ଜୀବନରେ ଗୁରୁଙ୍କ ଆବଶ୍ୟକତା ସମସ୍ତଙ୍କ ପାଇଁ ରହିଛି। ଗୁରୁଙ୍କ ଆର୍ଶିବାଦ, ଗୁରୁ ଦୀକ୍ଷା ଓ ଗୁରୁ ମନ୍ତ୍ର ବ୍ୟତିରେକ ଜୀବନରେ ସଫଳତା ମିଳେ ନାହିଁ। ଏହା କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ହିନ୍ଦୁ ପୁରାଣ ଅନୁଯାୟୀ, ଦେବତା, ଋଷି, ସମସ୍ତଙ୍କ ପାଇଁ ଗ୍ରହଣୀୟ। ଏକଦା ସ୍ୱର୍ଗ ଲୋକରେ ଦେବସଭା ବସିଥିବା ବେଳେ ସେଠାରେ ପ୍ରାୟ ଅଧିକାଂଶ ଦେବଦେବୀ ଉପସ୍ଥିତ ଥିଲେ। ସେହି ସମୟରେ ସେଠାରେ ପହଞ୍ଚିିଥିଲେ ଦେବର୍ଷି ନାରଦ। ବ୍ରହ୍ମାଙ୍କ ପୁତ୍ର ଦେବର୍ଷୀ ନାରଦ ତିନି ଲୋକ ଭ୍ରମଣ କରି ବେଶ ଜ୍ଞାନର ଅଧିକାରୀ ହୋଇଥିବା ସତ୍ତ୍ୱେ ତାଙ୍କୁ ଦେବ ସଭାରେ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ବିଚଳିତ ହୋଇ ଶ୍ରୀନାରଦ ବ୍ରହ୍ମାଙ୍କୁ ଏହାର କାରଣ ପଚାରିଥିଲେ। ବ୍ରହ୍ମା ଶ୍ରୀନାରଦଙ୍କୁ କହିଥିଲେ ଯେ ଏ ପର୍ଯ୍ୟନ୍ତ ନାରଦ ଗୁରୁଦୀକ୍ଷା ବା ଗୁରୁ ଗ୍ରହଣ କରି ନ ଥିବାରୁ ତାଙ୍କୁ ଦେବସଭାରେ ବିଶେଷ ଗୁୁରୁତ୍ୱ ଦିଆଯାଇ ନାହିଁ।ଏହା ଶୁଣିବା ପରେ ଶ୍ରୀନାରଦ ସଙ୍ଗେ ସଙ୍ଗେ ଦେବସଭା ଛାଡ଼ି ଗୁରୁ ସନ୍ଧାନରେ ବାହାରି ଗଲେ। ଗଲାବେଳେ କହିଗଲେ ଯେ ସେ ତଳକୁ ଯାଇ ପ୍ରଥମେ ଯାହାକୁ ଦେଖିବେ ତାଙ୍କୁ ହିଁ ନିଜର ଗୁରୁ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ତଳକୁ ଯାଇ ଶ୍ରୀନାରଦ ମାଛ ଧରୁଥିବା ଜଣେ ଧୀବରଙ୍କୁ ଦେଖିଲେଏବଂ ତାଙ୍କୁ ଗୁରୁ ହେବା ପାଇଁ ଅନୁରୋଧ କଲେ। ମାତ୍ର ଧୀବର ଜଣକ କିଛି ଜାଣି ନାହାଁନ୍ତି କହି ତାଙ୍କର ଗୁରୁ ହେବାକୁ ଅକ୍ଷମତା ପ୍ରକାଶ କରିବାକୁ ନାରଦ ଧୀବରଙ୍କ ପାଦ ଧରି ବସି ପଡ଼ିଥିଲେ। ଶେଷରେ ଧୀବର ଜଣକ ଗୁରୁମନ୍ତ୍ର ଭାବେ ‘ହରିବୋଲ’ ଗାଇବାକୁ ତାଙ୍କୁ କହିଥିଲେ। ଏହା ପରେ ଶ୍ରୀନାରଦ‘ ହରି ବୋଲି’ ଗାଇ ଗାଇ ଦେବସଭାକୁ ଫେରିଥିଲେ। ତୋଙ୍କୁ ସେଠାରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିଲା। ତେବେ ଦେବସଭାରେ ତାଙ୍କ ଗୁରୁ କିଏ ବୋଲିି ପଚରା ଯିବାରୁ ସେ କହିଥିଲେ ଯେ ଜଣେ ଧୀବର ହେଉଛନ୍ତି ମୋ ଗୁରୁ। ତାଙ୍କୁ ଯାଇ ଦେବସଭାରେ ଆଣି ଉପସ୍ଥାପିତ କରିବାକୁ ଦେବସଭାର ନିର୍ଦ୍ଦେଶ ହେବା ପରେ ଶ୍ରୀନାରଦ ତାଙ୍କ୍କ ଗୁରୁଙ୍କ ପାଖରେ ପହଞ୍ଚିିଥିଲେ।
ମାତ୍ର ଶ୍ରୀନାରଦଙ୍କ ଧୀବର ଗୁରୁଙ୍କର ଗୋଟିଏ ଗୋଡ଼ ପକ୍ଷାଘାତ ରୋଗାକ୍ରାନ୍ତ ଥିବାରୁ ସେ ଚାଲି ପାରୁ ନ ଥିଲେ। ତେଣୁ ଶ୍ରୀନାରଦ ତାଙ୍କୁ କାନ୍ଧରେ ବସାଇ ଦେବସଭାରେ ପହଞ୍ଚିଥିଲେ। ତେବେ ସେଠାର ଧୀବର ଜଣକ ନିଜ ରୁପ ଧାରଣ କରିଥିଲେ ଓ ସେ ଯେ ‘ମହାଦେବ ଶିବ’ ତାହା ଜାଣି ନାରଦ ଅତ୍ୟନ୍ତ ଖୁସି ହୋଇଥିଲେ। ପରେ ବ୍ରହ୍ମା ଶ୍ରୀ ନାରଦଙ୍କୁ ଶ୍ରୀମଦ ଭାଗବତର ଜ୍ଞାନ ପ୍ରଦାନ କରିଥିଲେ।