ପ୍ରଳୟ ଆସିଲେ କେଉଁ ଭଗବାନ ରକ୍ଷା କରିବେ ବୋଲି ବିଶ୍ୱାସ ରହିଛି ?

ଭଗବାନ ଶିବ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପୂଜା ପାଆନ୍ତି । ସେଥିମଧ୍ୟରୁ କେତେକ ପ୍ରସିଦ୍ଧ ପୀଠ ସଂପର୍କରେ ଜାଣିବା …


କାଶୀ ବିଶ୍ୱନାଥ: ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ଉତ୍ତରପ୍ରଦେଶର କାଶୀରେ ଅବସ୍ଥିତ । କାଶୀ ଯେଉଁଭଳି ସମସ୍ତ ଧର୍ମର ପ୍ରମୁଖ ସ୍ଥଳୀ ଭାବେ ମର୍ଯ୍ୟାଦାପ୍ରାପ୍ତ, ଠିକ୍‌ ସେହିପରି ଏଠାରେ ଥିବା ଜ୍ୟୋତିର୍ଲିଙ୍ଗ ମଧ୍ୟ ବେଶ୍‌ ଖ୍ୟାତ । କୁହାଯାଏ ଯେ ସମଗ୍ର ବିଶ୍ୱରେ ପ୍ରଳୟ ଆସିଲେ ବି କାଶୀର ରକ୍ଷା ସ୍ୱୟଂ ଦେବ ଦେବ ମହାଦେବ କରିବେ । ଏହାକୁ ଭଗବାନ ଶିବ ନିଜର ତ୍ରିଶୂଳରେ ଧାରଣ କରିବେ ଓ ପ୍ରଳୟ ଟଳିଯିବ ।
ତ୍ରୟମ୍ବକେଶ୍ୱର: ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଗୋଦାବରୀ ନଦୀ କୂଳରେ ଏହି ଜ୍ୟୋତିର୍ଲିଙ୍ଗ ବିଦ୍ୟମାନ । ବ୍ରହ୍ମଗିରି ପର୍ବତ ମଧ୍ୟ ଏହା ସନ୍ନିକଟରେ ଅବସ୍ଥିତ । ଏହି ନଦୀରୁ ଗୋଦାବରୀ ନଦୀ ବାହାରିଛି । ଭଗବାନ ଶିବଙ୍କ ଅନ୍ୟ ଏକ ନାମ ହେଉଛି ତ୍ରୟମ୍ବକେଶ୍ୱର । କୁହାଯାଏ ଯେ ଗୌତମ ଋଷି ଓ ଗୋଦାବରୀ ନଦୀଙ୍କ ଆଗ୍ରହ କ୍ରମେ ଏଠାରେ ଭଗବାନ ଶିବଙ୍କୁ ଜ୍ୟୋତିର୍ଲିଙ୍ଗ ରୂପେ ରହିବାକୁ ପଡିଛି ।
ବୈଦ୍ୟନାଥ: ଶ୍ରୀ ବୈଦ୍ୟନାଥ ଶିବଲିଙ୍ଗଙ୍କ ସମସ୍ତ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ନବମ ସ୍ଥାନରେ ହୋଇଥାଏ । ଭଗବାନ ଶ୍ରୀ ବୈଦ୍ୟନାଥ ଏଠାରେ ଜ୍ୟୋତିର୍ଲିଙ୍ଗ ରୂପେ ପୂଜା ପାଉଛନ୍ତି । ଯେଉଁଠାରେ ଏହି ଜ୍ୟୋତିର୍ଲିଙ୍ଗ ଅଛନ୍ତି, ତାହା ବୈଦ୍ୟନାଥ ଧାମ ନାମରେ ମଧ୍ୟ ବେଶ୍‌ ବିଖ୍ୟାତ । ଏହା ଝାଡ଼ଖଣ୍ଡ ରାଜ୍ୟର ସନ୍ଥାଳ ପ୍ରଗାଣର ଟୁମକା ସହରରେ ଅବସ୍ଥିତ ।


ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ: ଏହି ଜ୍ୟୋତିର୍ଲିଙ୍ଗ ଗୁଜୁରାଟର ବାହାରୀ କ୍ଷେତ୍ର ଦ୍ୱାରକା ସ୍ଥାନରେ ଅବସ୍ଥିତ । ଧର୍ମଶାସ୍ତ୍ରରେ କୁହାଯାଇଛି ଯେ ଭଗବାନ ଶିବ ହେଉଛନ୍ତି ନାଗମାନଙ୍କର ଦେବତା । ଏଣୁ ତାଙ୍କର ଅନ୍ୟତମ ନାମ ହେଲା ନାଗେଶ୍ୱର । ଦ୍ୱାରକା ପୁରୀଠାରୁ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଦୂରତ୍ୱ ହେଉଛି ୧୭ ମାଇଲ । ଏଠାରେ ବିଶ୍ୱାସ ରହିଛି ଯେ ଯେଉଁ ବ୍ୟକ୍ତି ଶ୍ରଦ୍ଧା ଓ ଭକ୍ତିର ସହିତ ଏହି ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିଥାଏ, ତା’ର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ସମ୍ବନ୍ଧିତ ଖବର