ଆସନ୍ତୁ ଜାଣିବା, ଏବେ ଆପଣ ହ୍ଵାଟ୍‌ସଆପ୍‌ ମାଧ୍ୟମରେ କ’ଣ ସବୁ ନୂଆ କାମ କରିପାରିବେ

ଦିନକୁ ଦିନ ହ୍ଵାଟ୍‌ସଆପ୍‌ର ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ବାର୍ତ୍ତା ପଠାଇବା ସହଜ ହେଉଥିବାରୁ ଲୋକେ ଏହାକୁ ଅଧିକ ବ୍ୟବହାର କରିବା ଆରମ୍ଭ କରିଛନ୍ତିା ତେବେ ଏଥିରେ ଏମିତି କିଛି ଜିନିଷ ରହିଛି ଯାହାକି ଆପଣଙ୍କୁ ଅଜଣା ଥିବ । ହ୍ଵାଟ୍‌ସଆପ୍‌ରେ ବାର୍ତ୍ତା ପଠାଇବାକୁ ଆହୁରି ଭଲ କରିବା ପାଇଁ ଫେସ୍‌ବୁକ ଏଥିରେ କିଛିଟା ଜିନିଷକୁ ମିଶାଇଛି । ଆସନ୍ତୁ ଜାଣିବା ସେ ବିଷୟରେ..

୧. ଏବେ ଆପଣ ଇନ୍‌ଷ୍ଟାଗ୍ରାମ ଷ୍ଟୋରିକୁ ହ୍ଵାଟ୍‌ସଆପରେ ନିଜର ଷ୍ଟାଟସ ରଖି ପାରିବେ । ଏଥି ପାଇଁ ଇନ୍‌ଷ୍ଟାଗ୍ରାମରେ ହ୍ଵାଟ୍‌ସଆପର ଏକ ଅପ୍‌ସନ୍‌ ରଖାଯିବ, ଯାହା ଉପରେ କ୍ଲିକ୍‌ କରି ଆପଣ ଷ୍ଟାଟସ ରଖି ପାରିବେ । ତେବେ ଏହାର ପରୀକ୍ଷଣ ଜାରି ରହିଥିବା ବେଳେ ବହୁତ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଫେସ୍‌ବୁକ୍‌ ତରଫରୁ କୁହାଯାଇଛି ।

techuntold.com

୨.ଏବେ ଆପଣ ଭୁଲରେ ପଠାଇଥିବା ବାର୍ତ୍ତାକୁ ହଟାଇ ପାରିବେ । ପୂର୍ବରୁ ଯଦି କିଛି ବାର୍ତ୍ତା ଭୁଲରେ ଆପଣ ପଠାଇ ଦେଉଥିଲେ ଏବଂ ପରେ ଏହାକୁ ହଟାଇବାକୁ ଚାହୁଁଥିଲେ,ତେବେ କେବଳ ସେହି ବାର୍ତ୍ତାଟି ଆପଣଙ୍କ ମେସେଜ୍‌ ବକ୍ସରୁ ହଟି ଯାଉଥିଲା । କିନ୍ତୁ ଏବେ ଏଥିରେ ଏକ ନୂଆ ଅପ୍‌ସନ୍‌ ଡ଼ିଲିଟ୍‌ ଫର୍‌ ଏଭ୍ରିଓ୍ଵାନକୁ ମିଶା ଯାଇଛି । ଯାହା ମାଧ୍ୟମରେ ଆପଣ ନିଜ ମେସେଜ ବକ୍ସ ସହ ପଠାଇଥିବା ଲୋକର ମେସେଜ ବକ୍ସରୁ ବାର୍ତ୍ତାକୁ ହଟାଇ ପାରିବେ। ଏଥି ପାଇଁ ଆପଣଙ୍କୁ ହଟାଇବାକୁ ଥିବା ବାର୍ତ୍ତା ଉପରେ ଆଙ୍ଗୁଠି ଚାପି କରି ରଖନ୍ତୁ । ଏହା ପରେ ଆପଣଙ୍କ ଫୋନ ପରଦାରେ ଦୁଇଟି ବିକଳ୍ପ ଆସିଯିବ । ଗୋଟେ ହେଲା ଡ଼ିଲିଟ୍‌ ଏବଂ ଅନ୍ୟଟି ହେଲା ଡ଼ିଲିଟ୍‌ ଫର୍‌ ଏଭ୍ରିଓ୍ଵାନ । ଡ଼ିଲିଟ୍‌ ଫର୍‌ ଏଭ୍ରିଓ୍ଵାନ ବିକଳ୍ପ ଉପରେ କ୍ଲିକ୍‌ କରି ଆପଣ ବାର୍ତ୍ତାକୁ ହଟାଇ ପାରିବେ । ବାର୍ତ୍ତା ପଠାଇବାର ୭ମିନିଟ୍‌ ମଧ୍ୟରେ ଆପଣଙ୍କୁ ଏହା କରିବାକୁ ପଡ଼ିବ ।

Android Police

୩.ଏବେ ଆପଣ ହ୍ଵାଟ୍‌ସଆପ୍‌ରେ ଜିଆଇଏଫ୍‌ ମଧ୍ୟ ତିଆରି କରି ପାରିବେ । ଯାହାକୁ ଆପଣ ଜିଆଇଏଫ୍‌ ପଠାଇବାକୁ ଚାହୁଁଛନ୍ତି ତାଙ୍କର ମେସେଜ୍‌ ବକ୍ସ ଖୋଲି ଆଟାଚ୍‌ ଆଇକନ ଉପରେ କ୍ଳିକ୍‌ କରନ୍ତୁ । ଏହା ପରେ ସିଲେକ୍ଟ ଗ୍ୟାଲେରି କ୍ଲିକ୍‌ କରି ଭିଡ଼ିଓକୁ ଯାଆନ୍ତୁ । ଯେଉଁ ଭିଡ଼ିଓର ଆପଣ ଜିଆଇଏଫ୍‌ ତିଆରି କରିବାକୁ ଚାହାନ୍ତି ତା’ ଉପରେ କ୍ଲିକ୍‌ କରି ୬ ସେକେଣ୍ଡର ଭିଡ଼ିଓକୁ ବାଛନ୍ତୁ । କାରଣ ଏହା ଠାରୁ ଅଧିକ ସମୟର ଭିଡ଼ିଓ ହ୍ଵାଟ୍‌ସଆପ୍‌ ସପୋର୍ଟ କରିବ ନାହିଁ । ୬ ସେକେଣ୍ଡର ଭିଡ଼ିଓ ବାଛିବା ପରେ ଫୋନର ଡ଼ାହାଣ ପଟେ ଜିଆଇଏଫ୍‌ ଅପ୍ସନ୍‌ ଆସିଯିବ । ଏହା ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କ ଜିଆଇଏଫ୍‌ ତିଆରି ହୋଇଯିବା ସହ ଏହାକୁ ଆପଣ ପଠାଇ ପାରିବେ ।

FoneArena.com

୪.ସବୁ ସାଙ୍ଗମାନଙ୍କ ଭିତରୁ ଆପଣଙ୍କର କେହି ଜଣେ ଭଲ ସାଙ୍ଗ ନିହାତି ଥିବ । ସବୁବେଳେ ହ୍ଵାଟ୍‌ସଆପ୍‌ ଖୋଲି ଏତେ ଚାଟ୍‌ ବକ୍ସ ଭିତରୁ ତାଙ୍କୁ ଖୋଜି ଚାଟ୍‌ କରିବା ଅପେକ୍ଷା ଆପଣ ତାଙ୍କ ନମ୍ବରର ସର୍ଟକଟ ହୋମ ସ୍କ୍ରିନ ଉପରେ ରଖି ପାରିବେ । ଏଥି ପାଇଁ ଆପଣ ଆପଣଙ୍କ ସାଙ୍ଗର ଚାର୍ଟ ବକ୍ସ ଉପରେ କିଛି ସମୟ ଚିପି ଧରନ୍ତୁ । ଏହା ପରେ ଫୋନର ଡ଼ାହାଣ ପଟେ ତିନୋଟି ବିନ୍ଦୁ ଆସିଯିବ । ତା’ ଉପରେ କ୍ଲିକ୍‌ କରି ଆଡ଼୍‍ ଚାର୍ଟ ସର୍ଟକଟ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କର ଚାର୍ଟ ସର୍ଟକଟ ହୋମ ସ୍କ୍ରିନ ଉପରେ ଆସିଯିବ ।

୫.ଯଦି ଆପଣ ଆପଣଙ୍କର ପସନ୍ଦର ଲୋକମାନଙ୍କର ଚାଟ୍‌ ବକ୍ସକୁ ସବୁବେଳେ ଉପରେ ରଖିବାକୁ ଚାହୁଛନ୍ତି ତେବେ ତାଙ୍କର ଚାଟ୍‌ ବକ୍ସକୁ କିଛି ସମୟ ଚିପି ଧରନ୍ତୁ ଏହା ପରେ ଡ଼ାହାଣ ପଟେ ଏକ ପିନ୍‌ ଆଇକନ୍‌ ଆସିଯିବ । ଏହା ଉପରେ କ୍ଲିକ୍‌ କରି ଆପଣ ଚାଟ୍‌ ବକ୍ସକୁ ଉପରେ ରଖି ପାରିବେ । ଏହା ସାହଯ୍ୟରେ କେବଳ ଆପଣ ତିନୋଟି ଚାଟ୍‌ ବକ୍ସକୁ ପିନ୍‌ କରି ରଖି ପାରିବେ ।

NDTV Gadgets

୬. ଏବେ ଆପଣ ପଠାଇଥିବା ବାର୍ତ୍ତାଟି ଆପରଣଙ୍କ ବନ୍ଧୁ ପଢ଼ିଛନ୍ତି ନା ନାହିଁ ଏବଂ ଯଦି ପଢ଼ିଛନ୍ତି କେଉଁ ସମୟରେ ପଢ଼ିଛନ୍ତି ତାହା ଜାଣି ପାରିବେ । ଏତି ପାଇଁ ଆପଣ ପଠାଇଥିବା ବାର୍ତ୍ତା ଉପରେ କିଛି ସମୟ ଚିପି ଧରନ୍ତୁ । ଏହା ପରେ ଡ଼ାହାଣ ପଟେ ଏକ ଆଇ ଅପ୍ସନ୍‌ ଆସିଯିବ । ଏହା ଉପରେ କ୍ଲିକ୍‌ କରି ଆପଣ ଜାଣି ପାରିବେ ।

gadgetsnow

୭. ଏବେ ଆପଣ ହ୍ଵାଟ୍‌ସଆପ୍‌ ମାଧ୍ୟମରେ ଲାଇଭ୍‌ ଲୋକେସନ ପଠାଇ ପାରିବେ । ଏହି ସୁବିଧା ପ୍ରଥମେ ମେସେଞ୍ଜରରେ ଉପଲବ୍ଧ ହେଉଥିଲା । ଏବେ ଫେସ୍‌ବୁକ୍‌ ହ୍ଵାଟ୍‌ସଆପ୍‌ରେ ଏହି ସୁବିଧା ଆରମ୍ଭ କରିଛି । ଏହା ଦ୍ୱାରା ଆପଣଙ୍କ ସାଙ୍ଗମାନଙ୍କୁ ଲାଇଭ୍‌ ଲୋକେସନ ପଠାଇ ପାରିବେ ଏବଂ କେତେ ସମୟ ମଧ୍ୟରେ ସେମାନେ ଆପଣଙ୍କୁ ଟ୍ରାକ୍‌ କରିବେ ସେ ସମୟ ମଧ୍ୟ ଆପଣ ବାଛି ପାରିବେ । ସେଥିପାଇଁ ତିନୋଟି ସମୟର ଅପ୍‌ସନ ରଖାଯାଇଛି (୧୫ମିନିଟ୍‌, ୧ଘଣ୍ଟା ଏବଂ ୮ଘଣ୍ଟା) ସମୟ ଅତିକ୍ରମ କରିଯିବା ପରେ ଆପଣ ପଠାଇଥିବା ଲୋକେସନଟି ଆପେ ଆପେ ହଟିଯିବ । ଏହାକୁ ପଠାଇବା ଅତି ସହଜ । ହ୍ଵାଟ୍‌ସଆପ୍‌ ଖୋଲି ଆଟାଚ୍‌ମେଣ୍ଟ ଉପରେ କ୍ଲିକ୍‌ କରି ଲୋକେସନକୁ ବାଛନ୍ତୁ । ଏହା ପରେ ଦୁଇଟି ସେୟାର ଲାଇଭ ଲୋକେସନ ଏବଂ ସେଣ୍ଡ ୟୋର କରେଣ୍ଟ ଲୋକେସନର ଅପ୍‌ସନ୍‌ ଆସିଯିବ । ଏହା ପରେ ସେୟାର ଲାଇଭ ଲୋକେସନ ଉପରେ କ୍ଲିକ୍‌ କରି ସମୟ ବାଛି ନିଅନ୍ତୁ ।

gadgetsnow
ସମ୍ବନ୍ଧିତ ଖବର