ସୁନା ଅଳଙ୍କାରରେ କାହିଁକି ଥାଏ ହଲମାର୍କିଂ ? ଜାଣନ୍ତୁ ଏହାର କାରଣ

ସୁନା ଅଳଙ୍କାରରେ କାହିଁକି ଥାଏ ହଲମାର୍କିଂ, ତାହା ଜାଣିବା ନିହାତି ଦରକାର। ନହେଲେ ଠକାମିର ଶିକାର ହୋଇପାରନ୍ତି। ସୁନା ଅଳଙ୍କାର କିଣିଲା ବେଳେ ତାହାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଚାହୁଁଥିଲେ ଏହା ଆପଣଙ୍କୁ ସାହାଯ୍ୟ କରିବ। ଏଥିପାଇଁ ହଲମାର୍କ ଜରିଆରେ ଖୁବ୍‌ ସହଜରେ ଆପଣ ସୁନା ଅଳଙ୍କାରର ଶୁଦ୍ଧତା ବିଷୟରେ ପତ୍ତା ଲଗାଇପାରିବେ। ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ହଲମାର୍କିଂ କରାଯାଏ। ଯଦ୍ୱାରା ସହଜରେ ସୁନା ଅସଲି କି ନକଲି ଜଣାପଡ଼ିଯାଏ।

ସୁନା ଅଳଙ୍କାରରେ କାହିଁକି ଥାଏ ହଲମାର୍କିଂ ?

ହଲମାର୍କିଂ, ସୁନା ତିଆରି କରୁଥିବା ଲୋକ ବିଷୟରେ ସୂଚନା ଦେଇଥାଏ। ଏଥିରେ ବ୍ୟୁରୋର ୱେବସାଇଟରେ ପଞ୍ଜିକୃତ ମ୍ୟାନୁଫ୍ୟାକଚରିଂର ପୁରା ତଥ୍ୟ ଥାଏ। ଆଉ ଏଥିରୁ ସହଜରେ ଜଣାପଡ଼ିଯାଏ, ଅଳଙ୍କାର କେଉଁଠି ତିଆରି ହୋଇଛି। ଆଉ ଏହି ହଲମାର୍କିଂ ଦ୍ୱାରା ଶୁଦ୍ଧତାର ଗ୍ୟାରେଣ୍ଟି ଥାଏ।

ନକଲି ସୁନା କାରବାର ଉପରେ ଲଗାମ ଲଗାଇବା ପାଇଁ ଏହା ଏକ ଉତ୍ତମ ବିକଳ୍ପ। ହଲମାର୍କିଂ ଏପରି ଏକ ନିଆରା ନମ୍ବର ଥାଏ ଯାହାକୁ କେହି ଚାହିଁଲେ ମଧ୍ୟ କୋଡ଼ କରିପାରିବେ ନାହିଁ । ହଲମାର୍କ ଜୁଏଲାରୀ ଲଞ୍ଚ ହେବା ପରେ ନକଲି ସୁନା କାରବାର ଉପରେ କିଛିକାଂଶରେ ଲାଗିଥିଲା ଓ ଗ୍ରାହକଙ୍କୁ ମଧ୍ୟ ଲାଭ ମିଳିଥିଲା।

ମୋବାଇଲ ଆପ୍‌ ଜରିଆରେ ଯାଂଚ କରିହେବ ସୁନାର ଶୁଦ୍ଧତା :

ୟୁନିକ ନମ୍ବର ପାଇଁ ବିଶେଷ ଭାବେ ଏକ ମୋବାଇଲ ଆପ୍‌ ରହିଛି, ଯାହା ସୁନାର ଶୁଦ୍ଧତା ମାପିବାରେ କାମ କରେ। ଯେତେବେଳ ଗ୍ରାହକ ଅଳଙ୍କାର କିଣିବା ପାଇଁ ଚାହାଁନ୍ତି ଉକ୍ତ ଆପରେ ଏହାର ନିର୍ମାତାଙ୍କ ବିଷୟରେ ସମସ୍ତ ବିବରଣୀ ହସ୍ତଗତ କରିପାରିବେ। ଏହି ଆପକୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଅତି ସହଜରେ ଡାଉନଲୋଡ଼୍‌ କରିହେବ। ଆପଣ ଯଦି କେବେ ସୁନା କିଣିବା ପାଇଁ ଯାଉଛନ୍ତି, ତେବେ ସବୁବେଳେ ହଲମାର୍କ ସୁନା କିଣନ୍ତୁ । ହଲମାର୍କ ଗହଣା କିଣିଲେ ଆପଣଙ୍କୁ ଟିକିଏ ଅଧିକ ଟଙ୍କା ଦେବାକୁ ପଡ଼ିପାରେ କିନ୍ତୁ, ଏଥିରେ ଗ୍ୟାରେଣ୍ଟି ଥାଏ।

ସମ୍ବନ୍ଧିତ ଖବର