ଯାତ୍ରୀବାହୀ ଉଡ଼ାଜାହାଜର ରଙ୍ଗ ଧଳା କାହିଁକି ହୋଇଥାଏ ? ଏହା ପଛରେ ରହିଛି ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ : ଆପଣମାନେ ଦେଖିଥିବେ ଉଡାଜାହାଜର ରଙ୍ଗ ସାଧାରଣତଃ ଧଳା ହୋଇଥାଏ । ସାଧାରଣରେ ଆମେ ଯାତ୍ରା କରିବା ପାଇଁ ତିନୋଟି ମାଧ୍ୟମର ବ୍ୟବହାର କରିଥାଉ । ପ୍ରଥମଟି ହେଲା ବସ୍‌, ଦ୍ୱିତୀୟଟି ହେଲା ଟ୍ରେନ୍‌ ଓ ତୃତୀୟଟି ହେଲା ଉଡାଜାହାଜ । ତିନୋଟି ମଧ୍ୟରୁ ଉଡାଜାହଜରେ ଯାତ୍ରା କରିବା ସବୁଠୁ ଆରାମ ଦାୟକ ହୋଇଥାଏ, କାରଣ ଏଥିରେ ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ବହୁତ ଶୀଘ୍ର ପହଞ୍ଚିବା ସହ ଏଥିରେ ଯାତ୍ରା କରିବା ବସ୍‌ ଓ ଟ୍ରେନ୍‌ରୁ ଆରାମଦାୟକ ହୋଇଥାଏ । ଆଗରୁ ଧନୀକ ଶ୍ରେଣୀର ଲୋକ ଏଥିରେ ଯାତ୍ରା କରୁଥିଲେ କିନ୍ତୁ ଏବେ ଏହାର ଭଡା କମ୍‌ ହୋଇଯିବାରୁ ମଧ୍ୟମବର୍ଗର ଲୋକ ଆବଶ୍ୟକସ୍ଥଳେ ଯାତ୍ରା କରି ପାରୁଛନ୍ତି ।

ଆପଣ ଉଡାଜାହାଜରେ ଯାତ୍ରା କଲା ବେଳେ ନଜର କରିଥିବେ ପ୍ରାୟ ସବୁ କମ୍ପାନୀର ଜାହାଜର ରଙ୍ଗ ଧଳା ହୋଇଥାଏ । ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଯେତେବେଳେ ଜାହାଜ ଆକାଶରେ ଉଡିଥାଏ ସେହି ସମୟରେ ସୂର୍ଯ୍ୟଙ୍କ କରିଣ ପ୍ରଖର ହୋଇଯାଏ । ଧଳା ଏପରି ଏକ ରଙ୍ଗ ଯାହା ସୂର୍ଯ୍ୟ କିରଣରେ ଶ୍ରୀଘ୍ର ଗରମ ହୋଇ ନ ଥାଏ । ଯଦି ଜାହାଜ ଅନ୍ୟ କୌଣସି ରଙ୍ଗର ହୁଏ ତା’ହେଲେ ସୂର୍ଯ୍ୟଙ୍କ କିରଣରେ ଏହା ଗରମ ହେବା ସହ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ଥାଏ । ଏହି କାରଣରୁ ଉଡାଜାହାଜ ଧଳା ରଙ୍ଗ ହୋଇଥାଏ । ଅନ୍ୟ କାରଣଟି ହେଲା ଯଦି ଜାହାଜ କେତେବେଳେ ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ଧଳା ରଙ୍ଗ ହୋଇଥିବାରୁ ଏହାର ଭଗ୍ନାବଶେଷ ଖୋଜିବା ସହଜ ହୋଇଥାଏ । ଏଥି ପାଇଁ ଜାହାଜର ରଙ୍ଗ ଧଳା କରାଯାଇ ଥାଏ ।

ସମ୍ବନ୍ଧିତ ଖବର