ଦୁର୍ଯ୍ୟୋଧନଙ୍କ ବନ୍ଧୁତ୍ୱ ପାଖରେ କାହିଁକି ବନ୍ଧା ପଡ଼ିଥିଲେ କର୍ଣ୍ଣ

ମହାଭାରତରେ ଦାନବୀର କର୍ଣ୍ଣ ଏକ ଉଜ୍ୱଳ ଚରିତ୍ର। ନିଜ ପୌରୁଷ ବଳରେ ଆର୍ଯ୍ୟାବର୍ତ୍ତରେ ସେ ନିଜ ପାଇଁ ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ସମ୍ମାନ। ତାଙ୍କ ଅସ୍ତ୍ରର ଝଙ୍କାରୀ ଓ ଧନୁର ଟଙ୍କାରରେ ଶତ୍ରୁ ହୃଦୟରେ ସୃଷ୍ଟି ହେଉଥିଲା କମ୍ପନ। ଦାନପଣରେ ସେ ତତ୍‌କାଳୀନ ସମସ୍ତ ରାଜା, ମହାରାଜାଙ୍କ ଠାରୁ ଆଗରେ ଥିଲେ। ଏହା ସତ୍ତ୍ୱେ କର୍ଣ୍ଣ ମହାଭାରତ ସମରରେ ଅତ୍ୟାଚାରୀ ଦୁର୍ଯୋଧନ ସହିତ ରହିବା ଯୋଗୁଁ ନିନ୍ଦିତ ହେବା ସହିତ ମୃତ୍ୟୁ ମଧ୍ୟ ବରଣ କରିଥିଲେ। ଯେଉଁ କର୍ଣ୍ଣଙ୍କୁ କୌରବ ପଟ ଛାଡ଼ି ପାଣ୍ଡବଙ୍କ ପକ୍ଷରେ ଯୋଗ ଦେବା ପାଇଁ ମାତା କୁନ୍ତି ନିମନ୍ତ୍ରଣ କରିଥିଲେ, ଅନୁରୋଧ କରିଥିଲେ, ସେ କାହିଁକି ଦୁର୍ଯୋଧନଙ୍କୁ ଛାଡ଼ି ପାରି ନ ଥିଲେ , ତାହା ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରେ।
କର୍ଣ୍ଣ ଥିଲେ ସତ୍ୟସନ୍ଧ। ସତ୍ୟ ଓ ନିଷ୍ଠାର ସେ ଥିଲେ ଉତ୍ତୁଙ୍ଗ ପ୍ରତିନିଧି। ଯେତେବେଳେ ହସ୍ତିନାପୁର ରାଜସଭା ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ଧର୍ନୁବିଦ୍ୟାରେ ମୋହିତ ହୋଇ ତାଙ୍କୁ ଆର୍ଯାବର୍ତ୍ତର ସର୍ବ ଶ୍ରେଷ୍ଠ ବୀରର ମୁକୁଟ ପିନ୍ଧାଇବାକୁ ଯାଉଥିଲା, ସେତିକି ବେଳେ ସେଠାରେ ଉପସ୍ଥିତ ହୋଇଥିଲେ ପର୍ଶୁରାମ ଶିଷ୍ୟ ମହାବୀର କର୍ଣ୍ଣ। କର୍ଣ୍ଣଙ୍କ କ୍ଷମତା ଓ ଦକ୍ଷତା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଥିଲେ ଗୁରୁ ଦ୍ରୋଣ, ପିତାମହ ଭୀଷ୍ମ ଓ ଅନ୍ୟାନ୍ୟ ରାଜନ୍ୟବର୍ଗ। ତେଣୁ ଯେତେବେଳେ ଅର୍ଜୁନଙ୍କ ବିରତ୍ୱକୁ କର୍ଣ୍ଣ ଆହ୍ଵାନ କଲେ, ସେତେବେଳେ ତାଙ୍କ ଜନ୍ମ ପରିଚୟ ନେଇ ତାଙ୍କୁ ଅର୍ଜୁନଙ୍କ ସହିତ ଦ୍ୱନ୍ଦ ଯୁଦ୍ଧ ନିମନ୍ତେ ସୁଯୋଗ ଦିଆଗଲା ନାର୍ହିଁ। ଏହି ସମୟରେ ଅତ୍ୟନ୍ତ ମନକଷ୍ଟରେ ଫେରି ଯାଉଥିବା କର୍ଣ୍ଣଙ୍କୁ ବନ୍ଧୁ ଭାବେ ଶଙ୍ଖୋଳିି ନେଇଥିଷଳ ମହାମାନୀ ଦୁର୍ଯୋଧନ। କେବଳ ସେତିକି ନୁହେଁ, ତାଙ୍କୁ ଅଙ୍ଗ ରାଜ୍ୟର ରାଜା ଭାବେ ମଧ୍ୟ ଅଭିଷିକ୍ତ କରିଥିଲେ ଦୁର୍ଯୋଧନ। ଗୋଟିଏ ପଟେ ଥିଲା ରାଜସଭାରେ ଅପମାନ ଓ ଆଉ ଗୋଟିଏ ପଟେ ଥିଲା କର୍ଣ୍ଣଙ୍କ ସମ୍ମାନ ରକ୍ଷା ପାଇଁ ଦୁର୍ଯୋଧନର ବନ୍ଧୁତ୍ୱ। ଦୁର୍ଯୋଧନଙ୍କ ବନ୍ଧୁତ୍ୱ ଥିଲା କର୍ଣ୍ଣଙ୍କ ପାଇଁ ଚନ୍ଦନ ସଦୃଶ।

photo credit-NY/NJ BENGALI

ନିଜ ଆତ୍ମପରିଚୟ ସମ୍ପର୍କରେ ମାତା କୁନ୍ତୀ ଓ ଶ୍ରୀକୃଷ୍ଣଙ୍କ ଠାରୁ ଜାଣି ସାରିବା ପରେ ମଧ୍ୟ କର୍ଣ୍ଣଙ୍କ ମନରେ ବନ୍ଧୁ ଦୁର୍ଯୋଧନଙ୍କ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା ଆହୁରି ବଢ଼ି ଯାଥଥିଲା ସିନା, କେବେ କମ୍‌ ହୋଇ ନ ଥିଲା। କର୍ଣ୍ଣ ଧରି ନେଇଥିଲେ ଯେ ଯେହେତୁ ଜନ୍ମ ବିଧିର ନିର୍ଦ୍ଦେଶରେ ହୋଇଛି, ସେଥି ନେଇ ସେ କିଛି କରି ପାରିବେ ନାହିଁ। ମାତ୍ର ତାଙ୍କ କର୍ମ ଓ ପୌରୁଷ ବଳରେ ସେ ରାଜା ଓ ଦୁର୍ଯୋଧନ ପରି ବନ୍ଧୁୁଙ୍କୁ ପାଇ ପାରିଛନ୍ତି। ଏ ପରିପ୍ରେକ୍ଷୀରେ ଯେତେବେଳେ ମାତା କୁନ୍ତୀ ତାଙ୍କୁ ଦୁଯୋଧନ ସଙ୍ଗ ତ୍ୟାଗ କରିବାକୁ କହିଛନ୍ତି, ସେତେବେଳେ ସେ ବିନମ୍ରତାର ସହିତ ମୃତ୍ୟୁକୁ ଗ୍ରହଣ କରି ନେଇ ପାରନ୍ତି, ମାତ୍ର ଦୂର୍ଯୋଧନଙ୍କ ବନ୍ଧୁତ୍ୱ ତ୍ୟାଗ କରି ପାରିବେ ନାହିଁ ବୋଲି କହି ସେଦିନ ଫେରାଇ ଦେଇଥିଲେ ମାତା କୁନ୍ତୀଙ୍କୁ। ପରବର୍ତ୍ତୀ ପରିସ୍ଥିତିରେ ସେ ମହାଭାରତ ଯୁଦ୍ଧରେ ସେ ଦୁର୍ଯୋଧନଙ୍କ ସେନାଧିିପତି ହୋଇଥଲେ ଓ କୁରୁକ୍ଷେତ୍ରରେ ଅର୍ଜୁନଙ୍କ ଦ୍ୱାରା ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର