ଆସନ୍ତୁ ଜାଣିବା, ସେନାରେ କାହିଁକି ମଦ ଉପରେ ନାହିଁ କଟକଣା !

ମଦ ବିକ୍ରିକୁ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦେଶରୁ ମଦକୁ ସମ୍ପୂର୍ଣ୍ଣ ରୂପେ ହଟାଯାଇ ପାରିନାହିଁ। ମଦ ମଣିଷ ଶରୀର ପ୍ରତି ହାନିକାରକ। ଅଧିକ ମଦ ପିଇବା କାରଣରୁ ଲିଭର ଖରାପ ହୋଇପାରେ। ତେବେ ଏହାକୁ ଆଖି ଆଗରେ ରଖି ଗୁଜୁରାଟ, ବିହାର ଭଳି ରାଜ୍ୟମାନଙ୍କରେ ମଦକୁ ନିଷିଦ୍ଧ କରିଦିଆଯାଇଛି।

କିନ୍ତୁ କେବେ ଆପଣ ଭାବିଛନ୍ତି, ସେନାରେ କାହିଁକି ମଦ ଉପରେ ନାହିଁ କଟକଣା? ସେନାରେ ଯବାନମାନଙ୍କୁ ମଦ କାହିଁକି ଦିଆଯାଏ? ତାହା ପୁଣି କମ ଦାମରେ।

ଯଦି ମଦ ଶରୀର ପ୍ରତି ହାନିକାରକ ତେବେ ସେ ଦୃଷ୍ଟିରୁ ଯବାନମାନଙ୍କୁ ମଦ ଦେବା ଅନୁଚିତ। ସେନାର ଯବାନମାନଙ୍କୁ କଠୋରରୁ କଠୋର ଅଞ୍ଚଳରେ ରହି ଦେଶକୁ ସୁରକ୍ଷା ପ୍ରଦାନ କରିବାର ଟ୍ରେନିଂ ଦିଆଯାଇଥାଏ। ସେମାନଙ୍କୁ ତ ଅଧିକ ସତର୍କ ରହିବା ଆବଶ୍ୟକ। ତେବେ ସେମାନଙ୍କୁ ମଦ ପିଇବା ପାଇଁ ଅନୁମତି କାହିଁକି ଦିଆଯାଏ ? ଆସନ୍ତୁ ଜାଣିବା।

ସର୍ବ ପ୍ରଥମ କଥା ହେଉଛି ସେନାର ଯବାନମାନଙ୍କ କାମ ଅତ୍ୟନ୍ତ କଠିନ ହୋଇଥାଏ। ସେନାର ଯବାନମାନଙ୍କୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। ପ୍ରତିଦିନ ରାତି ରାତି ଧରି ଥଣ୍ଡା ଅଞ୍ଚଳରେ ଦେଶର ସୁରକ୍ଷା ପାଇଁ ଜଗି ରହିଥାନ୍ତି। କେବଳ ସେତିକି ନୁହେଁ ଯବାନମାନେ ଏପରି ଅଞ୍ଚଳକୁ ଯାଇଥାନ୍ତି ଯାହା ଗୋଟେ ସାଧାରଣ ମଣିଷ ପକ୍ଷେ ସମ୍ଭବପର ନୁହେଁ। କହିବାକୁ ଗଲେ ଅତି ଦୁର୍ଗମ ଅଞ୍ଚଳକୁ ଯାଇଥାନ୍ତି ଯବାନ। ଏହି ସମସ୍ତ କାରଣରୁ ମଦ ଯବାନମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ରହୁଥିବା କାରଣରୁ ଶରୀରକୁ ଗରମ ରଖିବା ପାଇଁ ଯବାନମାନଙ୍କୁ ମଦର ଆବଶ୍ୟକତା ପଡିଥାଏ।

ଦ୍ୱିତୀୟତଃ, ଯବାନମାନେ ନିଜ ପରିବାରମାନଙ୍କ ଠାରୁ ଦୁରରେ ରହିଥାନ୍ତି। ବେଳେ ବେଳେ କୌଣସି କାର୍ଯ୍ୟ ନଥିବାରୁ ଯବାନମାନେ ନିଜକୁ ଏକୁଟିଆ ମନେ କରିଥାନ୍ତି। ତେଣୁ ଏକୁଟିଆ ଥିବା ବେଳେ ଯବାନମାନେ ମଦ ପିଇ ସାଙ୍ଗମାନଙ୍କ ସହ ମନୋରଞ୍ଜନ କରିବା ପାଇଁ ସେନାରେ ଏପରି ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇ ନାହିଁ। ଏହାକୁ ଛାଡି ଅନ୍ୟ ଏକ କାରଣ ହେଉଛି, ବ୍ରିଟିସ ସେନାରେ ମଦ ପିଇବାର ସଂସ୍କୃତି ରହିଥିଲା। ପ୍ରତି ଅଧିକାରୀ କେତେ ମାତ୍ରାରେ ମଦ ପିଇବେ ତାହା ମଧ୍ୟ ସ୍ଥିର ହୋଇଥିଲା। ତେବେ ସ୍ୱାଧିନତା ମିଳିବା ପର ଠାରୁ ଏହି ପରମ୍ପରା ଭାରତୀୟ ସେନାରେ ଚାଲିଆସୁଛି।

କିନ୍ତୁ ଏହା ଅର୍ଥ ଏହା ନୁହେଁ କି କୌଣସି ଯବାନ ଡ୍ୟୁଟିରେ ଥିବା ଅବସ୍ଥାରେ ମଦ ନିଶାରେ ରହିବେ। ଏନେଇ ସେନାରେ କିଛି ନିୟମ ମଧ୍ୟ ରହିଛି। ସେନାରେ ଥିବା ଅଧିକାରୀମାନେ ସିମୀତ ମାତ୍ରାରେ ମଦ ପିଇବାର ଅନୁମତି ରହିଛି। ଯଦି କୌଣସି ଅଧିକାରୀ ନିଶାରେ ଥିବା ଜଣାପଡେ ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର