କହିଲେ ଏହି ୪ ଜଣଙ୍କ ମଧ୍ୟରୁ କିଏ ପ୍ରଥମେ ଦୁର୍ଘଟଣା ସାମ୍ନା କରିବେ? ଆପଣଙ୍କ ଉତ୍ତରରୁ ଜଣାପଡ଼ିବ ନିଜର ଭିତର ଗୁଣ

ସାମ୍ନାରେ ଆପଣଙ୍କ ପାଇଁ ଏକ ଫଟୋ ରହିଛି। ଫଟୋଟିରେ ଦେଖିବାକୁ ମିଳୁଛି ଯେ ୪ ଜଣ ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ୪ଟି ଦୁର୍ଘଟଣାକୁ ସାମ୍ନା କରିବାକୁ ଯାଉଛନ୍ତି। ଜଣଙ୍କ ସାମ୍ନାରେ ମ୍ୟାନ୍‌ହୋଲ୍‌, ଜଣଙ୍କ ସାମ୍ନାରେ କଣ୍ଟା, ଜଣଙ୍କ ସାମ୍ନାରେ ଗଛ ତ ଅନ୍ୟ ଜଣଙ୍କ ସାମ୍ନାରେ ଗାଡ଼ି। ୪ ଜଣ ଅଗୋଚର ଅବସ୍ଥାରେ ଦୁର୍ଘଟଣା ଆଡ଼େ ମାଡ଼ି ଯାଉଛନ୍ତି। ଏବେ ଆପଣ ଚିନ୍ତା କରନ୍ତୁ ଯେ ପ୍ରଥମେ କେଉଁ ବ୍ୟକ୍ତି ଦୁର୍ଘଟଣାର ସାମ୍ନା କରିବେ? ଆପଣଙ୍କ ଭାବନାରୁ ଆପଣଙ୍କ ପ୍ରକୃତି ଓ ସ୍ୱଭାବ ସଂପର୍କରେ ଜାଣିପାରିବେ।

ଯଦି ଆପଣ ‘ଏ’ ଭାବିଛନ୍ତି ତେବେ ଆପଣ ଜଣେ ପ୍ରକୃତି ପ୍ରେମୀ। ଖୁବ୍‌ ଭାବପ୍ରବଣ। ତୁମେ ଖୁବ୍‌ ଜ୍ଞାନୀ ଓ ଲୋକମାନେ ତୁମ ପାଖକୁ ନିଜର ସମସ୍ୟା ନେଇ ସମାଧାନ ପାଇଁ ଆସନ୍ତି। ଆପଣ ଜଣେ ନେତା ଶ୍ରେଣୀୟ ବ୍ୟକ୍ତି। ଜଣେ ଭଲ ବନ୍ଧୁ ମଧ୍ୟ। ଆପଣ ଅନ୍ୟମାନଙ୍କ ସମସ୍ୟାର ଖୁବ୍‌ ଭଲ ସମାଧାନ ଦେଇଥାନ୍ତି। ଖୁବ ସାହାଯ୍ୟକାରୀ ସ୍ୱଭାବର।

ଯଦି ଆପଣ ‘ବି’ ଭାବିଛନ୍ତି ତେବେ ଆପଣ ନିଜେତ ଖୁବ୍‌ ସରଳ ଓ କୌଣସି ମତେ ଜଟିଳତା ପସନ୍ଦ କରନ୍ତି ନାହିଁ। ଆପଣଙ୍କ ଜୀବନଶୈଳୀ ସାଧାରଣ ଓ ଧାର୍ମିକ। ଆପଣ ଟିକେ ବାସ୍ତବିକାତାରେ ବେଶି ବିଶ୍ୱାସ କରନ୍ତି।

ଯଦି ଆପଣଙ୍କ ଉତ୍ତର ‘ସି’ ତେବେ ଆପଣ ଜଣେ ଜ୍ଞାନୀ ବ୍ୟକ୍ତି। ଆପଣ କୌଣସି ବି କାର୍ଯ୍ୟକୁ ଅଧୁରା ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ। ଆପଣ ଖୁବ୍‌ ସାମାଜିକ। ବନ୍ଧୁ ବନାଇବା ଆପଣଙ୍କର ସଉକ ହୋଇଥାଏ। ଆପଣଙ୍କୁ ଅନେକ ଲୋକ ଆବଶ୍ୟକ କରିଥାନ୍ତି। ଆପଣ ସମସ୍ତଙ୍କ ପାଖରେ ନିଜର ଏକ ନିର୍ମଳ ଭାବମୂର୍ତ୍ତି ରଖିବାରେ ସଫଳ ହୋଇଥାନ୍ତି।

ଯଦି ଆପଣ ଭାବୁଛନ୍ତି ଯେ ଦୁର୍ଘଟଣା ପ୍ରଥମେ ‘ଡି’ ସାମ୍ନା କରିବ ତେବେ ଆପଣ ଖୁବ୍‌ ସୃଜନଶୀଳ। ପ୍ରତ୍ୟେ ଭିନ୍ନ ଜିନିଷକୁ ଆପଣ ସ୍ୱତନ୍ତ୍ର କରି ଉପସ୍ଥାପନା କରିବାର ସାମର୍ଥ୍ୟ ରଖନ୍ତି। ସାହିତ୍ୟ ଓ ସଂଗୀତ ପ୍ରତି ଆପଣଙ୍କର ବିଶେଷ ଦୁର୍ବଳତା ରହିଛି।

ସମ୍ବନ୍ଧିତ ଖବର