ମଦ ପିଇବା ପରେ ଅନେକ ଇଂରାଜୀ ଭାଷାରେ କାହିଁକି କଥା ହୋଇଥାଆନ୍ତି? ଜାଣନ୍ତୁ କାରଣ

ଆପଣଙ୍କୁ ହୁଏତ ଜଣାଥିବ ଆଜିକାଲି ଦେଶରେ ଥିବା ଅଧାରୁ ଅଧିକ ଲୋକ ମଦ ପିଉଛନ୍ତି। ଏହା ଶରୀର ପାଇଁ କ୍ଷତିକାରକ ଜାଣି ମଧ୍ୟ ଲୋକମାନେ ନିଶା ସେବନ କରୁଛନ୍ତି । କାମର ଚାପ ହେଉ ବା ପ୍ରେମରେ ପ୍ରତାରଣା ଅଥବା ସଉକରେ ହେଉ ଲୋକମାନେ ବିଭିନ୍ନ ନିଶାରେ ଅଭ୍ୟସ୍ତ ହୋଇ ଯାଆନ୍ତି । ତେବେ ଆପଣମାନେ ଦେଖିଥିବେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ମଦ ପିଇବା ପରେ ଇଂରାଜୀ ଭାଷାରେ କଥା କହିବା ଆରମ୍ଭ କରି ଦିଅନ୍ତି ।

rochakpost.com

ଯେଉଁମାନେ ବିନା ନିଶାରେ ଇଂରାଜୀର ଗୋଟେ ଶବ୍ଦ କହିବା ପାଇଁ ଡ଼ରିଥାଆନ୍ତି ସେମାନେ ମଦ ପିଇ ସାରିବା ପରେ ଭଲ ଭାବରେ ଇଂରାଜୀ ଭାଷାରେ କଥା ହୋଇଥାଆନ୍ତି । ଆପଣମାନେ ଏଭଳି ଦୃଶ୍ୟ ତ ନିଶ୍ଚୟ ଦେଖିଥିବେ ଏବଂ ଏହି ଦୃଶ୍ୟ ଦେଖିବା ପରେ କିପରି ସେ ଏତେ ଭଲ ଇଂରାଜୀ କହି ପାରୁଛନ୍ତି ବୋଲି ମଧ୍ୟ ମନରେ ପ୍ରଶ୍ନ ଆସିଥିବ । କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ ସେ ପ୍ରଶ୍ନର ଉତ୍ତର କେବେ ପାଇଛନ୍ତି କି? କ’ଣ ପାଇଁ ଲୋକମାନେ ମଦ ପିଇବା ପରେ ଇଂରାଜୀ କୁହନ୍ତି ତାହା ଜାଣି ପାରିଛନ୍ତି କି? ଯଦି ନାଁ, ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ…
ଏହାର ପ୍ରକୃତ କାରଣ ହେଉଛି ମଦ । ବିୟର କିମ୍ବା ଓ୍ଵାଇନ୍‌ ପିଇବା ପରେ ଜଣଙ୍କ ମନରେ ଆତ୍ମବିଶ୍ୱାସ ଆସିଯାଏ ।

rochakpost.com

ଫଳରେ ଯେଉଁ ଭାଷା ସେ ବିନା ମଦରେ କହିବା ପାଇଁ ପଛଘୁଞ୍ଚା ଦେଇଥାଏ, ସେହି ଭାଷାକୁ ସେ ମଦ ପିଇବା ପରେ ଅନର୍ଗଳ କହିଥାଏ । କାରଣ ନିଶାରେ ଥିବା ବେଳେ କିଛି ଭୁଲ କହିଲେ କେହି ତାଙ୍କ ଭାଷାକୁ ନେଇ ଉପହାସ କରିବେ ନାହିଁ ବୋଲି ସେମାନେ ଜାଣି ଥାଆନ୍ତି । ଯାହାଫଳରେ ସେମାନେ କମ୍‌ ଜାଣିଥିବା ଭାଷାକୁ ଅଧିକ ଏବଂ ବହୁତ ଭଲ ଭାବରେ କହି ଥାଆନ୍ତି ।

ସମ୍ବନ୍ଧିତ ଖବର