ଅଟୋ ଚାଳକରୁ ମେୟର, ରାହୁଲ ଯାଦବଙ୍କ କାହାଣୀ କରିଛି ସମସ୍ତଙ୍କୁ ଅନୁପ୍ରାଣିତ

ମୁମ୍ବାଇ: ଅଟୋ ଚାଳକରୁ ମେୟର ବନିଥିବା ରାହୁଲ ଯାଦବଙ୍କ ଜୀବନ କାହାଣୀ ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ୧୦ବର୍ଷ ପୂର୍ବରୁ ୨୦୦ଟଙ୍କା ଆୟ କରିବା ପାଇଁ ସଂଘର୍ଷ କରୁଥିବା ରାହୁଲ ଏବେ ପିମ୍ପିରୀ-ଚିଞ୍ଚିଓ୍ଵାଡ଼୍‍ ସହରର ମେୟର ବନି ସାରିଛନ୍ତି । ଶୁକ୍ରବାର ଏହି ଘୋଷଣା କରାଯାଇଥିବା ବେଳେ ରାହୁଲଙ୍କ ଅତୀତର ପରିସ୍ଥିତି ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିଛି ।

Google News

ସୂଚନା ମୁତାବକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ସାରିବା ପରେ ରାହୁଲ ଅଟୋ ଚଳାଇବା ଆରମ୍ଭ କରିଥିଲେ । ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ସେ ଚିଖ୍‌ଲି, ଭୋଶାରି ଏବଂ ମୋଶିରେ ଅଟୋ ଚଳାଇ ନିଜର ପେଟ ପୋଷିବା ଆରମ୍ଭ କରିଥିଲେ । ୨୦୦୭ରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଯାହାର ଫଳ ତାଙ୍କୁ ଆଜି ମିଳିଛି । ଆଜି ସେ ଜଣେ ଅଟୋ ଚାଳକରୁ ମେୟର ବନି ସାରିଥିବା ବେଳେ ନିଜର ସବୁ ଶକ୍ତି ଗରିବ ଲୋକଙ୍କ ଜୀବନରେ ସୁଧାର ଆଣିବାରେ ଲଗାଇବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର