ଉତ୍ତରପ୍ରଦେଶର ଏହି ଗାଁରେ କର୍‌ଓ୍ଵା ଚୌଥ୍‌ ପାଳନ କରନ୍ତି ନାହିଁ ବିବାହିତା ମହିଳା, ଜାଣନ୍ତୁ କାରଣ

ମଥୁରା : ଭାରତର ଅନେକ ସ୍ଥାନରେ କରଓ୍ଵା ଚୌଥ୍‌ ବ୍ରତ ପାଳନ କରାଯାଇଥାଏ । ବିବାହିତା ହିନ୍ଦୁ ମହିଳାମାନେ ଏହି ଦିନ ଉପବାସ ରଖି ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିଥାନ୍ତି । ଶେଷରେ ନିଜ ସ୍ୱାମୀଙ୍କ ହାତରୁ ପାଣି ପିଇ ବିବାହିତା ମହିଳାମାନେ ନିଜର ବ୍ରତ ଭାଙ୍ଗିଥାନ୍ତି । କିନ୍ତୁ ଭାରତର ଉତ୍ତରପ୍ରଦେଶରେ ଥିବା ଏକ ଗାଁରେ ମହିଳାମାନେ ଏହି ବ୍ରତକୁ ପାଳନ କରନ୍ତି ନାହିଁ ।

ଉତ୍ତରପ୍ରଦେଶର ଭିଜାଉ ଗାଁରେ ମହିଳାମାନେ ସ୍ୱାମୀଙ୍କ ମୃତ୍ୟୁ ହେବା ଡ଼ରରେ ଏହି ବ୍ରତ ରଖୁ ନଥିବା ଜଣା ପଡ଼ିଛି । ଭିଜାଉ ଗାଁର ବାସିନ୍ଦାଙ୍କ କହିବା ଅନୁଯାୟୀ, ଦୀର୍ଘ ୨୦୦ବର୍ଷ ହେଲାଣି ଗାଁର କୌଣସି ମହିଳା ଏହି ବ୍ରତ ପାଳନ କରୁ ନାହାନ୍ତି । ଯିଏ ବି ଏହି ବ୍ରତ ପାଳନ କରେ, ସେ ନିଜ ସ୍ୱାମୀକୁ ହରାଏ । କରଓ୍ଵା ଚୌଥ୍‌ରେ ଜଣେ ବ୍ରାହ୍ମଣ ମହିଳାଙ୍କ ସ୍ୱାମୀଙ୍କୁ ଗାଁ ଲୋକେ ହତ୍ୟା କରିଥିଲେ । ଯାହା ପରେ ଯିଏ ବି ଏହି ବ୍ରତ ରଖିବ, ତା’ର ସ୍ୱାମୀ ମୃତ୍ୟୁବରଣ କରିବ ବୋଲି ବ୍ରାହ୍ମଣ ମହିଳାଜଣଙ୍କ ଅଭିଶାପ ଦେଇଥିଲେ ।

Image result for why-women-up-village-never-fast-karva-chauth
Kalinga TV

ସୂଚନା ମୁତାବକ, ନବ ବିବାହିତ ବ୍ରାହ୍ମଣ ଓ ତାଙ୍କ ସ୍ତ୍ରୀ ଭିଜାଉ ଗାଁ ଦେଇ ଯାଉଥିବା ବେଳେ ଗାଁ ଲୋକେ ବ୍ରାହ୍ମଣଙ୍କ ଉପରେ ବଳଦ ଚୋରି କରିବାର ଆରୋପ ଲଗାଇବା ସହ ତାଙ୍କୁ ମାଡ଼ ମାରିଥିଲେ । ପରେ ତାଙ୍କର ମୃତ୍ୟୁ ହେବାରୁ ମହିଳାଜଣଙ୍କ ଗାଁ ମହିଳାଙ୍କୁ ଅଭିଶାପ ଦେଇ ସ୍ୱାମୀଙ୍କ ଜଳୁଥିବା ଚିତାରେ ଶୋଇ ଆତ୍ମଦାହ କରିଥିଲେ । ସେହି ଦିନ ପରଠାରୁ ଗାଁର ମହିଳାମାନେ କରଓ୍ଵା ଚୌଥ୍‌ ନ କରି ସତୀ ମନ୍ଦିରରେ ଯାଇ ପ୍ରାର୍ଥନା କରିଥାନ୍ତି ।

ସମ୍ବନ୍ଧିତ ଖବର