ତୁଳସୀପତ୍ର ଚୋବାଇବା ମନା କାହିଁକି

ଦେଖିବାକୁ ଗଲେ ଆମର ଅଧିକାଂଶ ରୀତିନୀତି ବିଜ୍ଞାନ ଆଧାରିତ। କିନ୍ତୁ, ସମୟ କ୍ରମେ ବାସ୍ତବ କାରଣ ବିସ୍ମୃତ ହୋଇ ଯାଇଥିବାରୁ ସେ ସବୁକୁ ଅନ୍ଧ ଭାବରେ ଅନୁସରଣ କରାଯାଉଛି। ସେମିତି ଅନେକ କଥା ମଧ୍ୟରେ ରହିଛି ତୁଳସୀ ପତ୍ର କଥା। ତୁଳସୀ ପତ୍ରକୁ ଚୋବାଇବା ଉଚିତ ନା, ଗିଳିଦେବା ଉଚିତ?

ପୁରାଣ କଥନିକା ଅନୁସାରେ ତୁଳସୀ ଭଗବାନ ବିଷ୍ଣୁଙ୍କର ପତ୍ନୀ। ତେଣୁ ଏହାକୁ ଚୋବାଇବା ଗର୍ହିତ କଥା। କିନ୍ତୁ, ଉଦ୍ଭିଦ ବିଜ୍ଞାନୀଙ୍କ କହନ୍ତି, ତୁଳସୀରେ ରହିଛି ବିପୁଳ ପରିମାଣର ପାରଦ। କଞ୍ଚା ତୁଳସୀ ଲଗିଲେ ଦାନ୍ତ ଶୀଘ୍ର ଝଡ଼ିପଡ଼େ ବା କ୍ଷୟ ହୁଏ।

ପୁରୁଷମାନଙ୍କ ତୁଳନାରେ ନାରୀମାନଙ୍କ ଠାରେ ରଜ ଉପାଦାନ ଅଧିକ ଥିବାରୁ ସେମାନେ ତୁଳସୀପତ୍ର ତୋଳିବା ଅନୁଚିତ। ସେମାନେ ଛୁଅାଁରେ ତୁଳସୀଗଛରେ ଉତ୍ତେଜନା ବୃଦ୍ଧି ପାଇ ତା’ର ସାତ୍ୱିକପଣିଆ ହ୍ରାସ ପାଇଥାଏ।

ପଦ୍ମପୁରାଣ ଅନୁସାରେ ଦ୍ୱାଦଶୀ ଦିନ ତୁଳସୀପତ୍ର ତୋଳୁଥିବା ବ୍ୟକ୍ତି ନରକରେ ପଡ଼ନ୍ତି। ସେଦିନ ମହାରାଣୀ ତୁଳସୀ ଉପବାସ ବ୍ରତ ପାଳୁଥିବାରୁ ତୁଳସୀପତ୍ର ତୋଳିଲେ ତାଙ୍କ ବ୍ରତରେ ବିଘ୍ନ ଘଟେ। ସମ୍ଭବତଃ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏପରି ନିୟମ କରାଯାଇଛି।

ତୁଳସୀଗଛରେ ରାତ୍ରୀଚର କୀଟପତଙ୍ଗ ଥାଆନ୍ତି। ରାତିରେ ଆଲୋକ ଭାଶ୍ଳେଷଣ ପ୍ରକ୍ରିୟା ଚାଲୁ ନ ଥିବାରୁ ତୁଳସୀ ପତ୍ରରୁ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ବାହାରୁ ଥାଏ। ତେଣୁ ସନ୍ଧ୍ୟା କି, ରାତ୍ରୀରେ ତୁଳସୀପତ୍ର ତୋଳିବା ନିଷେଧ କରାଯାଇଛି।

ତା’ଛଡ଼ା ପତ୍ର ତୋଳିବା ଆଗରୁ ତୁଳସୀଗଛର ଅନୁମତି ଲୋଡ଼ାଯାଇଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣିତ। ଅର୍ଥାତ୍‌ ପତ୍ର ଆବଶ୍ୟକ କରୁଛନ୍ତି ବୋଲି ତୁଳସୀଗଛକୁ କହିବା ବିଧି ରହିଛି। ସମ୍ଭବତଃ ଅଯଥାରେ ଏହାକୁ ନଷ୍ଟ ନ କରାଇବାକୁ ଏ ଭଳି କଟକଣା କରାଯାଇଛି।

ସମ୍ବନ୍ଧିତ ଖବର