ବିନା ଇଣ୍ଟରନେଟ୍‌ରେ ହ୍ଵାଟ୍‌ସଅପ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଚଲାଇବାକୁ ଚାହାଁନ୍ତି ତ, କରନ୍ତୁ ଏହି ସହଜ କାମ !

ଆଜିକାଲି ସ୍ମାର୍ଟଫୋନ୍‌ ପ୍ରତ୍ୟେକ ଲୋକଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ସ୍ମାର୍ଟଫୋନ୍‌ ସହିତ ଇଣ୍ଟର୍‌ନେଟ୍‌ର ସଂଯୋଗ ରହିବା ମଧ୍ୟ ଜରୁରୀ ଅଟେ। କାରଣ ବିନା ଇଣ୍ଟର୍‌ନେଟ୍‌ରେ ସ୍ମାର୍ଟଫୋନ୍‌ର ଅର୍ଥ ମୂଲ୍ୟହୀନ ହୋଇଥାଏ। ସାଧାରଣତଃ ବହୁତ ଥର ଏମିତି ବି ଦେଖାଯାଏ କି ,ଆମେ ଇଣ୍ଟରନେଟ୍‌ ସମସ୍ୟାଯୋଗୁ କାହାରିକୁ କୌଣସି ଏକ ଜରୁରୀ ମେସେଜ୍‌, ଭିଡ଼ିଓ ବା ଫଟୋ ପଠାଇ ପାରିନଥାଉ। ଆଉ ଯଦି ଆପଣ ବି ଏମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ,ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ। ଆଜି ଆମେ ଆପଣଙ୍କୁ ଇଣ୍ଟରନେଟ୍‌ ବିନା କିଭଳି ଆପଣଙ୍କ ଫୋନ୍‌ରେ ହ୍ଵାଟ୍‌ସଅପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଭଳି ଆପ୍‌କୁ ଚଲାଇପାରିବେ ସେହି ବିଷୟରେ ଜଣାଇବୁ।

photo-surya tricks

ଆସନ୍ତୁ ଜାଣିବା ବିନା ଇଣ୍ଟର୍‌ନେଟ୍‌ ସାହାଯ୍ୟରେ ଫୋନ୍‌ରେ ହ୍ଵାଟ୍‌ସ ଆପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌କୁ ଚଲାଇବାର ଉପାୟ ବିଷୟରେ!…….
ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ବଜାରରୁ ଏକ ସ୍ପେସିଆଲ୍‌ ସିମ୍‌ କାର୍ଡ଼ କିଣିବାକୁ ପଡ଼ିବ।ଏହା ସାହାଯ୍ୟରେ ଆପଣ ବର୍ଷ ସାରା ବିନା ଇଣ୍ଟରନେଟ୍‌ରେ ହିଁ ଆପଣଙ୍କ ଫୋନ୍‌ରେ ହ୍ଵାଟ୍‌ସଅପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଭଳି ଆପ୍‌ସକୁ ଚଲାଇପାରିବେ। ଏହି ସିମ୍‌ର ନାମ ହେଲା ଚାଟ୍‌ସିମ୍‌ । ଏଥିସହିତ ଏହି ସିମ୍‌କୁ ଆପଣ ଚାହିଁଲେ ଏହାର ଓ୍ଵବ୍‌ସାଇଟ୍‌ ବା ଇ-କମର୍ସ ସାଇଟ୍‌ରୁ କିଣିପାରନ୍ତି। ଏହାର ମୂଲ୍ୟ ମାତ୍ର ୧୮୦୦ ଟଙ୍କା ହୋଇଥିବାବେଳେ, ଏହାର ବୈଧତା ୧ ବର୍ଷ ଅଟେ। ତେବେ ହଁ ୧ ବର୍ଷ ପରେ ପୁଣିଥରେ ଆପଣଙ୍କୁ ଏହି ସିମ୍‌କୁ ରିଚାର୍ଜ କରିବାକୁ ହେବ। ଏହାସହିତ ଏହି ସିମ୍‌ର ସବୁଠୁଁ ବଡ଼ କଥା ହେଉଛି ଏଇଆ ଯେ,ଏହା କୌଣସି ବି ଫୋନ୍‌ରେ ସେଟ୍‌ ହୋଇଯିବ।ଆପଣ ଯେଉଁଠି ଥାଆନ୍ତୁ ପଛକେ ସେଇଟା ଦେଶ ହେଉ କି ବିଦେଶ ଏହା ସବୁଠାରେ କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର