ଯୁଧିଷ୍ଠିରଙ୍କ ପରେ କାହିଁକି ତାଙ୍କ ନାତି ହସ୍ତିନାର ରାଜା ହୋଇଥିଲେ

ମହାଭାରତ ଯୁଦ୍ଧର ଘନଘଟା ପରେ ସମଗ୍ର ଭାରତବର୍ଷ ବୀରଶୂନ୍ୟ ହୋଇପଡ଼ିଥିଲା। କୌରବ ପକ୍ଷରୁ ୧୧ ଅକ୍ଷୌଣୀ ବୀର ଓ ପାଣ୍ଡବ ପକ୍ଷରୁ ୮ ଅକ୍ଷୌଣୀ ବୀର ଏହି ଯୁଦ୍ଧରେ ବୀରଗତି ପ୍ରାପ୍ତ ହାଇଥିଲେ। ଦୁଯ୍ୟୋଧନଙ୍କ ଜାନୁଭଙ୍ଗ ପରେ ସେ ଅବସାଦରେ ପ୍ରାଣତ୍ୟାଗ କରିଥିଲେ। କେବଳ ବଞ୍ଚି ରହିଥିଲୋ ପାଣ୍ଡବ ପାଞ୍ଚ ଭାଇ। ଚାରିଆଡେ କେବଳ ଶୋକ ଆଉ ଶୋକ।ସେହି ଶୋକାଭିଭୂତ ପରିସ୍ଥିତିରୁ ଜନ୍ମ ନେଇଥିଲେ କୁରୁବଂଶର ଉତ୍ତର ଦାୟାଦ।

ତେବେ ମହାଭାରତ କାହାଣୀରେ ଅନ୍ୟ ଏକ ବଳିଷ୍ଠ ଚରତ୍ର ହେଉଛନ୍ତି ଅଭିମନ୍ୟୁ।। ମହାଭାରତ ଯୁଦ୍ଧରେ ଗୁରୁ ଦ୍ରୋଣଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସମର ସଜ୍ଜା‘ଚକ୍ରବ୍ୟୁହ’ ଭେଦ ନ କରି ପାରି ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିହତ ହୋଇଥିିଲେ। ସେତେବେଳୁ ଅଭିମନ୍ୟୁଙ୍କ ବୟସ ହୋଇଥିଲା ୧୬ ବର୍ଷ। ଅଭିମନ୍ୟୁଙ୍କ ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ଉତ୍ତରା ଥିଲେ ଅନ୍ତସତ୍ତ୍ୱା। ତେବେ ନିଜ ପତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ଦ୍ରୋଣପୁତ୍ର ଅଶ୍ୱସ୍ତମା। ପାଣ୍ଡବମାନଙ୍କ ବଂଶ ନାଶ କରିବା ପାଇଁ ଶପଥ ନେଇ ଅଶ୍ୱସ୍ତମା ଉତ୍ତରାଙ୍କ ଗର୍ଭରେ ଥିବା ଅଭିମନ୍ୟୁଙ୍କପୁତ୍ରକୁ ମାରିବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ। ବ୍ରହ୍ମାସ୍ତ୍ରର ତେଜରେ ଭୟଭିତ ହୋଇପଡ଼ିଥିଲେ ଉତ୍ତରା। ନିଜ ଗର୍ଭସ୍ଥ ସନ୍ତାନକୁ ରକ୍ଷା ପାଇଁ ଉତ୍ତରା ଭଗବାନ ଶ୍ରୀକୃଷ୍ରଙ୍କୁ ଆକୁଳ ପ୍ରାର୍ଥନା କରି ତାଙ୍କର ଶରଣାପନ୍ନ ହୋଇଥିଲେ। ଉତ୍ତରାଙ୍କ ଆକୁ ନିବେଦନକୁ ଗ୍ରହଣ କରି ଭଗବାନ ଶ୍ରୀକୃଷ୍ଣ ଅଶ୍ୱସ୍ତମାଙ୍କ ଦ୍ୱାରା ପ୍ରେରିତ ବ୍ରହ୍ମାସ୍ତ୍ରକୁ ଶାନ୍ତ କରି ଉତ୍ତରାଙ୍କ ଗର୍ଭକୁ ନଷ୍ଟ ହେବାକୁ ଦେଇ ନ ଥିଲେ। ପରେ ଉତ୍ତରାଙ୍କ ଗର୍ଭରୁ ଜନ୍ମ ନେଇଥିଲେ ପରିକ୍ଷିତ।

ଏହି ଅଭିମନ୍ୟୁଙ୍କ ପୁତ୍ର ପରିକ୍ଷିତଙ୍କୁ ରାଜ୍ୟଭାର ସମର୍ପଣ କରି ପାଣ୍ଡବ ପାଞ୍ଚଭାଇ ପତ୍ନୀ ଦୌପଦୀଙ୍କ ସହିତ ସ୍ୱର୍ଗାରୋହଣ ପାଇ ଯିବାକମୁ ମନସ୍ଥ କରି ଏ ସମ୍ପର୍କରେ ଶ୍ରୀକୃଷ୍ଣଙ୍କ ପରାମର୍ଶ ଲାଡ଼ିଥିଲେ। ପଞ୍ଚୁପାଣ୍ଡବଙ୍କର କୌଣସି ସନ୍ତାନ ଜୀବିତ ନ ଥିବାରୁ, ସେମାନେ ଅଭିମନ୍ୟୁଙ୍କ ଏକମାତ୍ର ଜୀବିତ ପୁତ୍ର ( ପାଣ୍ଡବ ମାନଙ୍କ ନାତି) ପରିକ୍ଷିତଙ୍କୁ ହସ୍ତିନାର ରାଜା ଭାବେ ଅଭିଷିିକ୍ତ କରି ଙ୍କୁ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ପାଣ୍ଡବ ପାଞ୍ଚଭାଇ ସ୍ୱାଗାରୋହଣ ଉଦେଶ୍ୟରେ ବାହାରି ଯାଇଥିିଲେ।

ସମ୍ବନ୍ଧିତ ଖବର