ଶ୍ରୀକୃଷ୍ଣ କୁରୁକ୍ଷେତ୍ରକୁ କାହିଁକି ମହାଭାରତ ଯୁଦ୍ଧ ପାଇଁ ଚୟନ କରିଥିଲେ ?

କାହିଁକି କୁରୁକ୍ଷେତ୍ରକୁ ମହାଭାରତ ଯୁଦ୍ଧ ପାଇଁ ଚୟନ କରାଯାଇଥିଲା? ଅନ୍ୟ କୌଣସି ସ୍ଥାନ କାହିଁକି ନୁହେଁ? ଏହା ପଛରେ ରହିଛି ଦୁଇଟି ଘଟଣା। ଯେତେବେଳେ ଯୁଦ୍ଧ ହେବ ବୋଲି ସ୍ଥିର କରାଗଲା, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସ୍ଥାନ ନିରୂପଣ ଲାଗି ନିଜର ଦୂତମାନଙ୍କୁ ବିଭିନ୍ନ ଦିଗକୁ ପ୍ରେରଣ କଲେ । ସେ ଚାହୁଁଥିଲେ କି ଅସୁର ବୃତ୍ତିର ଲୋକ ହିଁ ଯୁଦ୍ଧକୁ ଆସନ୍ତୁ ଏବଂ ସମ୍ବେଦନଶୀଳ ତଥା ଭାବନାତ୍ମକ ବ୍ୟକ୍ତି ଏହି ଯୁଦ୍ଧ ଠାରୁ ଦୂରରେ ରୁହନ୍ତୁ ।

ସ୍ଥାନ ଅନେ୍ଵଷଣ ପରେ ଜଣେ ଦୂତ ଆସି କହିଲା, ସେ ଏପରି ଏକ ସ୍ଥାନ ଖୋଜି ପାଇଛି, ଯେଉଁଠି ଭାଇ ଭାଇ ଭିତରେ ଘୃଣାର ମାତ୍ରା ଅଧିକ। ମାନବୀୟ ମୂଲ୍ୟବୋଧ ତଥା ଭାବନାର କିଛି ମହତ୍ତ୍ୱ ନାହିଁ ସେଠାରେ । ଏହାର ପ୍ରମାଣ ଦେବାକୁ ଦୂତ ସ୍ୱଚକ୍ଷୁରେ ଦେଖିଥିବା ଏକ ଘଟଣାର ଅବତାରଣା କରିଥିଲା। ସେ କହିଥିଲା, ଦୁଇ ଭାଇ ଏକ କ୍ଷେତରେ ଯାଉଥିବା ବର୍ଷା ପାଣିକୁ ଦେଖୁଥିଲେ । ଜଣେ ଭାଇ ଅନ୍ୟ ଜଣଙ୍କୁ ପାଣିକୁ ବନ୍ଦ କରିବା ପାଇଁ କହିଲା। କିନ୍ତୁ ଅନ୍ୟ ଭାଇ ଜଣକ କହିଲା, ସେ ନିଜେ କାହିଁକି ପାଣିକୁ ବନ୍ଦ କରୁ ନାହିଁ । ଏହି କଥାରେ ପ୍ରଥମ ଭାଇ କ୍ରୋଧିତ ହୋଇ ଅନ୍ୟ ଭାଇକୁ ହତ୍ୟା କରି ତା’ର ଶବକୁ କ୍ଷେତରେ ପକାଇ ପାଣି ଅଟକାଇଲା । ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଏହି ଭୂମି ଭାଇ-ଭାଇ ଯୁଦ୍ଧ ପାଇଁ ଉଚିତ ସ୍ଥାନ।

indiatimes.com

ଉକ୍ତ ଦୂତ ଜଣକ ଆଉ ଏକ ଘଟଣା ମଧ୍ୟ ଅବତାରଣା କରିଥିଲା। ଯେତେବେଳେ ଦୂତ ସେହି ସ୍ଥାନରେ ପହଞ୍ଚିଲା, ଜଣେ ସ୍ତ୍ରୀକୁ କୁହାଗଲା କି ତା’ର ପତିର ମୃତ୍ୟୁ ହୋଇଯାଇଛି । ସେହି ସମୟରେ ସ୍ତ୍ରୀ ଜଣକ ଭୋଜନ କରୁଥିଲା । ସେ ସଙ୍ଗେ ସଙ୍ଗେ କହିଲା, ସ୍ୱାମୀର ତ ମୃତ୍ୟୁ ହୋଇଯାଇଛି ମୁଁ ମୋର ଭୋଜନ ଶେଷ କରିଦିଏ । ଏହି ସ୍ୱଭାବ ନୃଶଂସତାର ସମସ୍ତ ସୀମାକୁ ଅତିକ୍ରମ କରିଥିଲା । ନିଜ ଆତ୍ମୀୟଙ୍କ ମୃତ୍ୟୁ ପରେ ଭୋଜନ କରିବାର ଲୋଭ ରହି ନ ଥାଏ । ପୁଣି ପତିର ମୃତ୍ୟୁ ପରେ କୌଣସି ବସ୍ତୁ ପ୍ରତି ଲୋଭ ନ ରହିବା ଉଚିତ । ଏହି ପ୍ରସଙ୍ଗ ଶୁଣି ଶ୍ରୀକୃଷ୍ଣ କହିଲେ ଏହି ସ୍ଥାନରେ ଯୁଦ୍ଧ ହେବ।

ସମ୍ବନ୍ଧିତ ଖବର