କାହିଁକି ପାକିସ୍ତାନୀ ମହିଳାଙ୍କ ପ୍ରଥମ ପସନ୍ଦ ଭାରତୀୟ ପୁରୁଷ ?

ନୂଆଦିଲ୍ଲୀ : ସୁନ୍ଦରତା ଏବଂ ବୁଦ୍ଧିରେ ଦେଖିବାକୁ ଗଲେ ଭାରତୀୟ ପୁରୁଷଙ୍କୁ ସାରା ଦେଶର ମହିଳା ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଭାରତର ପୋଡ଼ଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ପୁରୁଷ ବହୁତ ମାତ୍ରାରେ ପସନ୍ଦ। ଖାଲି ଯେ ପସନ୍ଦ ତାହା ନୁହଁ ସେମାନେ ଭାରତୀୟ ପୁରୁଷଙ୍କୁ ବିବାହ କରି ସେମାନଙ୍କ ସହିତ ଜୀବନ ବିତାଇବା ପାଇଁ ମଧ୍ୟ ଇଛା ପ୍ରକାଶ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ ।

rochakpost.com

ପାକିସ୍ତାନରେ ମହିଳାଙ୍କ ସ୍ୱାଧୀନତା ନାହିଁ କହିଲେ ଚଳେ । ସେଠାକାର ନିୟମ ଅନୁଯାୟୀ ମହିଳାମାନଙ୍କୁ ସେମାନଙ୍କ ସ୍ୱାମୀଙ୍କ ସମ୍ମୁଖରେ ତାଙ୍କ ସହ ଜଡ଼ିତ କୌଣସି ଅସୁବିଧା ବିଷୟରେ ଜଣାଇବା ନିଷେଧ। ମହିଳା ଯେତେ କଷ୍ଠରେ ଥିଲେ ମଧ୍ୟ ତାଙ୍କୁ ତାଙ୍କର ସ୍ୱାମୀଙ୍କୁ ଖୁସି କରାଇବାର ଥାଏ । ଏଣୁ ସେମାନେ ଭାରତୀୟ ସିନେମାରେ ପ୍ରେମ କରୁଥିବା ଏବଂ ପତ୍ନୀଙ୍କୁ ସମ୍ମାନ ଦେଉଥିବା ସ୍ୱାମୀଙ୍କୁ ଦେଖି ସେମାନଙ୍କ ପ୍ରତି ଆର୍କଷିତ ହୋଇଥାନ୍ତି ।

rochakpost.com

ପାକିସ୍ତାନରେ ବିବାହରେ ଯୌତୁକ ବହୁତ ପରିମାଣର ଦେବାକୁ ପଡ଼ିଥାଏ। ବେଳେବେଳେ ବିବାହର ଅନେକ ବର୍ଷ ପରେ ମଧ୍ୟ ଯଦି ସ୍ୱାମୀଙ୍କୁ ମିଳିଥିବା ଯୌତୁକ କମ ଲାଗିଥାଏ ତେବେ ସେ ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରିଦିଅନ୍ତି । ସେଠାରେ ଯୌତୁକ ପ୍ରଥା ପାଇଁ କିଛି ଶକ୍ତ ନିୟମ ନାହିଁ । ଏହା ଛଡ଼ା ସେଠାରେ ମହିଳାଙ୍କୁ ସନ୍ତାନ ଜନ୍କ କରିବାର ଯନ୍ତ୍ର ଭାବେ ଦେଖାଯାଇଥାଏ। ପରିବାର କଲ୍ୟାଣର କିଛି ଦୃଢ଼ ନିୟମ ନଥିବାରୁ ୨୫ ବର୍ଷର ମହିଳା ସେଠାରେ ୫ଟି ସନ୍ତାନ ଜନ୍ମ କରିଥାଏ। ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ସତ୍ୟ । ଏଥିପାଇଁ ପାକିସ୍ତାନର ମହିଳା ଭାରତୀୟ ପୁରୁଷଙ୍କ ପ୍ରତି ଆର୍କଷିତ ହେଉଛନ୍ତି କାରଣ ଭାରତୀୟ ପୁରୁଷ ସେମାନଙ୍କ ପତ୍ନୀଙ୍କ ଶରୀରିକ ସୁସ୍ଥତାର ଧ୍ୟାନ ରଖିବା ସହ ସେମାନଙ୍କର ସମସ୍ତ ନିର୍ଣ୍ଣୟରେ ସାଙ୍ଗରେ ଠିଆ ହୋଇଥାନ୍ତି ।

ସମ୍ବନ୍ଧିତ ଖବର