ବାଇକ୍‌ ଚାଳକଙ୍କୁ ଅଟକାଇ ଜେରା କଲେ କିରଣ ବେଦୀ: ପଚାରିଲେ, ହେଲ୍‌ମେଟ କାଇଁ? ଭିଡିଓ ଭାଇରାଲ୍‌

ପଣ୍ଡିଚେରି: ଟ୍ରାଫିକ୍‌ ନିୟମକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପଣ୍ଡିଚେରିର ଉପ ରାଜ୍ୟପାଳ ତଥା ଅବସରପ୍ରାପ୍ତ ଆଇପିଏଏସ୍‌ ଅଧିକାରୀ କିରଣ ବେଦୀ ରବିବାର ରାସ୍ତାର ଅନେକ ବାଇକ୍‌ ଚାଳକଙ୍କୁ ଅଟକାଇ ଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି କିରଣ ବେଦୀ ହେଲ୍‌ମେଟ୍‌ ନ ପିନ୍ଧିଥିବା ଓ ଦୁଇରୁ ଊର୍ଧ୍ୱ ବ୍ୟକ୍ତି ଯାତ୍ରା କରୁଥିବା ବାଇକ୍‌ ଚାଳକଙ୍କୁ ଅଟକାଇ ସେମାନଙ୍କ ଜେରା କରୁଛନ୍ତି। ଆହୁରି ବି ଦେଖିବାକୁ ମିଳିଛି ଯେ ବେଦୀ ବାଇକ୍‌ ଚାଳକଙ୍କୁ ଅଟାକାଇ ‘ତୁମ ହେଲ୍‌ମେଟ୍‌ କାଇଁ?’ ବୋଲି ପ୍ରଶ୍ନ ପଚାରୁଛନ୍ତି। ଏପରିକି ୨ରୁ ଊର୍ଧ୍ୱ ବାଇକ୍‌ ଚାଳକଙ୍କୁ ବାଇକ୍‌ରୁ ତଳକୁ ଓହ୍ଲାଇବାକୁ କହୁଥିବାର ଦୃଶ୍ୟ ବି ଭିଡିଓରେ କଏଦ ହୋଇଛି।

 

ଏହି ସମୟର ଭିଡିଓଟିକୁ ବେଦୀ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରିଛନ୍ତି। ପୋଷ୍ଟ୍‍ କରି ଲେଖଛନ୍ତି କି ‘ଯେଉଁଠି ହେଲ୍‌ମେଟ୍‌ ପିନ୍ଧିବାର ସଂସ୍କୃତି ନାହିଁ ସେଠାକାର ମୁଖ୍ୟମନ୍ତ୍ରୀ ପ୍ରବର୍ତ୍ତନ ରୋକୁଛନ୍ତି। ଏଠାରେ ପ୍ରତି ୩ ଦିନରେ ଏକ ଦୁର୍ଘଟଣା ହେଉଛି। ତେବେ, ଏହି ହେଲ୍‌ମେଟ୍‌ ନପିନ୍ଧିବାର କାରଣ କେଉଁଠୁ ଆରମ୍ଭ ହେଉଛି?’

ସମ୍ବନ୍ଧିତ ଖବର