ରେଳ ଧାରଣାରେ ପଥର ପଡ଼ିଥିବାର ଦେଖିଥିବେ ନିଶ୍ଚୟ, କିନ୍ତୁ କାରଣ ଜାଣିଛନ୍ତି କି?

ଦୁନିଆରେ ଏମିତି ବହୁତ ଜିନିଷ ଅଛି ଯାହା ବିଷୟରେ ଆପଣ ହୁଏତ ଜାଣି ନ ଥିବେ । ନିଜ ଆଖି ସାମ୍ନାରେ ସେ ସବୁ ଜିନିଷ ଦେଖି ମଧ୍ୟ ତାହାର କାରଣ କେବେ ଆପଣ ଜାଣିବାକୁ ଚେଷ୍ଟା କରି ନଥିବେ । ପୂର୍ବରୁ ଅନେକ ଅଜଣା କଥା ଆମେ ଆପଣଙ୍କୁ ଜଣାଇଛୁ । ତେବେ ଆଜି ଆମେ ଜଣାଇବୁ ରେଳ ଟ୍ରାକ୍‌ରେ ପଡ଼ିଥିବା ପଥର ବିଷୟରେ । ଟ୍ରେନରେ ତ ଆପଣ ପ୍ରାୟ ସମସ୍ତେ ଯାତ୍ରା କରିଥିବେ। ଯାତ୍ରା କରିବା ସମୟରେ ରେଳ ଟ୍ରାକ୍‌ରେ ପଡ଼ିଥିବା ପଥର ଉପରକୁ ମଧ୍ୟ ଆପଣଙ୍କ ନଜର ଯାଇଥିବ। କିନ୍ତୁ ତାକୁ ଦେଖି ରେଳ ଟ୍ରାକ୍‌ରେ ପଥର କ’ଣ ପାଇଁ ପଡ଼ିଥାଏ, ତାହା ଆପଣମାନେ ଭାବିଛନ୍ତି କି? ଏହାର କାରଣ ହେଉଛି ଯେତେବେଳେ ଟ୍ରେନଟି ଚାଲେ ସେତେବେଳେ ମାଟି ଏବଂ ଟ୍ରାକ୍‌ ମଧ୍ୟରେ କମ୍ପନ ସୃଷ୍ଟି ହୁଏ । ଖରାଦିନେ ଅଧିକ ଗରମ ହେତୁ ଟ୍ରାକ୍‌ଟି ପ୍ରସାରିତ ହେଉଥିବା ବେଳେ ଶୀତ ଦିନେ ତାହା ସଙ୍କୁଚିତ ହୋଇଥାଏ ।

rochakpost.com

ପାଣିପାଗରେ ପରିବର୍ତ୍ତନ ହେଉଥିବା ହେତୁ ଟ୍ରାକ୍‌ ଚାରି ପାଖରେ ଘାସ ଉଠି ଯାଇଥାଏ । ଯାହା ଦ୍ୱାରା ଟ୍ରେନ ଚଳାଚଳରେ ଅସୁବିଧା ଉପୁଜିଥାଏ । ସେଥିପାଇଁ ଟ୍ରାକ୍‌ରେ ପଥର ପକା ଯାଇଥାଏ । ପଥରଗୁଡ଼ିକ ଟ୍ରାକ୍‌ରେ ଲଗା ଯାଇଥିବା କାଠକୁ ଜାବୁଡ଼ି ଧରିଥାଏ । ଏଥି ପାଇଁ ଟ୍ରେନ ଚଳାଚଳରେ କୌଣସି ବାଧା ଉପୁଜି ନଥାଏ ।

ସମ୍ବନ୍ଧିତ ଖବର