କେଉଁ କେଉଁ ପ୍ରକାରର ମୋବାଇଲ୍‌ ଆପ୍‌ ଆପଣ ବ୍ୟବହାର କରୁଛନ୍ତି ତାହା ଜାଣନ୍ତି କି ?

ଆପଣ ମୁଖ୍ୟତଃ ତିନି ଧରଣର ମୋବାଇଲ୍‌ ଆପ୍‌ ବ୍ୟବହାର କରୁଛନ୍ତି । ସେଗୁଡ଼ିକ ହେଲା ନାଟିଭ୍‌ ଆପ୍‌, ହାଇବ୍ରିଡ୍‌ ଆପ୍‌ ଓ ମୋବାଇଲ୍‌ େଓ୍ଵବ୍‌ ଆପ୍‌
ନାଟିଭ୍‌ ଆପ୍‌: ନାଟିଭ୍‌ ଆପ୍‌ ବା ମୌଳିକ ମୋବାଇଇ ଆପ୍‌ଗୁଡ଼ିକ ବିଶେଷ କରି ଡିଭାଇସ୍‌ରେ ରଖାଯାଇଥାଏ। ଥରେ ଏହାକୁ ଡାଉନ୍‌ଲୋଡ୍‌ କଲା ମାତ୍ରେ, ଏହି ଶ୍ରେଣୀର ଆପ୍‌ ମୁଖ୍ୟତଃ ଫୋନର ମୌଳିକ ବ୍ୟବହାରରେ ସହାୟକ ହୋଇଥାଏ। ସାଧାରଣ ଭାବରେ ଏହି ଆପ୍‌ ଫୋନ୍‌ ଫିଚର୍ସ୍‌ ଲାଗି ଆବଶ୍ୟକ ହୋଇଥାଏ, କଣ୍ଟାକ୍ଟ୍‌ସ, କ୍ୟାଲେଣ୍ଡର୍‌, କ୍ୟାମେରା, ଜିପିଏସ୍‌, ଫଟୋ ଓ ଅନ୍ୟାନ୍ୟ ମୂଳ ଫୋନ୍‌ ଫିଚର୍ସ୍‌ ଏହାର ଅନ୍ତର୍ଗତ। ନୋଟ୍ସ୍‌, ଏଙ୍ଗ୍ରି ବାର୍ଡ୍‌, କାଲ୍‌କୁଲେଟର ଇତ୍ୟାଦି ଆପ୍‌ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ।
ହାଇବ୍ରିଡ୍‌ ଆପ୍‌: ଯେଉଁ ଆପ୍‌ଗୁଡ଼ିକ ମୂଳ ଫୋନ୍‌ ଫିଚର୍ସ୍‌ ଓ େଓ୍ଵବ୍‌ ଉଭୟର ବ୍ୟବହାରରେ ଲାଗି ଥାଏ ତାହାକୁ ହାଇବ୍ରିଡ୍‌ ଆପ୍‌ କୁହାଯାଏ। ଅନେକ ଲୋକପ୍ରିୟ ଆପ୍‌ ଅଛି ଯେଉଁମାନଙ୍କୁ ଆଡ୍‌ଭାନ୍ସ୍‌ ୟୁଜର ଇଣ୍ଟାରକ୍‌ସନ୍‌ ଦରକାର ହେବା ସହ ମୂଳ ଫୋନ୍‌ ଫିଚର୍ସ୍‌ ମଧ୍ୟ ଦରକାର ପଡ଼ିଥାଏ, ଏହିସବୁ ଆପ୍‌ ହାଇବ୍ରିଡ୍‌ ଷ୍ଟ୍ରକ୍‌ଚର୍‌ରେ ତିଆରି ହୋଇଛି। ବହୁ ପରିଚିତ ହାଇବ୍ରିଡ୍‌ ଆପ୍‌ଗୁଡ଼ିକ ହେଲା ଫେସ୍‌ବୁକ୍‌, ଲିଙ୍କ୍‌ଡଇନ୍‌, ଟ୍ଵିଟର୍‌, ସ୍କାଇପ୍‌, ୟାଲ୍‌ପ ଇତ୍ୟାଦି।
ମୋବାଇଲ୍‌ େଓ୍ଵବ୍‌ ଆପ୍ସ୍‍: େଓ୍ଵବ୍‌-ବେସ୍‌ଡ ଆପ୍ସ୍‍କୁ ଖୋଲିବା ପାଇଁ ଇଣ୍ଟର୍‌ନେଟ୍‌ ଦରକାର ହୋଇଥାଏ। ଏହି ଆପ୍‌ ଠିକ ଭାବେ ବ୍ୟବହାର କରିବା ପାଇଁ ଡେଭେଲପରଙ୍କୁ ଉଚିତ୍‌ ଡିଭାଇସ୍‌ ବା ମୋବାଇଲ୍‌ ସଂପର୍କରେ ସୂଚନା ଦେବାକୁ ପଡ଼ିଥାଏ। ଏଥି ପାଇଁ ସ୍ୱତନ୍ତ୍ର ଡିଜାଇନ୍‌ କରିବାକୁ ପଡ଼ିଥାଏ, ଫଳରେ ନିର୍ଦ୍ଦିଷ୍ଟ ମୋବାଇଲ ଉପଭୋକ୍ତା ଏହାକୁ ବ୍ୟବହାର କରିବା ପାଇଁ ଚାହିଁବେ।
ସମ୍ବନ୍ଧିତ ଖବର