ଜାଣନ୍ତୁ କାହିଁକି ତିରୁପତିର ଲଡୁ ସାରା ଦୁନିଆରେ ପ୍ରସିଦ୍ଧ?

ତିରୁପତି ଯାଇ କେହି ତୀର୍ଥଯାତ୍ରୀ ବିନା ଲଡୁରେ ଫେରିବା କଥା ଆପଣ ଜାଣିଛନ୍ତି? ଏହି ଲଡୁ ପ୍ରସାଦ ପାଇଁ ତୀର୍ଥଯାତ୍ରୀମାନେ ପ୍ରଥମେ ଟୋକେନ୍‌ ସଂଗ୍ରହ କରିଥାନ୍ତି। ତିରୁମାଲାଙ୍କ ପ୍ରାର୍ଥନା କରିବା ପରେ ଏହି ଟୋକେନ୍‌ ଦେଖାଇ ଲଡୁ ଭୋଗ ଗ୍ରହଣ କରିଥାନ୍ତି। ବହ୍ମୋତ୍ସବ ସମୟରେ ଏହି ଲଡୁ ପ୍ରସାଦ ଖୁବ୍‌ ବିକ୍ରି ହୋଇଥାଏ। ମୋଟାମୋଟୀ କହିବାକୁ ଗଲେ ତିରୁପତିରେ ଏହି ଲଡୁ ପ୍ରସାଦର ଖୁବ୍‌ ଚାହିଦା।

ଏହି ଲଡୁ ଏତେ ପ୍ରସିଦ୍ଧ ହେବା ପଛେରେ ରହିଛି ଏହାର ନିଆରା ରସ(ଫ୍ଲେବର୍‌)। ୩୦୦ ବର୍ଷ ହେବ ହୋଇ ଆସୁଥିବା ଏହି ଲଡୁକୁ ନେଇ କାରିଗରମାନେ ଗୁଣବତ୍ତାକୁ ନେଇ କୌଣସି ପ୍ରକାର ସାଲିସ୍‌ ନ କରିଥିବାରୁ ଏହା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ଯାଇଛି। କେବଳ ସେଥିକି ନୁହେଁ, ଭଗବାନ ଭେଙ୍କଟେଶ୍ୱରଙ୍କର ଲଡୁ ହେଉଛି ପ୍ରିୟ ନୈବେଦ୍ୟ।

ବିଶ୍ୱାସ ରହିଛି ଯେ ଏହି ଲଡୁ ପ୍ରସାଦ ଖାଇବା ଦ୍ୱାରା ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହ ସବୁ ପ୍ରକାର ପୀଡ଼ା ଦୂର ହୋଇଥାଏ। ତିରୁମାଲାଙ୍କ ଦର୍ଶନ ସକାଶେ ପାହାଡ଼ ଚଢ଼ି ତୀର୍ଥଯାତ୍ରୀମାନେ ଯେଉଁ କଠିନ ପରିଶ୍ରମ କରିଥାନ୍ତି ତାହା ଏହି ଲଡୁ ଖାଇବା ପରେ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ତିରୁପତିରେ ଲଡୁ ତିଆରି କରାଯାଉଥିବା ହାଣ୍ଡିଶାଳକୁ ‘ପୋଟୁ’ କୁହାଯାଏ। ଏଠାରେ କେବଳ କାଠ ଜଳାଯାଇ ଲଡୁ ତିଆରି କରାଯାଉଥିଲା। ମାତ୍ର ଏହି ଲଡୁର ଚାହିଦା ଦିନକୁ ଦିନ ବଢ଼ିବାରୁ ୧୯୮୪ ମସିହାରେ ଏହି ପଟୁଠାରେ ଏଲ୍‌ପିଜି ବ୍ୟବହାର କରାଗଲା। ଏଠାରେ ପ୍ରାୟ ୂ୧୫୦ ଜଣ ରୋଷେଇଆ ଲାଗିଛନ୍ତି। ଦିନକୁ ପ୍ରାୟ ୧ ଲକ୍ଷ ଲଡୁ ତିଆରି ହେଉଛି ଏଠାରେ। ଅଧିକ ଲଡୁ ତିଆରିବା ପାଇଁ ଆହୁରି ବି ଏକ ରୋଷେଇ ଘର ନିର୍ମାଣ କରାଯାଉଛି। ସେଠାରେ ପ୍ରାୟ ୭୭,୦୦୦ ଲଡୁ ତିଆରି କରାଯାଉଛି।

 

 

 

 

ସମ୍ବନ୍ଧିତ ଖବର