଭାବ। ନାକ ନେଇ ଲୋକ।

ବଡ଼ ନାକ: ବଡ଼ ନାକ ଥିବା ବ୍ୟକ୍ତିମାନେ ଅଧିକ କ୍ଷମତାଶାଳୀ ହୋଇଥାଆନ୍ତି ଓ ବିଭିନ୍ନ ଅଭିଯାନ ନେତୃତ୍ୱ ନିଅନ୍ତି। ଏମାନେ ଅହଂକାରୀ ସ୍ୱଭାବର ଏବଂ ସ୍ୱାଧୀନଭାବେ କାମ କରିବାକୁ ପସନ୍ଦ କରିନ୍ତି। ବସ୍‌ମାନଙ୍କ ଠାରୁ ଆଦେଶ ଗ୍ରହଣ କରିବାକୁ ଘୃଣା କରିନ୍ତି। ବଡ଼ ବଡ଼ ଅବଦାନରେ ମନୋନିବେଶ କରୁଥିବାରୁ ଛୋଟ କାମ ପ୍ରତି ଏମାନଙ୍କର ଆଗ୍ରହ ନ ଥାଏ।

ଛୋଟ ନାକ: ଛୋଟ ନାକ ଥିବା ବ୍ୟକ୍ତିମାନେ ରାଗି ହେଲେ ମଧ୍ୟ ଖୁସିବାସିଆ ଏବଂ ମେଳାପୀ। ଅଯଥାରେ ଏମାନେ ବିବାଦରେ ପଶି ନିଜର ଶାନ୍ତି ନଷ୍ଟ କରି ଥାଆନ୍ତି। କିନ୍ତୁ ଏହା ସେମାନଙ୍କ ସ୍ୱଭାବର ନକରାତ୍ମକ ପାର୍ଶ୍ୱ ନୁହେଁ। ଅର୍ଥାତ୍‌ ସେମାନେ ଜଣାଇ ଦିଅନ୍ତି ଯେ ସମସ୍ୟା ଭୋଗିବାକୁ ନୁହେଁ ମୁକାବିଲା କରିବା ଉଚିତ।

ଲମ୍ବା ନାକ: ଲମ୍ବା ନାକ ଥିବା ବ୍ୟକ୍ତିମାନେ ଉଚ୍ଚାଭିଳାଷୀ ଓ ବାଣିଜ୍ୟରେ ଭଲ କରନ୍ତି। ଏମାନଙ୍କର ଉତ୍ତମ ଲକ୍ଷଣକୁ ଲୋକେ ସାଦର ଗ୍ରହଣ କରନ୍ତି ଓ ନେତୃତ୍ୱକୁ ସ୍ୱୀକାର କରନ୍ତି। ସବୁବେଳେ ନିଜ ସବୁଠୁ ବଡ଼ ସାମର୍ଥ୍ୟ ହିଁ ଏମାନଙ୍କ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ।

ସିଧା ନାକ: ସିଧା ଓ ସରୁ ନାକ ଥିବା ଲୋକେ ପ୍ରେରଣାଦାୟୀ ହେବା ସହ ଖୁବ୍‌ ପାରିବାର ଏବଂ ଯୋଗାଡ଼ିଆ। ସଙ୍କଟ ସମୟରେ ଏ ଭଳି ଲୋକ ନିକଟରେ ଥିଲେ ଭଲ। ଏମାନେ କୌଣସି କଥାରେ ଛାନିଆ ହୁଅନ୍ତି ନାହିଁ, ବିବେକବନ୍ତ ଭାବେ ବିଚାର କରିନ୍ତି ଓ ଅନ୍ୟର ଭାବାବେଗ ବୁଝନ୍ତି।

ଚଉଡ଼ା ନାକ: ଏ ଭଳି ନାକ ଥିବା ଲୋକଙ୍କର ନେତୃତ୍ୱ ନେବାରେ ଦକ୍ଷ। ଏମାନଙ୍କର ବ୍ୟକ୍ତିତ୍ୱ ବଳିଷ୍ଠ ହେଲେ ମଧ୍ୟ ମିଜାଜ୍‌ ମନ୍ଦ ନୁହେଁ। ଏମାନେ ଉଦାର, ନିଷ୍ପତ୍ତି ନେବାରେ ତରବର ହୁଅନ୍ତି ନାହିଁ ଏବଂ ଅନ୍ୟକୁ ପ୍ରଭାବିତ କରିବାରେ ଖୁବ୍‌ ଦକ୍ଷତା ରହିଛି।

ଉପର ଉଠା ନାକ: ଲମ୍ବା, ଚେପାଳିଆ ବା ପ୍ରାୟ ଭିତରୁଆ ମୋଡ଼ି ହୋଇ ଅଗ ଉପରକୁ ଉଠିଥିବା ନାକ ଥିବା ଲୋକମାନେ ଭାରି ଆଶାବାଦୀ ଓ ଦୟାଳୁ ସ୍ୱଭାବର। ଏମାନେ ସ୍ନେହୀ, ସାହାଯ୍ୟକାରୀ ଏବଂ ଯତ୍ନଶୀଳ।

ଆଙ୍କୁଡ଼ା ନାକ: ଏମାନଙ୍କର ସ୍ୱଭାବ ବଡ଼ ନାକ ଥିବା ବ୍ୟକ୍ତିଙ୍କ ପରି ସମାନ ହୋଇଥିଲେ ମଧ୍ୟ ଟିକିଏ ଅଧିକ ପରି ଜଣାଯାଏ। ଏମାନେ ସମ୍ମାନ ଓ ଗୁରୁତ୍ୱ ଆଶା କରିନ୍ତି। ଏମାନେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନିଜ ନିଜ ବାଟରେ ଚାଲନ୍ତି।

ମାଂସଳ ନାକ: ମୂଳ ସରୁ ହୋଇ ଅଗ ଥୋପା ପରି ନାକ ଥିବା ଲୋକେ ଖୁବ୍‌ ଶୀଘ୍ର ଭାବି ପାରନ୍ତି ଏବଂ ତୁରନ୍ତ କାର୍ଯ୍ୟ କରି ପାରନ୍ତି। ଏମାନେ ଖୁବ୍‌ ଚତୁର ଏବଂ କ୍ଷଣକରେ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏମାନେ ଯତ୍ନଶୀଳ ଏବଂ ବିଶ୍ୱସ୍ତ।

ଥେଣ୍ଟା ନାକ: ଏ ଭଳି ନାକ ଥିବା ଲୋକେ ଆଶାବାଦୀ ଓ ଦୟାଳୁ। ଏମାନେ ପରିବାର ଓ ବନ୍ଧୁବାନ୍ଧବଙ୍କୁ ସ୍ନେହ କରନ୍ତି ଓ ସ୍ନେହ ପାଆନ୍ତି। ଏମାନେ ଖୁବ୍‌ ଉତ୍ସାହୀ ଓ ପରୀକ୍ଷା ନିରୀକ୍ଷା କରିବାକୁ ଭଲ ପାଆନ୍ତି। ଅଭିସାର କ୍ଷେତ୍ରରେ ଏମାନେ ଭାରି ଉନ୍ମୁକ୍ତ ହେଲେ ମଧ୍ୟ ବିଶ୍ୱସ୍ତ।

ଗ୍ରିକ୍‌ ନାକ: ଏ ଭଳି ନାକ ଥିବା ଲୋକେ ଖୁବ୍‌ ସୃଜନଶୀଳ ହୋଇଥାଆନ୍ତି। ଅନ୍ୟମାନଙ୍କୁ ସହାୟତା କରନ୍ତି ଏବଂ ନିଜର ଦୀର୍ଘ ଦିନର ଇଚ୍ଛା ପୂରଣ କରନ୍ତି।

ଗୋଜିଆ ନାକ: ଗୋଜିଆ ନାକ ଥିବା ବ୍ୟକ୍ତିମାନେ ଜଟିଳ ଚରିତ୍ରବିଶିଷ୍ଟ। ନିଜର ସୁବିଧା ପାଇଁ ଏମାନେ ଅନଧିକାର ଚର୍ଚ୍ଚା କରି ଅଯଥା ବିବାଦ ସୃଷ୍ଟି କରନ୍ତି।

ରୋମାନ ନାକ: ଏ ଭଳି ନାକ ଥିବା ଲୋକେ ଦାମ୍ଭିକ ଓ ଉଚ୍ଚାଭିଳାଷୀ ସ୍ୱଭାବର ହୋଇ ଥାଆନ୍ତି। ବଳିଷ୍ଠ ବ୍ୟକ୍ତିତ୍ୱ ଥିବାରୁ ଏମାନେ ବଡ଼ ନେତା ହୋଇ ପାରନ୍ତି। ଏମାନେ ତରବର ହୋଇ ନିଷ୍ପତ୍ତି ନ ନେଇ ଫଳପ୍ରଦ ଭାବେ ସବୁର ବ୍ୟବସ୍ଥା କରନ୍ତି।

ସମ୍ବନ୍ଧିତ ଖବର