ଏହି ସ୍ଥାନରେ ଗୋରା ରଙ୍ଗର ପିଲା ଜନ୍ମ ହେଲେ ତାକୁ ମାରି ଦିଆ ଯାଇଥାଏ, ରଙ୍ଗ କଳା କରିବା ପାଇଁ ଗର୍ଭବତୀ ମହିଳାଙ୍କୁ ପିଇବାକୁ ଦିଆ ଯାଇଥାଏ ପଶୁ ରକ୍ତ

ଗର୍ଭବସ୍ଥାରେ ନବଜାତର ରଙ୍ଗ ଗୋରା ହେଉ ବୋଲି ମହିଳାମାନଙ୍କୁ ଫଳ ଏବଂ ବାଦାମ ଖାଇବାକୁ ଦିଆ ଯାଇଥାଏ । କିନ୍ତୁ ଏମିତି ଏକ ସ୍ଥାନ ରହିଛି ଯେଉଁଠି ସମାନ୍ୟ କାରଣ ପାଇଁ ନବଜାତକୁ ମାରି ଦିଆ ଯାଇଥାଏ । ରଙ୍ଗ ଗୋରା ହେଲେ ଏଠାରେ ନବଜନ୍ମିତ ଶିଶୁକୁ ମାରି ଫିଙ୍ଗି ଦିଆ ଯାଇଥାଏ । ଏହା ସହ ଶିଶୁର ରଙ୍ଗ କଳା କରିବା ପାଇଁ ଫଳ ଖାଇବାକୁ ଦେବା ପରିବର୍ତ୍ତେ ଗର୍ଭବତୀ ମହିଳାମାନଙ୍କ ପଶୁମାନଙ୍କର ରକ୍ତ ପିଇବାକୁ ଦିଆ ଯାଇଥାଏ ।

rochakpost.com

ସୂଚନା ମୁତାବକ, ଆଣ୍ଡାମାନରେ ରହୁଥିବା ଜାରଓ୍ଵା ଜନଜାତିର ଲୋକମାନେ ଏଭଳି କରୁଥିବା ଜଣା ପଡ଼ିଛି । ଗୋରା ରଙ୍ଗ ନେଇ ଜନ୍ମ ହେଲେ ଶିଶୁଟି ନିଜକୁ ସମସ୍ତଙ୍କଠାରୁ ନିଜକୁ ଅଲଗା ମନେ କରିବ । ଜାରଓ୍ଵା ଜନଜାତିର ଲୋକମାନେ କଳା ରଙ୍ଗର ହୋଇଥିବା ବେଳେ କେହି ଗୋରା ରଙ୍ଗ ନେଇ ଜନ୍ମ ହେଲେ ସେ ସମସ୍ତଙ୍କଠାରୁ ନିଜକୁ ଭିନ୍ନ ବୋଲି ଭାବିବା କଥା ଭାବି ଏପରି କରାଯାଉଥିବା ଜଣା ପଡ଼ିଛି । ଏହି ଜନଜାତିର ଲୋକମାନେ ରହୁଥିବା ସ୍ଥାନକୁ ବାହାରର ଲୋକମାନଙ୍କ ପ୍ରବେଶ ବର୍ଜିତ କରାଯାଇଛି ।

ସମ୍ବନ୍ଧିତ ଖବର